ସୁରେଖାକୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ଗଣ୍ଡତୁରୁମ, ୯ା୧(ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଅଧୀନ ବ୍ରାହ୍ମଣତୁରୁମ ଗଁାର ସୁରେଖା ମେହେର(୪୫)। ସେ ଦୁଇ ବଛର ହେଲା ମେରୁହାଡ଼ ସମସିଆରେ ଖଟେ ପଡ଼ିରହିଛନ୍‌। ଇ ବାବ୍‌ଦେ ଗଲା ଡିସେମ୍ବର ୩୦ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଅର୍ଥାଭାବରୁ ହୋଇପାରୁନି ଚିକିସତ୍ା, ଜୀବନ ଯନ୍ତ୍ରଣାରେ ଛଟପଟ ସୁରେଖା’ ଶୀରଷକ୍‌ରେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ବୁଧୁବାର ଜିଲାପାଳ ଜ୍ୟୋତିରଞ୍ଜନ ପଧାନକଁର ନିରଦେଶରେ ଭେଡ଼େନ ତହସିଲଦାର ସୀମା ସୁନିତା କୁଲୁ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ଡା.ସୁଶାନ୍ତ କର, ପିଏଚ୍‌ଇଓ ବିହାରୀ ବାରିକ, ଗଣ୍ଡତୁରୁମ ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦୀ, ଅମିନ ରୂପକ ଭୋଇ ସୁରେଖାକଁର ଘରେ ପୁହୁଁଚିଥିଲେ। ଡାକ୍‌ତରୀ ଦଲ ସୁରେଖାକଁର ହାଲ୍‌ଚାଲ, ଦିହିପା ପଚାରି ବୁଝ୍‌ବାର ସଂଗେ ସେ ଭଲ ହେବାର ତକ୍‌ ସବୁ ଚିକିଛା ଖରଚ୍‌ ପରଶାସନ ବହନ କରବା ବଲି କଥା ଦେଇଥିବାର ଜନାଯାଇଛେ।
ପୂବର ସୂଚନା ଅନ୍‌ସାରେ ବ୍ରାହ୍ମଣତୁରୁମ ଗଁାର ସରଜୁ ମେହେରକଁର ପରିବାର କହେଲେ ମାଏକିନା ସୁରେଖା, ଦୁଇ ଝି’ ଆର ଗୁଟେ ପୁଓକେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌। ସରଜୁ ଦୁଖ୍‌ସୁଖ୍‌ କରି କୁଟୁମ ପୁଷୁଛନ୍‌। ଏନ୍‌ତାଥି ୨୦୧୭ ଜୁନ୍‌ ୨୮ ତାରିଖ୍‌ ସୁରେଖା ନିଜର ଢବା ଉପରକେ ଧାନ ଶୁଖାବାକେ ଯାଇଥିଲେ। ଉତିରଲାବେଲେ ମାଟି ପାଉଚ୍‌ରୁ ତାକର ଗୋଡ଼ ଖସ୍‌ରି ଯାଇ ଅଚେତ୍‌ ହେଇ ତଲେ ପଡ଼ିଯାଇଥିଲେ। ପରିବାର ଲୋକ୍‌ ତାହାକୁ ଚିକିଛା ଲାଗି ବୁର୍ଲା ବଡ଼ ଡାକ୍‌ତରଖାନା ନେଇଥିଲେ। ହେଲେ ସେଠାନେ ଡାକ୍‌ତର ସୁରେଖାକଁର ଉଚ ଚିକିଛା ଲାଗି କଟକ ବଡ଼ ଡାକ୍‌ତରଖାନାକେ ନେବାକେ ପରାମଶ ଦେଇଥିଲେ। ଏନ୍‌ତାଥି ସରଜୁ ମାଏକିନାର ଜୀବନ୍‌ ବଁଚାବାକେ ଘରର ଜିନିଷପାତି ବିକାଭଂଗା, ଜମି ଗହନା କରି ଟଁକା ଯୁଗାଡ଼ କଲେ। ସୁରେଖା ଜଲ୍‌ଦି ଭଲ ହେବେ ଭାବି ସରଜୁ ତାହାକୁ କଟକର ଗୁଟେ ନର୍ସିଂହୋମରେ ଭରତି କଲେ। ହେଲେ ସେଠାନେ ବି ଡାକ୍‌ତରମାନେ ସୁରେଖାକଁର ଉଚ ଚିକିଛା ଦରକାର ଆର ଇଥିରଲାଗି ବହୁତ୍‌ ଟଁକା ଦରକାର ବଲି କହିଥିଲେ। ଏନ୍‌ତାଥି ସରଜୁ ଟଁକା ପଏସା ଅଭାବୁ ମୁହୁକାନ ଶୁଖେଇ ସୁରେଖାକୁଁ ଧରି ଘରକେ ଫିରିଆଏଲେ। ସେଦିନ୍‌ଠାନୁ ସୁରେଖା ଅକରମା ହେଇ ଖଟେ ପଡ଼ିରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri