ସୁରଟରୁ ବ୍ରହ୍ମପୁର ଷ୍ଟେଶନରେ ବିଳମ୍ବିତ ରାତିରେ ପହଞ୍ଚିବ ଆଉ ୩ ଟ୍ରେନ୍‌

ବ୍ରହ୍ମପୁର ଅଫିସ,୨୩ା୫: ସୁରଟରୁ ଶ୍ରମିକମାନଙ୍କୁ ନେଇ ବାହାରିଥିବା ୩ଟି ସ୍ବତନ୍ତ୍ର ଟ୍ରେନ ଶନିବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଷ୍ଟେଶନରେ ପହଞ୍ଚିବ। ବିଭିନ୍ନ ଜିଲାର ଶ୍ରମିକମାନେ ଉକ୍ତ ଟ୍ରେନରେ ଆସିବେ ବୋଲି ଜଣାପଡ଼ିଛି। ବହ୍ମପୁର ରେଳଷ୍ଟେଶନର ୪ ନମ୍ବର ପ୍ଲାଟଫର୍ମରେ ଏହିସବୁ ଟ୍ରେନ୍‌ ଲାଗିବ ବୋଲି ବ୍ରହ୍ମପୁର ଷ୍ଟେଶନ ମ୍ୟାନେଜର ଦୁର୍ଗାପ୍ରସାଦ ବ୍ରହ୍ମା ସୂଚନା ଦେଇଛନ୍ତି। ବ୍ରହ୍ମପୁରକୁ ସୁରଟରୁ ମୋଟ୍‌ ୬ଟି ଟ୍ରେନ୍‌ ଆସିବ। ସେଥିମଧ୍ୟରୁ କୋଏମ୍ବାଟୁର୍‌ରୁ ଗୋଟିଏ ଟ୍ରେନ୍‌ ଆସିବ। କୋଏମ୍ବାଟୁର୍‌ରୁ ଆସୁଥିବା ଟ୍ରେନରେ ଅଧା ଯାତ୍ରୀ ବ୍ରହ୍ମପୁର ରେଳଷ୍ଟେଶନରେ ଓହ୍ଲାଇବେ। ଅନ୍ୟ ଯାତ୍ରୀମାନଙ୍କୁ ନେଇ ଟ୍ରେନ୍‌ଟି ଯାଜପୁର ଯିବ ବୋଲି ସେ କହିଛନ୍ତି। ସେପଟେ ସୁରଟରୁ ବାହାରିଥିବା ଟ୍ରେନ୍‌ଗୁଡିକ ନିର୍ଦ୍ଧାରିତ ସମୟର ୬ ଘଣ୍ଟା ବିଳମ୍ବରେ ଛାଡ଼ିଥିବା ମଧ୍ୟ ସେ କହିଛନ୍ତି । ଯାହାଫଳରେ ବ୍ରହ୍ମପୁର ଷ୍ଟେଶନରେ ଶନିବାର ରାତି ୧୧ଟାରେ ପହଞ୍ଚିବା ନେଇ ପୂର୍ବରୁ ଆଶା କରାଯାଉଥିବା ବେଳେ ଟ୍ରେନ୍‌ଗୁଡିକ ଏବେ ରବିବାର ଭୋର୍‌ରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସୁରଟରୁ ଆସୁଥିବା ଆଉ ୩ଟି ଟ୍ରେନ ପ୍ରତ୍ୟେକ ୨ ଘଣ୍ଟା ବ୍ୟବଧାନରେ ବ୍ରହ୍ମପୁର ଷ୍ଟେଶନରେ ପହଞ୍ଚିବ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri