Posted inଜାତୀୟ

ସୁରଟ ହୀରା କାରବାରରେ ମାନ୍ଦାବସ୍ଥା ମାଡ଼:୬୦ ହଜାର କର୍ମଚାରୀ ବେକାର

ନୂଆଦିଲ୍ଲୀ,୩୦-୮:ଦେଶର ହୀରା କାରବାର ଗଡ଼ ଭାବେ ପରିଚିତ ଗୁଜରାଟର ସୁରଟରେ ଏବେ ମାନ୍ଦାବସ୍ଥା ଛାଇଗଲାଣି। ଗତ କିଛି ମାସ ମଧ୍ୟରେ ଏଠାରେ ୬୦ ହଜାର କର୍ମଚାରୀ ନିଯୁକ୍ତି ହରାଇ ଏବେ ଦୁଃଖରେ କାଳାତିପାତ କରୁଛନ୍ତି। ପରିସ୍ଥିତି ଏପରି ହେଲାଣି ଯେ, ୪୦ ପ୍ରତିଶତ କାରଖାନାକୁ ଅସମୟରେ ବନ୍ଦ କରିଦିଆଯାଇଛି। ଫଳରେ ଲୋକେ ରୋଜଗାର ହରାଇ ଚାଲିଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ସୁରଟରେ ହୀରା ବ୍ୟବସାୟ ୨୦୧୬ ନଭେମ୍ବରରୁ ସବୁଠୁ ଖରାପ ସମୟ ଦେଇ ଗତିକରୁଛି। ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରାଗଲା। ସରକାରଙ୍କ ଏହି ନିଷ୍ପତ୍ତି ସୁରଟର ହୀରା ବ୍ୟବସାୟକୁ ଯଥେଷ୍ଟ କ୍ଷତି ପହଞ୍ଚାଇଥିଲା। ଏଥିରୁ ବାହାରି ଆସିବା ଲାଗି ବ୍ୟବସାୟୀ ଉଦ୍ୟମ କରୁଥିବା ବେଳେ ୨୦୧୭ ଜୁଲାଇ ପହିଲାରୁ ଦେଶରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ ହେଲା। ଏହାପରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ପଦାକୁ ଆସିଲା। ଏଥିରେ ପ୍ରମୁଖ ହୀରା ବ୍ୟବସାୟୀ ନୀରବ ମୋଦି, ମେହୁଲ ଚୋକ୍‌ସୀଙ୍କ ସମ୍ପୃକ୍ତି ଧରାପଡିବା,ସିନ୍ଥେଟିକ ହୀରାର ପ୍ରଚଳନ ବୃଦ୍ଧି ଯୋଗୁ ହୀରା ବ୍ୟବସାୟର ଅଣ୍ଟା ଭାଙ୍ଗିଯାଇଥିବା ସୁରଟ ଡାଇମଣ୍ଡ ଆସୋସିଏଶନ ପକ୍ଷରୁ କୁହାଯାଇଛି। ଡାଇମଣ୍ଡ ଓ୍ବାର୍କର୍ସ ୟୁନିୟନ ପ୍ରେଡିଡେଣ୍ଟ ରନ୍‌ମାଲ ଜିଲାରିୟାୟା କହିଛନ୍ତି ଯେ, ହୀରା ଶିଳ୍ପରେ ଏବେ ନିଯୁକ୍ତି ଦୃଶ୍ୟପଟ ଅତ୍ୟନ୍ତ ଶୋଚନୀୟ। ଅନେକ ସ୍ଥାନରେ କାରଖାନାରେ ୩ ଓଳି ବଦଳରେ ଗୋଟିଏ ଓଳିରେ କାମ ହେଉଛି। ଲୋକଙ୍କୁ ବିନା ଦରମା ଦେଇ ପ୍ରାକ୍‌ ନୋଟିସ୍‌ରେ ହଠାତ୍‌ ଚାକିରିରୁ ବିଦା କରିଦିଆଯାଉଛି। ସେ କହିଛନ୍ତି ଯେ, ବର୍ତ୍ତମାନ ଗୁଜରାଟରେ ପ୍ରାୟ ୧୫ ହଜାର ଛୋଟ ବଡ଼ ହୀରା ଉଦ୍ୟୋଗ ରହିଥିବା ବେଳେ ୭ ଲକ୍ଷ ବ୍ୟକ୍ତି ଏଥିରେ ନିୟୋଜିତ ରହିଛନ୍ତି। କେବଳ ସୁରଟରେ ୬ ଲକ୍ଷ ବ୍ୟକ୍ତି ହୀରା ବ୍ୟବସାୟ ସହ ଜଡ଼ିତ। ସୁରଟ ବ୍ୟତୀତ ଅମରୋଲି ଓ ଭାବନଗରରେ ହୀରାର କଟିଂ ଓ ପଲିସିଂ କାରବାର ରହିଛି। ସୋନୀ ଡାଇମଣ୍ଡ ବିଜ୍‌ନେସ୍‌ ଇନ୍‌ଷ୍ଟିିଚ୍ୟୁଟର ମୁଖ୍ୟ ଶ୍ରେୟାନ ସୋନୀ କହିଛନ୍ତି ଯେ, ଗୁଜରାଟରେ ହୀରା ବ୍ୟବସାୟ ସଙ୍ଗୀନ ହେଲାଣି। କାରଣ ବିଦେଶରେ ଭାରତୀୟ ହୀରା ଚାହିଦା ପ୍ରାୟ ୨୦% କମିଗଲାଣି। ଜୁଲାଇରେ ପଲିସ ହୀରା ରପ୍ତାନି ୧୮.୧୫%କୁ ହ୍ରାସ ପାଇଛି। ଏହି ସମୟରେ ମାତ୍ର ୧୮,୬୩୩.୧୦ କୋଟି ଟଙ୍କାର ହୀରା ରପ୍ତାନି ହୋଇପାରିଛି। ଗତବର୍ଷ ଏହି ସମୟରେ ୮୪,୨୭୨.୩୦ କୋଟି ଟଙ୍କାର ରପ୍ତାନି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri