ସୁନ୍ଦରଗଡ଼ରେ ଜନତା କର୍ଫ୍ୟୁ: ଖୋଲା ରହିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧ ଦୋକାନ

ସୁନ୍ଦରଗଡ଼,୨୨।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଜନତା କର୍ଫୁ ପ୍ରଭାବ ରବିବାର ସୁନ୍ଦରଗଡ଼ରେ ଦେଖିବାକୁ ମିଳିଛି। ଏଠାରେ ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି। କାଁ ଭାଁ ଦୁଇଚକିଆ ଯାନକୁ ଛାଡ଼ିଦେଲେ ରାସ୍ତାଘାଟ ଏକପ୍ରକାର ଜନଶୂନ୍ୟ ହୋଇପଡ଼ିଛି। କେବଳ ସୁନ୍ଦରଗଡ଼ ନୁହେଁ ରାଉରକେଲା ସହର ସମେତ ଜିଲାର ବିଭିନ୍ନ ବ୍ଲକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।
ନିୟମ ଅନୁଯାୟୀ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଦୋକାନ ଖୋଲା ରହିଛି।