ସୁବର୍ଣ୍ଣ ଜୟନ୍ତୀ ପାଳନ ସ୍ମୃତି ସମାରୋହ : ରାଷ୍ଟ୍ରପତି ଭବନକୁ ପଠାଗଲା ବିଦ୍ୟାଳୟ ଫଟୋ

ନିରାକାରପୁର,୯ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥିତ ରାମେଶ୍ୱର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ୨୦୧୫ ଅଗଷ୍ଟ ୭ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦ୍‌ଘାଟନ କରିଥିଲେ। ଏହି ଉପଲକ୍ଷେ ସେ ବିଦ୍ୟାଳୟ ପରିସରରେ ଏକ ବଉଳ ଚାରା ରୋପଣ କରିଥିଲେ। ଗୁରୁବାର ଉକ୍ତ ଜୟନ୍ତୀ ପାଳନର ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟାଳୟ ପରିସରରେ ସୁବର୍ଣ୍ଣ ସୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏହି ବୃକ୍ଷ ସହ ଶିକ୍ଷାବିତ୍‌, କର୍ମଚାରୀ ଓ ଛାତ୍ରୀଛାତ୍ରଙ୍କ ଫଟୋ ରାଷ୍ଟ୍ରପତି ଭବନକୁ ପଠାଯାଇଛି। ସମାରୋହରେ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ମହାପାତ୍ର ପୌରୋହିତ୍ୟ କରିଥିବାବେଳେ ଖୋର୍ଦ୍ଧା ପ୍ରାକ୍ତନ ବିଧାୟକ ତଥା ପ୍ରେରଣା ଅନୁଷ୍ଠାନର ଅଧ୍ୟକ୍ଷ ଡ. ଦିଲୀପ କୁମାର ଶ୍ରୀଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲୋ। ସୁବର୍ଣ୍ଣ ଜୟନ୍ତୀ ସ୍ମୃତିର ଆବାହକ ଇଂ. ବିଶ୍ୱମୋହନ ପଟ୍ଟନାୟକ, ଗ୍ରାମ କମିଟି ସଭାପତି ନୀଳକଣ୍ଠ ରଥ ପ୍ରମୁଖ ଉତ୍ତମ ପରିବେଶ ପ୍ରତିଷ୍ଠା ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ସ୍ମୃତି ସମାରୋହ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଚନ୍ଦ୍ରମୋହନ ପଟ୍ଟନାୟକ, ରାକେଶ ତ୍ରିପାଠୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମୋ ସ୍କୁଲ ଅଭିଯାନର ସମ୍ପାଦକ ବୀରେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।