Categories: ଜାତୀୟ

ସୁପ୍ରିମକୋର୍ଟ ଗଲା ଶିବସେନା

ନୂଆଦିଲ୍ଲୀ,୧୨।୧୧: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ମଙ୍ଗଳବାର ସୁପାରିଶ କରିଥିଲେ। ଏହାପରେ ମୋଦି କ୍ୟାବିନେଟ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନକୁ ଅପେକ୍ଷା। ଏବେ ଏହାକୁ ନେଇ ଶିବସେନା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି। ରାଜ୍ୟପାଳ ସରକାର ଗଠନ ଲାଗି ଭାରତୀୟ ଜନତା ପାର୍ଟି(ଭାଜପା)କୁ ୪୮ ଘଣ୍ଟା ସମୟ ଦେଇଥିବା ବେଳେ ଶିବସେନାକୁ କାହିଁକି ୨୪ ଘଣ୍ଟା ସମୟ ଦେଲେ ବୋଲି ଏହାକୁ ବିରୋଧ କରି ଶିବସେନା ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଛି। ଶିବସେନା ପକ୍ଷରୁ ଆଡଭୋକେଟ ସୁନିଲ ଫର୍ଣ୍ଣାଡେଜ ଏହି ପିଟିଶନ ଦାଖଲ କରିଥିବା ସୂଚନା ମିଳିଛି।

Share