ସୁନ୍ଦରଗଡ଼ ଜିଲାପାଳଙ୍କ ଅଭିନବ ପ୍ରୟାସ: ‘ବହିପଢ଼’ ଅଭିଯାନର ଶୁଭାରମ୍ଭ

ସୁନ୍ଦରଗଡ଼, ୨୭।୧୨ (ଡି.ଏନ୍‌.ଏ) – ସମ୍ପ୍ରତି ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ଦ୍ୱାରା ପୁସ୍ତକ ପଠନ ଅଭ୍ୟାସ ହ୍ରାସ ପାଉଛି। ଛାତ୍ରୀ, ଛାତ୍ର, ଯୁବ ତଥା ସାଧାରଣବର୍ଗଙ୍କ ମଧ୍ୟରେ ପୁସ୍ତକ ପଠନ ଅଭ୍ୟାସ ପାଇଁ ସୁନ୍ଦରଗଡ଼ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଅଭିନବ ଅଭିଯାନ ଆରମ୍ଭ କରିଛନ୍ତି। ଗୁରୁବାର ସକାଳେ ଜିଲାପାଳ ସୁନ୍ଦରଗଡ଼ ‘ବହିପଢ଼’ ଅଭିଯାନକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଜିଲାପାଳ ନିଜେ ସହରର ବିଜୟାଟକିଜ ରୋଡ, ଡେଙ୍ଗିଭାଡ଼ି ଅଞ୍ଚଳରେ ଦ୍ୱାରକୁ ଦ୍ୱାର ବୁଲି ବିଭିନ୍ନ ପୁସ୍ତକ ବଣ୍ଟନ କରି ସାଧାରଣ ଲୋକ ଓ ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ପଠନ ଅଭ୍ୟାସ ସମ୍ପର୍କରେ ଆଲୋଚନା କରି ବହି ପଢିବାକୁ ପ୍ରବର୍ତ୍ତାଇଥିଲେ। ଜିଲାପାଳ କହିଥିଲେ ଯେ, ଇଣ୍ଟରନେଟ୍‌ କେବଳ ତଥ୍ୟ ପ୍ରଦାନ କରିଥାଏ। କିନ୍ତୁ ବହିର ବିକଳ୍ପ ନାହିଁ। ବହି ହେଉଛି ଜ୍ଞାନର ଗନ୍ଥାଘର। ଜୀବନର ମାର୍ଗଦର୍ଶକ। ବହି ପଢା ଅଭ୍ୟାସ ଦ୍ୱାରା ବ୍ୟକ୍ତିର ଚେତନା ଊର୍ଦ୍ଧ୍ୱତର ହୁଏ। ବହି ହେଉଛି ଏକ ଉତ୍ତମ ଶିକ୍ଷକ। ଯିଏ କି ସ୍‌ୁସ୍ଥ ତଥା ନୈତିକତା ସମ୍ପନ୍ନ ସମାଜ ଗଠନରେ ସହାୟକ ହୋଇଥାଏ। ଗଳ୍ପ, ଉପନ୍ୟାସ, ମହାପୁରୁଷଙ୍କ ଜୀବନୀ ପଠନ ବ୍ୟକ୍ତି ପାଇଁ ନିଶ୍ଚିତ ପ୍ରେରଣା ଦାୟୀ। ଏହି ଅଭିଯାନ ମାଧ୍ୟମରେ କିଭଳି ବହିପଢା ଓ ନିୟମିତ ପାଠାଗାର ଯିବା ଅଭ୍ୟାସ ଜାଗ୍ରତ କରାଯିବ ସେ ନେଇ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ସୁନ୍ଦରଗଡ ସହରରେ ଖୁବ୍‌ ଶିଘ୍ର ପାଠାଗାର ପ୍ରତିଷ୍ଠା ସହ ପ୍ରତ୍ୟକ୍ଷ ଭାବେ ସେ ନିୟମିତ ଏହି ଅଭିଯାନରେ ସାମିଲ ହୋଇ ଏହାର ଅଗ୍ରଗତି ସମ୍ପର୍କରେ ପାଠିକାପାଠକ ମଧ୍ୟରେ ଆଲୋଚନା କରିବେ ବୋଲି କହିଥିଲେ। ଏହି ଅଭିଯାନର ଶୁଭାରମ୍ଭ ବେଳେ ଜିଲାପାଳଙ୍କ ସହିତ ଜିଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବସିଂ ପଟେଲ, ଜିଲା କ୍ରୀଡା ଅଧିକାରୀ ତେଜ କୁମାର ଖେସ, ବରିଷ୍ଠ ଗାଳ୍ପିକ ଗିରି ଦଣ୍ଡସେନାଙ୍କ ସମେତ ବହୁ ପୁସ୍ତକପ୍ରେମୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri