ସୁନା ପାଇଁ ଆସିବ ଆମ୍‌ନେଷ୍ଟି ସ୍କିମ୍‌

ନୂଆଦିଲ୍ଲୀ, ୩୧।୧୦: କଳାଟଙ୍କା ଉପରେ ରୋକ୍‌ ଲଗାଇବା ଲାଗି କେନ୍ଦ୍ର ସରକାର ବିମୁଦ୍ରୀକରଣ ପରେ ଦ୍ୱିତୀୟ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ବେହିସାବି ବା ଚୋରା ଭାବେ ରଖାଯାଇଥିବା ସୁନା ପାଇଁ ସରକାର ଆମ୍‌ନେଷ୍ଟି ସ୍କିମ ଶୀଘ୍ର ଘୋଷଣା କରିବେ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସୀମାଠାରୁ ଅଧିକ ପରିମାଣର ସୁନା ଗଚ୍ଛିତ କରି ରଖିଥିଲେ ଏହି ସ୍କିମରେ ଲୋକମାନେ ତାହା ଘୋଷଣା କରିପାରିବେ। ଏହା ଉପରେ ଲୋକଙ୍କୁ ଟିକସ ଦେବାକୁ ପଡିବ। ସୁନା ରଖିବା ପରିମାଣକୁ ସରକାର ଏଥିରେ ଧାର୍ଯ୍ୟ କରିବେ। ସ୍କିମ ଚାଲିବା ପର୍ଯ୍ୟନ୍ତ ଲୋକଙ୍କୁ ଏହାର ଲାଭ ନେବାକୁ ପଡିବ। ସ୍କିମ ଅବଧି ଶେଷ ହେବା ପରେ ଯଦି କୌଣସି ବ୍ୟକ୍ତି ଧାର୍ଯ୍ୟ ସୀମାଠାରୁ ଅଧିକ ପରିମାଣର ସୁନା ନିଜ ପାଖରେ ଗଚ୍ଛିତ କରି ରଖନ୍ତି ତେବେ ବୃହତ୍‌ ପରିମାଣର ଟିକସ ଦେବାକୁ ପଡିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି।
ଆୟକର ଆମନେଷ୍ଟି ସ୍କିମ ଭଳି ଗୋଲ୍ଡ ଆମନେଷ୍ଟି ସ୍କିମ ସୀମିତ ସମୟ ଲାଗି ରହିବ। ୨୦୧୪-୧୬ ମଧ୍ୟରେ ଲାଗୁ ହୋଇଥିବା ଆମନେଷ୍ଟି ସ୍କିମ ଭଳି ଏହି ପଦକ୍ଷେପ ଲାଗୁ କରାଯିବା ନେଇ ଯୋଜନା ଧାର୍ଯ୍ୟ ହୋଇଥିବା ଅଧିକାରୀ କହିଛନ୍ତି। ସରକାରଙ୍କ ଅନୁମୋଦିତ ଭାଲ୍ୟୁୟର ସୁନାର ମୂଲ୍ୟ ସଂକ୍ରାନ୍ତ ପ୍ରମାଣପତ୍ର ଦେବେ। ବିବାହିତ ମହିଳାଙ୍କ ଧାର୍ଯ୍ୟ ପରିମାଣଠାରୁ କମ୍‌ ମୂଲ୍ୟର ସୁନାଗହଣାକୁ ଉକ୍ତ ସ୍କିମ୍‌ରୁ ବାଦ୍‌ ଦିଆଯିବ। ଏହି ପ୍ରସ୍ତାବକୁ ଅର୍ଥନୈତିକ ବ୍ୟାପାର ବିଭାଗ ଏବଂ ରାଜସ୍ବ ବିଭାଗ ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି। ସେହିଭଳି ଚଳିତ ବର୍ଷ ଏକ ଗୋଲ୍ଡ ବୋର୍ଡ ସ୍ଥାପନ କରିବାକୁ ଏଥିରେ ପ୍ରସ୍ତାବ ରଖାଯାଇଛି। ଏଥିରେ ରାଷ୍ଟ୍ରାୟତ୍ତ ଏବଂ ଘରୋଇ କ୍ଷେତ୍ରରୁ ଅଧିକାରୀମାନେ ରହିବେ। ଏହି ସ୍କିମକୁ ଅଧିକ ଆକର୍ଷଣୀୟ କରିବା ଏବଂ ଗଚ୍ଛିତ ସୁନାକୁ ଆର୍ଥତ୍କ ସମ୍ପତ୍ତି ଭାବେ ରୂପାନ୍ତରିତ କରିବା ଉପରେ ଏହା କାର୍ଯ୍ୟ କରିବ।
ସୋଭରେନ ଗୋଲ୍ଡ ବଣ୍ଡକୁ ନୂଆ ରୂପ ଦେବାକୁ ଯୋଜନା ରଖାଯାଇଛି। ଏହାକୁ ଲୋକମାନଙ୍କ ପାଇଁ ଅଧିକ ଆକର୍ଷଣୀୟ କରି ଗଠନ କରାଯିବ ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଷ୍ପତ୍ତି ନିଆଯିବାର ଥିଲା ମାତ୍ର ମହାରାଷ୍ଟ୍ର ଏବଂ ହରିୟାଣା ଭଳି ରାଜ୍ୟଗୁଡିକରେ ନିର୍ବାଚନ ଲାଗି ନିଷ୍ପତ୍ତି ଆସିବାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ସରକାରଙ୍କ ସୋଭରେନ ଗୋଲ୍ଡ ବଣ୍ଡ ସ୍କିମ ବ୍ୟକ୍ତିବିଶେଷ ଏବଂ ହିନ୍ଦୁ ଅଣବିଭାଜିତ ପରିବାରଗୁଡିକ ଲାଗି ଲାଗୁ କରାଯିବ।

 

ଆମ୍‌ନେଷ୍ଟି ସ୍କିମ କ’ଣ?
ସରକାରଙ୍କ ଟିକସ ବିଭାଗ ପକ୍ଷରୁ ଅଘୋଷିତ ଆୟ ବା ସମ୍ପତ୍ତି କ୍ଷେତ୍ରରେ ଟିକସ ଆମ୍‌ନେଷ୍ଟି ସ୍କିମ୍‌ ସମୟ ସମୟରେ ଘୋଷଣା କରାଯାଇଥାଏ। ଏହା ଏକ କ୍ଷମା ଯୋଜନା, ଯାହାର ଅବଧି ସୀମିତ ସମୟ ଲାଗି ରହିଥାଏ। ଲୋକମାନେ ଏହି ସମୟରେ ସେମାନଙ୍କ ଅଘୋଷିତ ଆୟ କିମ୍ବା ସମ୍ପତ୍ତି ଘୋଷଣା କଲେ ମୋଟ ସମ୍ପତ୍ତି, ଅର୍ଥ ଉପରେ କିଛି ପରିମାଣର ଟିକସ ପ୍ରଦାନ କରନ୍ତି। ଫଳରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମାଫ୍‌ ହୋଇଥାଏ। ଏହି ଉପାୟରେ ଆଦାୟ ହେଉଥିବା ଅର୍ଥକୁ ସରକାର ଲୋକଙ୍କ ହିତ ଲାଗି ଖର୍ଚ୍ଚ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟରୁ ଉଠାଇପାରିବେ ୧୦ହଜାର ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳର ସବୁଠାରୁ ଲୋକପ୍ରିୟ ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଜନ ଧନ (ପ୍ରଧାନମନ୍ତ୍ରୀ ଜନ ଧନ) ଆକାଉଣ୍ଟ। ଏହି ଯୋଜନା…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri