Posted inଜାତୀୟ

ସୁରକ୍ଷିତ ନୁହେଁ ‘ଜୁମ୍‌’ ଆପ

ନୂଆଦିଲ୍ଲୀ,୧୬।୪: କରୋନା ଭାଇରସ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ପରସ୍ପର ସହ ସମ୍ପର୍କ ରଖିବାକୁ ଲୋକେ ଭିଡିଓ କଲିଂ ବା କନଫରେନ୍ସିଂର ସହାୟତା ନେଇଛନ୍ତି। ଏହି ସମୟରେ ଅଧିକାଂଶ ଲୋକେ ଓ୍ବାର୍କ ଫ୍ରମ ହୋମ କରୁଥିବାରୁ ଏମାନେ ସମସ୍ତେ ପ୍ରାୟ ଜୁମ ଆପ୍‌ ମାଧ୍ୟମରେ ଭିଡିଓ କଲିଂ ବା କନଫରେନ୍ସିଂ କରି ପରସ୍ପର ସହ କଥା ହେଉଥିବା ଦେଖାଯାଇଛି। ହେଲେ ଏହି ଜୁମ୍‌ ଆପ୍‌ ସୁରକ୍ଷିତ ନୁହେଁ ବୋଲି ଗୁରୁବାର ପ୍ରକାଶ କରିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ‘ଜୁମ୍‌’ ଆପକୁ ନେଇ ମନ୍ତ୍ରଣାଳୟ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି। ଯେଉଁମାନେ ଏହାକୁ ବ୍ୟବହାର କରୁଛନ୍ତି ସେମାନେ ସାବଧାନତାର ସହ ଏହା ବ୍ୟବହାର କରନ୍ତୁ ବୋଲି କୁହାଯାଇଛି। ଏହାପୂର୍ବରୁ ମଧ୍ୟ ‘ଜୁମ୍‌’ ଆପକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରାଯାଇଥିଲା। ତେବେ ଏହି ଆପକୁ ବ୍ୟବହାର କରୁଥିଲେ ବାରମ୍ବାର ପାସଓ୍ବାର୍ଡ ପରିବର୍ତ୍ତନ କରିବା ଓ କନଫରେନ୍ସ କଲ୍‌ରେ କାହାକୁ ଅନୁମତି ଦେବାବେଳେ ସତର୍କ ରହିବା ଦରକାର ବୋଲି କୁହାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରୀ କହିଛି, ପ୍ରତି ମିଟିଂ ପାଇଁ ନୂଆ ୟୁଜର ଆଇଡି ଓ ପାସଓ୍ବାର୍ଡ ବ୍ୟବହାର କରନ୍ତୁ। ଓ୍ବେଟିଂ ରୁମକୁ ଏନାବଲ କରନ୍ତୁ। ଫଳରେ କନଫରେନ୍ସ କରୁଥିବା ବ୍ୟକ୍ତି ଅନୁମତି ଦେଲେ ଯାଇ ଅନ୍ୟଜଣେ ଏଥିରେ ଯୋଗ ଦେଇପାରିବ। ଜଏନ ଅପ୍‌ଶନକୁ ଡିଜାବଲ କରିଦିଅନ୍ତୁ। ସ୍କ୍ରିନ ଶେୟାରିଂ ଅପ୍‌ଶନ କେବଳ ହୋଷ୍ଟ ପାଖରେ ରଖନ୍ତୁ। ସମସ୍ତଙ୍କ ପାଇଁ ରି ଜଏନ ଅପ୍‌ଶନ ବନ୍ଦ କରି ଦିଅନ୍ତୁ। ଫାଇଲ ଟ୍ରାନ୍ସଫର ଅପ୍‌ଶନକୁ ଯେତେ ସମ୍ଭବ କମ୍‌ ବ୍ୟବହାର କରନ୍ତୁ। ଏସବୁ ଦିଗ ପ୍ରତି ସତର୍କ ରହି ‘ଜୁମ୍‌’ ଆପ ବ୍ୟବହାର କରାଯାଇପାରେ ବୋଲି କହିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ।


Enter your email to get our daily news in your inbox.

All Right Reserved By Dharitri.Com

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri