ସୁରଟ ଫେରନ୍ତାଙ୍କୁ ଖାଇବାକୁ ଦିଆଗଲା

ସୋହେଲା,୨୯।୪(ଡି.ଏନ.ଏ): ଗୁଜୁରାଟ ରାଜ୍ୟ ସୁରଟରୁ ଓଡ଼ିଶା ଫେରୁଥିବା ଲୋକଙ୍କୁ ବୁଧବାର ବରଗଡ଼ ଜିଲା ସୋହେଲା ନିକଟ ଲୁହୁରାଚଟି ନିକଟରେ ପ୍ରଶାସନ ପକ୍ଷରୁ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥିଲା। ସେମାନେ ସ୍ବତନ୍ତ୍ର ୪ଟି ବସ୍‌ ଯୋଗେ ବରଗଡ଼ ଦେଇ ଗଞ୍ଜାମ ଫେରୁଥିବା ଖବର ପାଇଁ ଲୁହୁରାଚଟିକୁ ସୋହେଲା ବିଡ଼ିଓ ବିଶ୍ୱରଞ୍ଜନ କର, ଥାନା ଆଇଆଇସି ନିର୍ମଳ ମହାପାତ୍ର ପ୍ରମୁଖ ପହଞ୍ଚିଥିଲେ। ବସ୍‌ ଭିତରେ ଥିବା ସୁରଟ ଫେରନ୍ତାଙ୍କୁ ବିସ୍କୁଟ୍‌, ମିକ୍ସଚର ଏବଂ ପାନୀୟଜଳ ଯୋଗାଇ ଦିଆଯାଇଥିଲା । ସୋନପୁର ଦେଇ ସେମାନେ ଗଞ୍ଜାମ ଜିଲାକୁ ଯିବେ ବୋଲି ସୂଚନା ଦିଆଯାଇଛି ।