Categories: ଜାତୀୟ

ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୨୪।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମା ନିକଟବର୍ତ୍ତୀ ଜୈନଟ୍ରାଗ୍‌ରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜୈଶ-ଇ-ମହମ୍ମଦର ଜଣେ ସଦସ୍ୟ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଜଣକ ହେଲେ ଅବୁ ସୈଫୁଲା। ଏଥିରେ କେତେକ ଯବାନ ମଧ୍ୟ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଜୈଶ-ଇ-ମହମ୍ମଦ ଆତଙ୍କବାଦୀମାନେ ଜୈନଟ୍ରାଗରେ ଥିବା ସୂଚନା ପାଇ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ କର୍ଡନ ଅଞ୍ଚଳକୁ ପ୍ରବେଶ କରୁଥିବାବେଳେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରାଯାଇଛି।

Share