ସୁସ୍ଥ ହୋଇ ଫେରିଲେ ଘନଶ୍ୟାମ, ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ମସ୍ତିଷ୍କ ମୃତ୍ୟୁ ଘଟିଥିବା ଗଞ୍ଜାମର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ କିଡ୍‌ନୀକୁ ସଫଳତାର ସହ ପ୍ରତିରୋପଣ କରାଯିବା ପରେ ଘନଶ୍ୟାମ ଜେନା ଏକ ନୂଆ ଜୀବନ ପାଇଛନ୍ତି। ଗତ ୪ ତାରିଖରେ ଆପୋଲୋ ହସ୍ପିଟାଲରେ ଦୀର୍ଘ ୬ଘଣ୍ଟା ଅସ୍ତ୍ରୋପଚାର ହୋଇଥିଲା। ବର୍ତ୍ତମାନ ସୁସ୍ଥ ହୋଇ ଘନଶ୍ୟାମ ସୋମବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। କେବଳ ଘନଶ୍ୟାମ ନୁହନ୍ତି, ପ୍ରିୟଙ୍କାଙ୍କ ଆଉ ଏକ କିଡ୍‌ନୀ ମଧ୍ୟ କଟକ ଏସ୍‌ସିବିରେ ଫିରୋଜ ସାହୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା ଏବଂ ସେ ମଧ୍ୟ ସୁସ୍ଥ ଥିବା ଜଣାପଡ଼ିଛି। ପ୍ରିୟଙ୍କାଙ୍କ ପରିବାର ଏଭଳି ଏକ ମହତ୍‌ ନିଷ୍ପତ୍ତି ନେଇ ଦୁଇଜଣଙ୍କ ଜୀବନ ବଞ୍ଚାଇବା ପରେ ଚାରିଆଡ଼ୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଜଣଙ୍କ ଜୀବନ ରକ୍ଷା କରିଥିବା ଏସ୍‌ସିବି ମେଡିକାଲ ଓ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ଡାକ୍ତରମାନଙ୍କୁ ସୋମବାର ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ ସେମାନଙ୍କ ସଫଳତା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ରଥମ କାଡାଭାରିକ୍‌ କିଡ୍‌ନୀ ପ୍ରତିରୋପଣକୁ ରାଜ୍ୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କ ଦକ୍ଷତାର ଉଚ୍ଚପ୍ରଶଂସା କରିଥିଲେ। ଆଗାମୀ ଦିନରେ ଅଙ୍ଗ ପ୍ରତିରୋପଣ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ସଫଳ ଅସ୍ତ୍ରୋପଚାର ଲାଗି ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘୫ ଟି’ ସଚିବ ଭି. କେ. ପାଣ୍ଡିଆନ କହିଥିଲେ, ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ଏକ ମହତ୍‌ ଦାନ। ଏହାଦ୍ୱାରା ଅନ୍ୟମାନଙ୍କ ଜୀବନ ରକ୍ଷା ଯେପରି ହୋଇପାରିବ ସେଥିପାଇଁ ଆବଶ୍ୟକ ପଡ଼ିଲେ ହେଲିକପ୍ଟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। କଟକ ଏସ୍‌ସିବି ମେଡିକାଲ କଲେଜର ନେଫ୍ରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡା. ଚିତ୍ତରଞ୍ଜନ କର ଏବଂ ଆପୋଲୋ ହସ୍ପିଟାଲର ୟୁରୋଲୋଜି ବିଭାଗ ମୁଖ୍ୟ ଡା. ସମୀରନ୍‌ ଦାସ ଅଧିକାରୀ ମୃତ ବ୍ୟକ୍ତିଙ୍କ ଅଙ୍ଗ ସଂଗ୍ରହ ଏବଂ ପ୍ରତିରୋପଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। କଟକ ଏସ୍‌ସିବି ମେଡିକାଲ କଲେଜର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଓ ୟୁରୋଲୋଜି ବିଭାଗ ପ୍ରଫେସର ଡା. ଦତ୍ତେଶ୍ୱର ହୋତା, ପ୍ରଫେସର ଜୟଶ୍ରୀ ମହାନ୍ତି, ପ୍ରଫେସର ସରୋଜକାନ୍ତ ସାହୁ, ଡା. ସବ୍ୟସାଚୀ ପଣ୍ଡା, ଡା. ସଞ୍ଜୟ ଚୌଧୁରୀ, ଡା. କଲ୍ୟାଣୀବାଳା ନାୟକ, ଡା. ରୁଦ୍ରାଶିଷ ସାମଲ, ଅନିନ୍ଦିତା ସାବତ, ସୁମନ ସିଂ, ରମାକାନ୍ତ ପଣ୍ଡା, ସାବିତ୍ରୀ ଦାସ ଓ ଡା. ଏଲ୍‌. ଏନ୍‌. ବେହେରା ଏବଂ ଆପୋଲୋ ହସ୍ପିଟାଲ ସେଣ୍ଟ୍ରାଲ ରିଜିଅନ ସିଇଓ ସୁଧୀର ଏମ୍‌. ଦିଗିକର, ଡା. ସମୀରୋନ୍ଦାସ ଅଧିକାରୀ, ଡା. ଶର୍ମିଲୀ ସିହ୍ନା, ଡା. ବିବେକାନନ୍ଦ ପଣ୍ଡା, ଡା. ଦେବବ୍ରତ ଦାଶ, ଡା. ସୁବ୍ରତ ସାହୁ, ଡା. ନୀତିଶ ମହାନ୍ତି ଓ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri