ସୁଧୁରୁନି ସ୍ବାସ୍ଥ୍ୟସେବା

ରାଜ୍ୟ ଓ କେନ୍ଦ୍ର ସରକାର ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଉଥିବା ବ୍ୟାପକ ପ୍ରଚାର ହେଉଛି। ବାସ୍ତବରେ କିନ୍ତୁ ପ୍ରଚାର ତୁଳନାରେ କାମ ହେଉଥିବା ଅନୁଭବ ହେଉନାହିଁ। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜିଲାରେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନୁମୋଦିତ ଡାକ୍ତର ପଦବୀ ସଂଖ୍ୟା ୫୮ ଥିବାବେଳେ ଅଛନ୍ତି ମାତ୍ର ୨୨। ଜିଲାର କେବଳ ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବାଦଦେଲେ ଅନ୍ୟ ବ୍ଲକ ଅଞ୍ଚଳରେ ପ୍ରସୂତି ଓ ସ୍ତ୍ରୀ ରୋଗ ପରାମର୍ଶଦାତା ନାହାନ୍ତି। ରାଜ୍ୟର ଅନେକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ, ସିଟି ସ୍କାନ୍‌, ଏମ୍‌ଆର୍‌ଆଇ ଭଳି ଅତ୍ୟାଧୁନିକ ଯନ୍ତ୍ରପାତି ଓ ସେବା ଉପଲବ୍ଧ ହେଉଥିବା ବେଳେ ଜଗତ୍‌ସିଂହପୁର ଜିଲାକୁ ଅଣଦେଖା କରାଯାଉଛି। ବଡ଼ କଥା ହେଲା ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଧିକାଂଶ ସମୟରେ ଗୁରୁତର ରୋଗୀ ପହଞ୍ଚୁଛନ୍ତି। କିନ୍ତୁ ଆଇସିୟୁ (ଇଣ୍ଟେନସିଭ୍‌ କେୟାର ୟୁନିଟ୍‌) ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଉଛି। ଏହି ସମୟରେ ଅନେକଙ୍କ ମୃତ୍ୟୁ ହେଉଥିବା ମଧ୍ୟ ନଜିର ରହିଛି। ସରକାର ଏଥିପ୍ରତି ସ୍ବତନ୍ତ୍ର ଭାବେ ଧ୍ୟାନ ଦେବା ଉଚିତ ବୋଲି ଦାବି ହେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମି ଅସଜଡା। ୧୯୯୩ ମସିହାରେ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ଥିଲା ୧୨୬। ତେବେ ୨୬ ବର୍ଷ ପରେ ମଧ୍ୟ ଏହି ସଂଖ୍ୟା ଅପରିବର୍ତ୍ତିତ ରହିଛି। ଆଶୁ ଚିକିତ୍ସା କେନ୍ଦ୍ର (କାଜୁଆଲିଟି) ମଧ୍ୟ ପୂର୍ବପରି ଚାଲିଛି। ଆଇସିୟୁ ନାହିଁ। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସମ୍ପର୍କୀୟଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଯେଉଁ କାରଣରୁ ଅନେକ ଲୋକ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରୋଗୀ ସମ୍ପର୍କୀୟଙ୍କ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ଓ ରୋଷଶାଳା ମଧ୍ୟରେ ପାଖାପାଖି ୩ ହଜାର ବର୍ଗ ଫୁଟ ଜମିରେ ୪ ତାଲା ବିଲ୍ଡିଂ ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୨ ତଳ ବିଶିଷ୍ଟ ବିଲ୍ଡିଂ ନିର୍ମାଣ ପାଇଁ ପାଖାପାଖି ୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରେ ରୋଗୀ ସମ୍ପର୍କୀୟ ବସିବା ପାଇଁ ତଳ ଓ ଉପର ମହଲାରେ ହଲ୍‌ ରହିବ। ହଲ୍‌ଗୁଡିକରେ ଏସି ବ୍ୟବସ୍ଥା କରାଯିବ। ଏଥିସହ ପାର୍କିଂ, ଲିଫ୍ଟ, ଶିଡି ଆଦିର ବ୍ୟବସ୍ଥା ହେବ। ଏହି ପରିସରରେ କ୍ୟାଣ୍ଟିନ୍‌ ବ୍ୟବସ୍ଥା ସାଙ୍ଗକୁ ଏଲ୍‌ଇଡି ଲାଗିବ। ତଳ ଓ ଉପର ମହଲାରେ ମହିଳା ଓ ପୁରୁଷଙ୍କ ପାଇଁ ପୃଥକ ଭାବେ ୪ଟି ଲେଖାଏ ୮ଟି ପାଇଖାନା ଏବଂ ଗାଧୁଆ ଘର ନିର୍ମାଣ ହେବ। ଏସବୁ ପ୍ରସ୍ତାବ ସରକାରଙ୍କ ନିକଟକୁ ଯାଇଥିବା କୁହାଯାଉଛି। ବାସ୍ତବରେ କିନ୍ତୁ ସରକାରୀ ଅନୁମୋଦନ ଲାଭ କରିନାହିଁ। ମାତୃ ଓ ଶିଶୁ ସ୍ବାସ୍ଥ୍ୟ (ଏମ୍‌ସିଏଚ୍‌) ୱାର୍ଡ ନିର୍ମାଣ ପାଇଁ ପାଖାପାଖି ୩ ବର୍ଷ ହେବ ଉଦ୍ୟମ ହୋଇଥିବାବେଳେ ଜମି ହସ୍ତାନ୍ତର ପ୍ରକ୍ରିୟା ନିକଟରେ ସରିଛି। ନିର୍ମାଣ କାମ ଆରମ୍ଭ ହେବାକୁ ଆହୁରି ସମୟ ଲାଗିବ। ଏହିପରି ଅନେକ ସମସ୍ୟା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି। ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି।
– ପ୍ରମୋଦ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri