0ଯୋଡ଼ା,୨୮।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହର ବସ୍ଷ୍ଟାଣ୍ଡର ସ୍ଥିତି ଦିନକୁ ଦିନ ସଙ୍ଗିନ ହୋଇପଡ଼ୁଥିବା ବେଳେ ଏହି ବସ୍ଷ୍ଟାଣ୍ଡ ପ୍ରତି ଯୋଡ଼ା ପୌରପାଳିକା କିମ୍ବା ଜିଲା ପ୍ରଶାସନ କାହାର ମଧ୍ୟ ନଜର ପଡ଼ୁ ନାହିଁ। ରାଜ୍ୟକୁ ସର୍ବାଧିକ ଖଣି ରାଜସ୍ବ ଦେଉଥିବା ତଥା ଜିଲାକୁ ସର୍ବାଧିକ ଡିଏମଏଫ ଟଙ୍କା ଦେଉଥିବା ଯୋଡ଼ାକୁ ଯେପରି ପ୍ରଶାସନିକ କ୍ଷେତ୍ରରେ ଅଲୋଡ଼ା କରିଦିଆଯାଇଛି। ଯୋଡ଼ା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର କହିଛନ୍ତି ଯେ, ଯୋଡ଼ା ଏକ ଖଣି ଓ ଶିଳ୍ପସମୃଦ୍ଧ ଉପାନ୍ତ ଅଞ୍ଚଳ। ଏଠାକାର ଅଧିବାସୀ ବସ୍ ଉପରେ ନିର୍ଭର କରି ନିଜର କର୍ମକ୍ଷେତ୍ରକୁ ଯାଇଥାନ୍ତି ହେଲେ ଦୁଃଖର ବିଷୟ ଯୋଡ଼ାରେ ଏକ ସ୍ଥାୟୀ ବସ୍ଷ୍ଟାଣ୍ଡ ନିର୍ମାଣ କରାଯାଇପାରି ନାହିଁ। ବର୍ତ୍ତମାନ ବସ୍ଷ୍ଟାଣ୍ଡଟିରେ ସ୍ଥାୟୀ ଯାତ୍ରୀ ବିଶ୍ରାମାଗାର, ଶୌଚାଳୟ ଏପରି କି ପ୍ରଚଣ୍ଡ ରୌଦ୍ରରେ ମଧ୍ୟ ପାନୀୟ ଜଳର ବ୍ୟବସ୍ଥା କରାଯାଇନାହିଁ।
ଏ ନେଇ ତିନିଥର ଯୋଡ଼ା ପୌରପାଳିକାର ଅଧ୍ୟକ୍ଷ ହୋଇଥିବା ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ଯୋଡ଼ାରେ ସ୍ଥାୟୀ ବସ୍ଷ୍ଟାଣ୍ଡ ପାଇଁ ଅନେକ ଉଦ୍ୟମ କରିଛନ୍ତି। ହେଲେ ସ୍ଥାନୀୟ କିଛି ଲୋକଙ୍କ ବିରୋଧଯୋଗୁ ତାହା ହୋଇପାରିନାହିଁ। ସରକାରୀ ଜାଗା ବହୁତ ଅଛି, ୨ହଜାର କୋଟି ଟଙ୍କାରୁ ଅଧିକ ଡିଏମଏଫ (ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେଶନ)ଅର୍ଥ ରହିଛି। ଏହାର ବିନିଯୋଗ କରାଇ ବସ୍ଷ୍ଟାଣ୍ଡ ନିର୍ମାଣ କରାଯାଇପାରିବ। ଏନେଇ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଯୋଡ଼ାର ପୂର୍ବତନ ଉପନଗରପାଳ ପୁରୁଷୋତ୍ତମ ଦାସ କହିଛନ୍ତି ଯେ, ୧୯୯୨-୯୩ ମସିହାରେ ପୌରପାଳିକା ପକ୍ଷରୁ କମାରଯୋଡ଼ା ଠାରେ ବସ୍ଷ୍ଟାଣ୍ଡ ପାଇଁ ଜାଗା ଚିହ୍ନଟ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଉଦାସୀନତା ହେତୁ ଏହା ହୋଇପାରି ନ ଥିବା ସେ କହିଛନ୍ତି। ବସ୍ ପାଇଁ ଅପେକ୍ଷାରତ ମହିଳା ଯାତ୍ରୀ ସୁନୀତା ହେମ୍ବ୍ରମ, ଲିଲି ମୁଣ୍ଡା, ଜୟଶ୍ରୀ ମିଶ୍ର, ମୋନାଲିସା ଜେନା ପ୍ରମୁଖ କହିଛନ୍ତି ଯେ, ଯୋଡ଼ା ସହରରେ ଯାତ୍ରୀଙ୍କ ପାଇଁ ଏକ ଛାଉଣି ମଧ୍ୟ ନାହିଁ। ପୌରପାଳିକାର ଉଦାସୀନତା ଯୋଗୁ ବସ୍ଷ୍ଟାଣ୍ଡରେ କୌଣସି ପ୍ରକାର ଯାତ୍ରୀ ସୁବିଧା ହୋଇପାରୁ ନାହିଁ। କିଛିଦିନ ତଳେ ରୋଟାରୀ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ଜଳ ମେଶିନ ଲଗାଯାଇଥିଲେ ହେଁ ପୌରପାଳିକା ଟାଙ୍କିରୁ ଜଳ ଯୋଗାଣ ହୋଇ ନ ଥିବାରୁ ଏହା ଖରାପ ହୋଇଯାଇଥିଲା। ଏହାକୁ କ୍ଲବ କର୍ତ୍ତୃପକ୍ଷ ଅନ୍ୟତ୍ର ସ୍ଥାନାନ୍ତର କରିଦେଇଥିଲେ। ଏହି ସବୁ ଅବ୍ୟବସ୍ଥା ଉପରେ ଯୋଡ଼ା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କହିଛନ୍ତି ଯେ, ରେଷ୍ଟ ଶେଡ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଜଳଛତ୍ର କରି ହାଣ୍ଡିରେ ଜଳ ମଧ୍ୟ ରଖାଯାଇଛି। ସେଠାରେ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ତେଣେ ଶୌଚାଳୟ ସବୁବେଳେ ଚାବି ପଡ଼ୁଛି ବୋଲି ବହୁ ଯାତ୍ରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତେଣେ ଯୋଡ଼ାରେ ସ୍ଥାୟୀ ବସ୍ଷ୍ଟାଣ୍ଡ ପ୍ରତି ପ୍ରଶାସନ ଶୀଘ୍ର ଦୃଷ୍ଟି ନ ଦେଲେ ଯୋଡ଼ା ବିକାଶ ପରିଷଦ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଭାପତି ବହିଦାର, ପବିତ୍ର ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..
ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…
ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…
ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…
ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍ଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍
ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…
କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…
ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍ ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍…
ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ
ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…
ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ
ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…
ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…
ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…
ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……
ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…
Archives

