ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ:୭ଦିନ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୧୦।୧୨: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଖଣି ପ୍ରଭାବିତ ଅଞ୍ଚଳରେ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରେ ନିର୍ମାଣାଧୀନ ମେଗା ଜଳ ଯୋଗାଣ ପ୍ରକଳ୍ପରେ ବ୍ୟାପକ ହେରାଫେରି ହେଉଛି। ଗତ ଜୁଲାଇରେ ଇଞ୍ଜିନିୟର୍ସ ଅଥରିଟି ପକ୍ଷରୁ ହୋଇଥିବା ତଦନ୍ତ ରିପୋର୍ଟରେ ଏହା ଜଳ ଜଳ ଦିଶୁଛି। ଇଞ୍ଜିନିୟର୍ସ ଅଥରିଟି ରିପୋର୍ଟକୁ ଅଣଦେଖା କରି ପୁଣି ନିମ୍ନମାନର କାର୍ଯ୍ୟ ହେବା ସହିତ ତ୍ରୁଟି ସୁଧାର ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅପରପକ୍ଷେ ଇଞ୍ଜିନିୟର୍ସ ଅଥରିଟି ରିପୋର୍ଟ ଭୁଲ ଥିଲା ବୋଲି ଅନ୍ୟ ଏକ ପରୀକ୍ଷାଗାରରେ ପରୀକ୍ଷା କରି ନିମ୍ନମାନର ନିର୍ମାଣ ସାମଗ୍ରୀକୁ ପୁଣି ବ୍ୟବହାର ଉପଯୋଗୀ ବୋଲି ଦର୍ଶାଯାଇଛି। ଯଦି ଇଞ୍ଜିନିୟର୍ସ ଅଥରିଟି ଭୁଲ ରିପୋର୍ଟ ଦେଇଥିଲା ତେବେ ତାହା ବିରୋଧରେ କୌଣସି ଆଇନଗତ ଚ୍ୟାଲେଞ୍ଜ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ(ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ କାହିଁକି ପଛଘୁଞ୍ଚା ଦେଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହି ମର୍ମରେ ଧରିତ୍ରୀରେ ୯ା୧୨ା୨୦୧୯ରେ ‘ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ: ନିମ୍ନମାନର କାର୍ଯ୍ୟକୁ ବିଭାଗୀୟ ଅନୁକମ୍ପା’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ସୋମବାର ବିଭାଗୀୟ ତପତ୍ରତା ପ୍ରକାଶ ପାଇଛି। ଆରଡବ୍ଲ୍ୟୁଏସ୍‌ଏସ୍‌ ଇଞ୍ଜିନିୟର-ଇନ୍‌-ଚିଫ୍‌ ବିଭାଗର ମିଡିଆ ସେଲ୍‌ ସୁପରିଟେଣ୍ଡିଂ ଇଞ୍ଜିନିୟର (ଏସ୍‌ଇ) ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ୟାର ସମାଧାନ କରିବା ସହିତ ୭ଦିନ ମଧ୍ୟରେ ସବିଶେଷ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ ପାଇଁ ୭୯.୫୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଖଣି ସଂଲଗ୍ନ ଅଞ୍ଚଳଠାରୁ ୧୦ କି.ମି. ପରିଧି ମଧ୍ୟରେ ଥିବା ଦୁଧୁଯୋରୀ, କୁହିକା, କାଙ୍କଡପାଳ, ରାସୋଁଳ, କାଳିଆପାଣି, ଚିଙ୍ଗୁଡିପାଳ, କଅଁସ, ପିମ୍ପୁଡିଆ ପ୍ରଭୃତି ପଞ୍ଚାୟତର ୫୪ ଗ୍ରାମର ଅଧିବାସୀ ଏଥିରେ ଉପକୃତ ହେବେ ବୋଲି ପରିକଳ୍ପନା କରାଯାଇଛି। ଖଣି ଅଞ୍ଚଳର ବିଭିନ୍ନ ସ୍ଥାନରେ ଭୂତଳ ଜଳରେ ଅଧିକ ମାତ୍ରାରେ ଆଇରନ ମାତ୍ରା ଥିବା ପୂର୍ବରୁ ସରକାରୀ ଭାବେ ପ୍ରମାଣିତ ହୋଇଛି। ଏଥିପାଇଁ ସମ୍ପୃକ୍ତ ଅଞ୍ଚଳରେ କିଡ୍‌ନୀ ରୋଗର ଭୟାବହତା ମଧ୍ୟ ଦେଖାଦେଇଛି। ଏହି ସ୍ଥିତିରେ ବ୍ରାହ୍ମଣୀ ନଦୀଗର୍ଭରୁ ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ଖଣି ପ୍ରଭାବିତ ଲୋକଙ୍କ ପାଇଁ ଜୀବନଦାନ ସଦୃଶ ହେବ ବୋଲି ଆଶା କରାଯାଇଛି। କିନ୍ତୁ ସମ୍ପୃକ୍ତ ଠିକାସଂସ୍ଥା ଏନସିସି(ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ) ଲିଃ ଅଧିକ ଲାଭ ଆଶାରେ ଅତି ନିମ୍ନମାନର କାର୍ଯ୍ୟ କରୁଥିବା ଖୋଦ୍‌ ଇଞ୍ଜିନିୟର୍ସ ଅଥରିଟି ରିପୋର୍ଟରେ ଦର୍ଶାଯାଇଛି। ତେବେ ଏ ସଂକ୍ରାନ୍ତରେ ସୋମବାର ପ୍ରକାଶିତ ଖବର ପରେ ବିଭାଗୀୟ ତପତ୍ରତା ପ୍ରକାଶ ପାଇଛି। ପୂର୍ବରୁ ଶ୍ୟାମ ଷ୍ଟିଲ ସାମଗ୍ରୀ ନିମ୍ନମାନର ଏବଂ ବ୍ୟବହାର ଅନୁପଯୋଗୀ ବୋଲି ଦର୍ଶାଇ ପୁଣି ପରବର୍ତ୍ତୀ ସମୟରେ କାହାର ଚାପରେ ସେହି ଷ୍ଟିଲ ସାମଗ୍ରୀକୁ ବ୍ୟବହାର ଉପଯୋଗୀ ବୋଲି ବିଭାଗୀୟ ନିର୍ଦ୍ଦେଶ ହୋଇଛି। ଏଭଳିସ୍ଥିତିରେ ବର୍ତ୍ତମାନ ବିଭାଗୀୟ ତପତ୍ରତା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ମିଡିଆ ସେଲର ଏସଇ ତାଙ୍କ ପତ୍ରସଂଖ୍ୟା ୧୦୪୮୪/୯ା୧୨ା୨୦୧୯ରେ ପ୍ରକଳ୍ପର ଅନିୟମିତତା ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ୭ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri