ସୁଯୋଗ ଛାଡ଼ିବା ଚାଇନାକୁ ମହଙ୍ଗା ପଡ଼ିଲା

ବେଜିଂ,୧୯ା୨(ଏଏଫ୍‌ପି): କରୋନା ଭୂତାଣ ସଂକ୍ରମଣ ରୋକିବା ଦିଗରେ ଗୋଟିଏ ପରେ ଗୋଟିଏ ସୁଯୋଗ ହାତଛଡ଼ା କରିବା ଚାଇନା କର୍ତ୍ତୃପକ୍ଷଙ୍କ ପାଇଁ ମହଙ୍ଗା ପଡିଛି। ଫଳରେ ସେଠାରେ କରୋନା ମହାମାରିର ରୂପ ନେଇ କାୟା ବିସ୍ତାର କରିଚାଲିଛି। ଦୁଇମାସ ପୂର୍ବେ ଗତ ଡିସେମ୍ବର ୧୨ରେ ପ୍ରଥମେ ଡାକ୍ତରମାନେ ଜଣେ ରୋଗୀଠାରେ କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖିବାକୁ ପାଇଥିଲେ। ସେତେବେଳେ ଏହାକୁ ଚାଇନା କର୍ତ୍ତୃପକ୍ଷ ଗୁରୁତ୍ୱ ଦେଲେନି। ପରେ ଯେତେବେଳେ ୮ ଜଣ ଡାକ୍ତର କରୋନା ସଂକ୍ରମଣର ସୂଚନା ଦେଲେ ସେମାନଙ୍କ ସ୍ବରକୁ ଚାପିଦିଆଗଲା। ସଂକ୍ରମଣ ରୋକିବା ଲାଗି ପ୍ରଥମ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଯାହାକୁ ଚାଇନା ହରାଇ ବସିଛି। ୪ଟି ସୁଯୋଗକୁ ହାତଛଡ଼ା କରା ନଯାଇ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଲୋକଙ୍କୁ ସଚେତନ କରାଯିବା ସହ ଭ୍ରମଣ କଟକଣା ଲଗାଯାଇଥାନ୍ତା ତେବେ ସଂକ୍ରମଣକୁ ରୋକାଯାଇପାରିଥାନ୍ତା ବୋଲି କୁହାଯାଉଛି। ଏପରିକି ଜାନୁୟାରୀ ୯ରେ କରୋନାରେ ଜଣଙ୍କର ମୃତ୍ୟୁ ହେବା ସତ୍ତ୍ୱେ ଚାଇନା କର୍ତ୍ତୃପକ୍ଷ ଏହା ସେଭଳି ମାରାତ୍ମକ ନୁହେଁ ଓ ସ୍ଥିତି ନିୟନ୍ତ୍ରଣାଧୀନ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। ଯାହା ଫଳରେ ଏବେ ଏହି ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୧୯୦୦ରେ ପହଞ୍ଚତ୍ବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ହଜାର ହେଲାଣି। ୩୦ରୁ ଅଧିକ ଦେଶକୁ ଏହି ଭୂତାଣୁ ବ୍ୟାପିସାରିଲାଣି। ହୁବେଇ ପ୍ରଦେଶ ସମେତ ଚାଇନାର ବିଭିନ୍ନ ଅଞ୍ଚଳରେ ଶିଳ୍ପସଂସ୍ଥା ବନ୍ଦ ହେବା ଫଳରେ ଏହାର ଅର୍ଥନୀତିକୁ ବଡ଼ ଝଟକା ଲାଗିଛି।
ମାରାତ୍ମକ କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୧୯୦୦ ଛୁଇଁଥିବାବେଳେ ୭୨ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଛନ୍ତି। ଏହି ରୋଗରେ ଉହାନର ଉଚାଙ୍ଗ୍‌ ହସ୍ପିଟାଲର ନିର୍ଦ୍ଦେଶକ ଲିଉ ଝିମିଙ୍ଗ୍‌ଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ବିଭିନ୍ନ ହସ୍ପିଟାଲରେ ୬ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୭୧୬ ଜଣ ସଂକ୍ରମିତ ହୋଇଛନ୍ତି। ଡିସେମ୍ବର ଶେଷ ଭାଗରେ କରୋନା ସଂକ୍ରମଣ ସମ୍ପର୍କରେ ଲୋକଲୋଚନକୁ ଆଣିଥିବା ଉହାନ ଡାକ୍ତର ଲି ଓ୍ବେନଲିଆଙ୍ଗଙ୍କର ପୂର୍ବରୁ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଚାଇନାରେ ଉତ୍ତେଜନା ପ୍ରକାଶ ପାଇଥିଲା। କାରଣ କରୋନା ସମ୍ପର୍କରେ ସୂଚନା ଦେବାରୁ ତାଙ୍କୁ ଚାଇନା କର୍ତ୍ତୃପକ୍ଷ ଦଣ୍ଡିତ କରିଥିଲେ। କରୋନା ସଂକ୍ରମଣ ବୃଦ୍ଧି ପାଇଁ ସରକାରଙ୍କ ବିଫଳତାକୁ ଲୋକେ ଦାୟୀ କରିଥିଲେ।
ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭୩ ହଜାର ଟପିଲାଣି। ମେନ୍‌ଲ୍ୟାଣ୍ଡ ଚାଇନାରେ ମୃତ୍ୟୁସଂଖ୍ୟା ୧୮୬୮ ହୋଇଥିବା ବେଳେ ସେଠାରେ ୭୨,୪୩୬ ଆକ୍ରାନ୍ତ ହୋଇଛନ୍ତି। ସେହିପରି ହଂକଂରେ ୫୮ଜଣଙ୍କଠାରେ ସଂକ୍ରମଣ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଜାପାନରେ ଲାଗିଥିବା ଜାହାଜରେ ୫୪୨ ଜଣ ସଂକ୍ରମିତଙ୍କୁ ମିଶାଇ ସେଠାରେ ରୋଗୀ ସଂଖ୍ୟା ୬୧୦ ହୋଇଥିବାବେଳେ ସିଙ୍ଗାପୁରରେ ୭୭, ଥାଇଲାଣ୍ଡରେ ୩୧, ମାଲେସିଆରେ ୨୨, ତାଇଓ୍ବାନରେ ୨୨ ରୋଗୀ ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଆମେରିକାରେ ୧୫ ରୋଗୀ ଚିହ୍ନଟ ହୋଇଥିବାବେଳେ ଭିଏତନାମରେ ୧୬ ଓ ଜର୍ମାନୀରେ ୧୬ ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ ଆମେରିକୀୟଙ୍କର ଚାଇନାରେ ମୃତ୍ୟୁ ଘଟିଛି। ଫ୍ରାନ୍ସରେ ୧୨ ରୋଗୀ ଚିହ୍ନଟ ହୋଇଥିବାବେଳେ ଜଣକ ମୃତ୍ୟୁ ଘଟିଛି।
ଜାପାନ ଉପକୂଳରେ ଅଟକି ରହିଥିବା ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ଆଉ ୮୮ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ ସେଠାରେ ମୋଟ ରୋଗୀସଂଖ୍ୟା ୫୪୨ରେ ପହଞ୍ଚତ୍ଛି। ଜାହାଜରେ କରୋନା ଆକ୍ରାନ୍ତ ଥିବା ୬ ଭାରତୀୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଦୂତାବାସ ପକ୍ଷରୁ କୁହାଯାଇଛି। ଉକ୍ତ ଜାହାଜରେ ୧୩୮ ଭାରତୀୟଙ୍କ ସମେତ ୩୭୧୧ ଜଣ ରହିଥିଲେ। ବୁଧବାର ଜାହାଜରୁ ୫୦୦ ଯାତ୍ରୀଙ୍କୁ ଛଡ଼ାଯିବ। ସେମାନଙ୍କ ଠାରେ କରୋନା ଭୂତାଣୁ ନ ଥିବା ପରୀକ୍ଷାରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri