ସୁନ୍ଦରଗଡ ଜିଲାରେ ଅଭାବୀ ଧାନ ବିକ୍ରି: ଚାଷୀ ଓ ପ୍ରଶାସନ ମଧ୍ୟରେ ଆଲୋଚନା

ସୁନ୍ଦରଗଡ,୭।୫(ଡି.ଏନ୍‌.ଏ)-ସୁନ୍ଦରଗଡ ଜିଲାରେ ପ୍ରଥମେ ଟୋକନର ଅବ୍ୟବସ୍ଥା ଓ ପରେ କରୋନା ଲକଡାଉନ ଯୋଗୁ ଚାଷୀମାନେ ଅଭାବୀ ଧାନ ବିକ୍ରିର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗୁରୁବାର ଭାଜପା ଯୁବନେତା ଅଜୟ ପଟେଲଙ୍କ ନେତୃତ୍ୱରେ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ଏକ ଚାଷୀ ପ୍ରତିନିଧି ଦଳ ସଦର ଉପଜିଲାପାଳ ଅଭିମନ୍ୟୁ ବେହେରାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଭାଜପା ନେତା ପଟେଲ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୨ଗୋଟି ଲ୍ୟାମ୍ପସ୍‌ରେ ଆଗାମୀ ବର୍ଷରେ ଏକ ୧ଲକ୍ଷ କୁଇଣ୍ଟାଲ ଧାନ କିଣିବାର ବ୍ୟବସ୍ଥା କରାଗଲେ କୌଣସି ଅସୁବିଧା ରହିବ ନାହିଁ ବୋଲି ପ୍ରସ୍ତାବ ଦେଇଛନ୍ତି। ସେହିପରି ସ୍ଥାନୀୟ ଚାଷୀ, ମିଲର୍ସଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଦର ନିର୍ଦ୍ଧାରଣ କରିବା ପାଇଁ ନିଷ୍ପତି ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲା ଯୋଗାଣ ଅଧିକାରୀ, ଏଆରସିଏସ ଗ୍ରାବିଏଲ ସୋରେନ୍‌, ସମବାୟ ସମିତି ସମୂହର ଉପନିବନ୍ଧକ ଜେରମ କେରକେଟା, ମିଲର୍ସ ଓ ସମସ୍ତ ଲ୍ୟାମ୍ପସର ସିଇଓ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

ଅସ୍ତ୍ର ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ରାଉରକେଲା,୨।୧୨(ସଂଗୀତା ଜେନା): ରାଉରକେଲା ବ୍ରାହ୍ମଣୀତରଙ୍ଗ ପୋଲିସ ଏକ ଅବୈଧ ଅସ୍ତ୍ର କାରବାରର ପର୍ଦ୍ଦାଫାସ କରି ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ଦୁଇଟି ଦେଶୀ...

ମିଳିଲା ଜିଆରପି କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା,୧।୧୨(ସଂଗୀତା ଜେନା): ରାଉରକେଲା ରେଳବାଇ ପୋଲିସ ଅଧୀକ୍ଷକ (ଏସଏସପି) କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଜିଆରପି କନଷ୍ଟେବଳ  ରବିବାର ରାତିରେ ନିଜ ଘରେ ଫାଶୀ ଦେଇ ଆତ୍ମହତ୍ୟା...

ସକାଳୁ ସକାଳୁ ଏନ୍‌କାଉଣ୍ଟର: ଜଣେ ନୁହେଁ ଏକାବେଳକେ ତିନି ତିନି ଜଣଙ୍କ ଦେହରେ ବାଜିଲା ଗୁଳି

ରାଉରକେଲା,୨୩।୧୧(ସଂଗୀତା ଜେନା): ସକାଳୁ ସକାଳୁ ବଡ଼ ଧରଣର ଏନ୍‌କାଉଣ୍ଟର। ଜଣଙ୍କୁ ନୁହେଁ ଏକାବେଳକେ ତିନି ତିନି ଜଣଙ୍କ ଦେହରେ ବାଜିଲା ଗୁଳି। ଏଭଳି ଘଟଣା ଘଟିଛି...

ରାଉରକେଲା NIT’ର କୃତିତ୍ୱ: ଲ୍ୟାଣ୍ଡ୍‌ ମ୍ୟାପିଂ ପାଇଁ ସ୍ବୟଂଚାଳିତ ଡ୍ରୋନ୍‌

ରାଉରକେଲା, ୨୧।୧୧(ସଙ୍ଗୀତା ଜେନା): ରାଉରକେଲାର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଭାରତର ପ୍ରଥମ ସ୍ବୟଂଚାଳିତ ଡ୍ରୋନ ସିଷ୍ଟମ...

ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ:ପୁଣି କୋଇଡା ଛାତି ଉପରୁ ସଶସ୍ତ୍ର ଲୁଟ , ବନ୍ଧୁକ ଦେଖାଇ…

ବଣାଇଁ,୨୦।୧୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ତଥା ବଣାଇଁ ଉପଖଣ୍ଡ ଖଣି ଅଞ୍ଚଳ କୋଇଡାରେ ପୁଣି ଗତ ରାତିରେ ଏକ ଘରୋଇ ପରିବହନ ସଂସ୍ଥା ମା ତାରିଣୀ...

୨ ହାତୀ ଲଢେଇରେ ଚାଲିଗଲା ଯୁବକଙ୍କ ଜୀବନ

ରାଉରକେଲା,୧୬।୧୧(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଥାନା ଅଧୀନ ଏରଗେଡା ପଡ଼ିଆରେ ରବିବାର ୨ଟି ଦନ୍ତା ହାତୀଙ୍କ ଘମାଘୋଟ ଲଢେଇ ବେଳେ ଜଣେ ଯୁବକଙ୍କ ମୃତ୍ୟୁ...

ସର୍ବଭାରତୀୟ କ୍ରୀଡା ସମାରୋହ ଉଦ୍‌ଯାପିତ: ଯୋଗଦେଲେ ମୁଖ୍ୟମନ୍ତ୍ରୀ

ରାଉରକେଲା,୧୫।୧୧(ବିପ୍ଳବ ରଞ୍ଜନ ଦାଶ): ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଜନଜାତି ଶିକ୍ଷାର୍ଥୀମାନଙ୍କ ଅନୁଷ୍ଠାନ(ନେଷ୍ଟସ) ଏବଂ ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri