ସୁରକ୍ଷିତ ହେଲେ ବଢ଼ିବ ସୁନାମ

ଢେଙ୍କାନାଳ ଅଫିସ, ୯।୬

ଗୌରବମୟ ଇତିହାସର ମୂକସାକ୍ଷୀ ବୀରାଶାଳ ଏୟାରଷ୍ଟ୍ରିପ୍‌। ସତୁରି ଦଶକରେ ପରିକଳ୍ପନା କରାଯାଇଥିବା ଏହି ଏୟାରଷ୍ଟ୍ରିପ୍‌ ପୂର୍ଣ୍ଣାଙ୍ଗ ରୂପ ପାଇଥିଲା ୨୦୧୯ରେ। ସୋମବାର ପ୍ରଶିକ୍ଷଣ ଚାଲିଥିବାବେଳେ ଏଠାରେ ବିମାନ ଦୁର୍ଘଟଣା ଘଟି ଜଣେ କ୍ୟାପ୍‌ଟେନ୍‌ ଏବଂ ଅନ୍ୟଜଣେ ପ୍ରଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଏହି ଏୟାରଷ୍ଟ୍ରିପ୍‌। ପ୍ରଶିକ୍ଷାର୍ଥୀ ଏବଂ ଅଞ୍ଚଳବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରଖିଲେ ଢେଙ୍କାନାଳ ଜିଲାରେ ଥିବା ରାଜ୍ୟର ଏହି ଅନ୍ୟତମ ପୁରାତନ ଏୟାରଷ୍ଟ୍ରିପ୍‌ର ଯଶ ବଢ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ପରିତ୍ୟକ୍ତ ହୋଇପଡ଼ିଥିବା ବୀରାଶାଳ ଏୟାର ଷ୍ଟ୍ରିପ୍‌ ସେତେବେଳ ଚର୍ଚ୍ଚାକୁ ଆସିଲା ଯେତେବେଳେ ଏହାକୁ ପଶ୍ଚିମବଙ୍ଗର ବାୟୁସେନା ଶାଖା ବ୍ୟବହାର କରିବାକୁ ଆଗ୍ରହୀ ହୋଇଥିଲେ। ସମ୍ପୃକ୍ତ ରାଜ୍ୟର ବାୟୁସେନାର ଅଧିକାରୀମାନେ ୨୦୧୯ ମେ ୧୬ରେ ଏୟାରଷ୍ଟ୍ରିପ୍‌ ପରିଦର୍ଶନରେ ଆସିଥିଲେ। ଏହାପୂର୍ବରୁ ୨୦୧୯ ମେ ୧୪ରେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ବିଭାଗ ତାଲିମ ପ୍ରତିଷ୍ଠାନର ଚିଫ୍‌ ଫ୍ଲାଇଟ୍‌ ଇନ୍‌ଷ୍ଟ୍ରକ୍ଟର କ୍ୟାପ୍‌ଟେନ ଓ.ବି.କେ ସିଂହଙ୍କ ସହ ଅନ୍ୟ ୨ ଅଧିକାରୀ ମଧ୍ୟ ଏଠାକୁ ଆସି ଭିତ୍ତିଭୂମି ଯାଞ୍ଚ କରିଥିଲେ। ଓଡ଼ିଶା ଇତିହାସରେ ବୀରାଶାଳ ଏୟାରଷ୍ଟ୍ରିପ୍‌ର ସ୍ବତନ୍ତ୍ର ସ୍ଥାନ ଦଖଲ କରିଛି। ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏଠାରେ ଅବତରଣ କରିଥିଲେ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ସଞ୍ଜୟ ଗାନ୍ଧୀଙ୍କ ଭଳି ନେତାମାନେ ବିଭିନ୍ନ ସମୟରେ ବୀରାଶାଳ ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଥିବା ଘଟଣା ଅଞ୍ଚଳବାସୀଙ୍କ ମନରେ ଏବେ ବି ଅଭୁଲା ହୋଇ ରହିଛି।
ଦୀର୍ଘଦିନ ଧରି ପରିତ୍ୟକ୍ତ ହୋଇ ରହିବା ପରେ ବେସାମରିକ ବିମାନ ଚଳାଚଳ ବିଭାଗର ଆଖି ଏହି ଏୟାରଷ୍ଟ୍ରିପ୍‌ ଉପରେ ପଡ଼ିଥିଲା। ଏହାକୁ ବିମାନ ଉଡାଣ ତାଲିମ କେନ୍ଦ୍ର ଭାବେ ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ତଦନୁଯାୟୀ ୨୦୧୭-୧୮ ଆର୍ଥତ୍କ ବର୍ଷରେ ଏହାର ବିକାଶ ଲାଗି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୯ କୋଟି ୧୮ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ରନ୍‌ଓ୍ବେ, ସମେତ ଅନ୍ୟ ବିକାଶମୂଳକ କାର୍ଯ୍ୟ କରାଯାଇଥିଲା। ୫୦ ଏକର ଜମିରେ ନିର୍ମାଣ କରାଯାଇଥିବା ଏୟାରଷ୍ଟ୍ରିପ୍‌ ଚତୁଃପାର୍ଶ୍ୱରେ ୧କୋଟି ଟଙ୍କା ବ୍ୟୟରେ ପାଚେରି ନିର୍ମାଣ ହୋଇଥିଲା। ତେବେ ହାତୀ ଉପଦ୍ରବରେ ପାଚେରିର କିଛି ଅଂଶ ଭାଙ୍ଗିଯାଇଥିଲା। ପରେ ପୁଣି ଅନୁଦାନ ମଞ୍ଜୁର କରି ଏହାର ମରାମତି କରାଯାଇଥିଲା। ୨୦୧୮-୧୯ରେ ଏହାର ସମସ୍ତ ଉନ୍ନତୀକରଣ କାମ ଶେଷ ହେବାପରେ ଏୟାରଷ୍ଟ୍ରିପ୍‌କୁ ବେସାମରିକ ବିମାନ ଚଳାଚଳ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ୨୦୧୯ରେ ବିମାନ ଉଡାଣ ତାଲିମ ପାଇଁ ଏନ୍‌ଓସି ମିଳିବା ପରେ ଏହା ଉଚ୍ଚାଭିଲାଷୀ ଛାତ୍ରୀଛାତ୍ରଙ୍କ ପାଇଲଟ ହେବା ସ୍ବପ୍ନ ପୂରଣର ମାଧ୍ୟମ ପାଲଟିଛି। ଗଭର୍ନମେଣ୍ଟ ଆଭିଏଶନ ପାଇଲଟ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ (ଜିଏଟିଆଇ) ପ୍ରଶିକ୍ଷଣ ଦାୟିତ୍ୱ କାନ୍ଧକୁ ନେଇଥିବା ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri