ସୁସ୍ଥ ହେଲେ ୩୦ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୬।୫: ଦେଶରେ ୨୪ ଘଣ୍ଟାରେ ୪ ହଜାର ଛୁଇଁବାକୁ ବସିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା। ଯାହା ଉଭୟ ସରକାର ଓ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଶନିବାର ସକାଳ ସୁଦ୍ଧା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୯୭୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚଛି ୮୫,୯୪୦ରେ। ୨୪ ଘଣ୍ଟାରେ ୧୦୩ ଜଣଙ୍କ ମୃତ୍ୟୁ ହେବା ଫଳରେ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨,୭୫୨ ହୋଇଛି। ଏହାସହ ଏବେ ଦେଶରେ ୫୩,୦୩୫ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୩୦,୧୫୨ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ରିପୋର୍ଟ କହୁଛି। ମହାରାଷ୍ଟ୍ରରେ ସର୍ବାଧିକ ୨୯,୧୦୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏହା ମହାରାଷ୍ଟ୍ର ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଚ ପାଲଟି ଯାଇଛି। ଏବେସୁଦ୍ଧା ମହାରାଷ୍ଟ୍ରରେ ୬,୫୬୪ ରୋଗୀ କରୋନା ମୁକ୍ତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷର ସୂଚନା ଦିଆଯାଇଛି।

Share