Categories: ବାଣିଜ୍ୟ

ସୁପ୍ରିମକୋର୍ଟରେ ଇଏମ୍‌ଆଇ ମାମଲା: ଅର୍ଥ ମନ୍ତ୍ରଣାଳୟର ଉତ୍ତର ଲୋଡ଼ାଗଲା

ନୂଆଦିଲ୍ଲୀ,୫।୬: ଲକ୍‌ଡାଉନ ସମୟରେ ଋଣ କିସ୍ତି ଉପରେ ସୁଧ ଛାଡ଼ ନେଇ ହୋଇଥିବା ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ଏହାର ଆଗାମୀ ଶୁଣାଣି ୧୨ ଜୁନ୍‌ରେ ହେବ। ଗୋଟିଏ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ଅର୍ଥ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କଗୁଡିକର ସ୍ଥିତିକୁ ବିଚାରକରି ବାଧ୍ୟବାଧ୍ୟକତା ଭାବେ ସୁଧ ଛାଡ଼ ନିଷ୍ପତ୍ତି ନେଇପାରିବ ନାହିଁ ବୋଲି ଆର୍‌ବିଆଇ କହିବା ପରେ ସୁପ୍ରିମକୋର୍ଟ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ମୋରାଟୋରିୟମ ସମୟରେ ସୁଧ ଛାଡ ଏବଂ ସୁଧ ଉପରେ ସୁଧ ପ୍ରଦାନ ଭଳି ୨ ପ୍ରମୁଖ ପ୍ରସଙ୍ଗ ବର୍ତ୍ତମାନ ବିଚାରଯୋଗ୍ୟ ରହିଛି। ମାମଲା ଉପରେ ଜଷ୍ଟିସ ଅଶୋକ ଭୂଷଣ, ସଞ୍ଜୟ କିଷାନ କୌଲ ଏବଂ ଏମ୍‌.ଆର୍‌. ଶାହା ଶୁଣାଣି କରୁଛନ୍ତି। ଗୋଟିଏ ପକ୍ଷେ ମୋରାଟୋରିୟମ ଦେଇ ଅନ୍ୟ ପକ୍ଷେ ସୁଧ ଆଦାୟ କରିବା ଚିନ୍ତାର ବିଷୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

Share