ସୁନାବେଶରେ ୩ ଠାକୁର

ପୁରୀ ଅଫିସ,୨ା୭: ସରି ଆସୁଛି ଶ୍ରୀଗୁଣ୍ଡିଚା ମହୋତ୍ସବ। ବୁଧବାର ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦି ଅଭିମୁଖେ ବାହୁଡ଼ି ଆସିଥିଲେ ମହାପ୍ରଭୁ। ଗୁରୁବାର ସିଂହଦ୍ୱାର ସମ୍ମୁଖରେ ରଥାରୂଢ ଦାରୁଦିଅଁଙ୍କ ସୁନାବେଶ ବା ବଡ଼ତଢାଉ ବେଶ ହୋଇଛି। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଝଲସିଛନ୍ତି ବିଶ୍ୱନିୟନ୍ତା। ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହୋଇଛି ଏହି ଦୁର୍ଲ୍ଲଭ ବେଶ। ହେଲେ ମହାବାହୁଙ୍କ ଏହି ବେଶକୁ ଦର୍ଶନ କରିପାରି ନାହାନ୍ତି ଶ୍ରଦ୍ଧାଳୁ। ମହାମାରୀ କରୋନା ଏଥିରେ ବାଧକ ସାଜିଛି। ଶୁକ୍ରବାର ରଥ ଉପରେ ଠାକୁରଙ୍କ ଅଧରପଣା ନୀତି ସମ୍ପନ୍ନ ହେବ। ଶନିବାର ନୀଳାଦ୍ରିବିଜେ। ଏହିଦିନ ନୀଳକନ୍ଦର ତଥା ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ରବିବାରଠାରୁ ମିଳିବ ନୀଳାଚଳ ଅବଢା, ହେଲେ କୋଭିଡ଼ ଗାଇଡ଼ଲାଇନ ଯୋଗୁ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ଶ୍ରଦ୍ଧାଳୁ।
ଗୁରୁବାର ସକାଳ ୬ଟାରୁ ସାଢେ ୬ଟା ମଧ୍ୟରେ ତିନିରଥରେ ମଙ୍ଗଳ ଆଳତି ନୀତି ବଢିଥିଲା। ଏହାପରେ ଅନ୍ୟାନ୍ୟ ନୀତି ଚାଲିଥିଲା। ସକାଳ ୯ଟାରେ ଗୋପାଳ ବଲ୍ଲଭ ଭୋଗ ହୋଇଥିବାବେଳେ ଅପରାହ୍ନ ୧ଟା ୩୦ରେ ସକାଳ ଧୂପ ସରିଥିଲା। ପରେ ଅନ୍ୟାନ୍ୟ ନୀତି ବଢି ଅପରାହ୍ନ ୪ଟାରୁ ଠାକୁରଙ୍କ ସ୍ବର୍ଣ୍ଣ ଅଳଙ୍କାର ରଥ ନିକଟକୁ ବିଜେ କରାଯାଇଥିଲା। ସାଢେ ୪ଟାରୁ ଶ୍ରୀବିଗ୍ରହମାନଙ୍କୁ ସ୍ବର୍ଣ୍ଣ, ରୁପା ଆଦି ମୂଲ୍ୟବାନ ଧାତୁଖଚିତ ଅଳଙ୍କାରରେ ବେଶ କରିଥିଲେ ପୁଷ୍ପାଳକ ସେବକ ଏବଂ ଦଇତାପତି ସେବକ। ପ୍ରାୟ ଘଣ୍ଟାଏ ମଧ୍ୟରେ ଠାକୁରମାନେ ସୁନାବେଶରେ ସଜ୍ଜିତ ହୋଇଥିଲେ। ଶ୍ରୀବିଗ୍ରହମାନେ ଶ୍ରୀମସ୍ତକରେ କିରୀଟ, ଗଳାରେ ମାଳା, ଓଡ଼ିଆଣୀ, କାନକୁଣ୍ଡଳ ଆଦି ଧାରଣ କରିଥିଲେ। ବଡ଼ଠାକୁର ଏବଂ ଶ୍ରୀଜଗନ୍ନାଥଙ୍କୁ ଶ୍ରୀହସ୍ତ, ଶ୍ରୀପୟର, ହଳମୂଷଳ, ଶଙ୍ଖ, ଚକ୍ର ଆଦି ଲାଗି କରାଯାଇଥିଲା। ସୁନାବେଶରେ ଥାଇ ରଥ ଉପରେ ହିଁ ଠାକୁରମାନଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ବଢିଥିଲା। ସୁନାବେଶ ମଇଲମ ପରେ ରଥାରୂଢ ଠାକୁରଙ୍କ ଅନ୍ୟାନ ନୀତି ବଢିଥିଲା। ରଥ ଉପରେ କମ୍‌ ସଂଖ୍ୟକ ସେବାୟତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୨ ହାତ ଖାଇ ଦଣ୍ଡରୁ ଝୁଲିଲେ ପାଟୁଆ: କଣ୍ଟା ଫୁଟାଇଥିଲେ ମଧ୍ୟ ବାହାରୁ ନଥିଲା ରକ୍ତ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭୀମପୁର ଓ ଦାଶବିଦ୍ୟାଧରପୁର ଗ୍ରମାରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମାନସିକ ପୂରଣ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ବିହାରରେ ‘ନୀତୀଶ ଯୁଗ’ ଶେଷ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା , କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ପାଟନା,୧୪।୪: ଆଜି ବିହାର ରାଜନୀତିରେ ଏକ ଐତିହାସିକ ଯୁଗର ଅନ୍ତ ହୋଇଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri