ସୁଅ ମୁହଁରେ ଅଥୟ କଙ୍କଡ଼ାପାଳ

ବାଲିଆପାଳ, ୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଚଉମୁଖ ପଞ୍ଚାୟତ କଙ୍କଡାପାଳ ଅଞ୍ଚଳରେ ସୁବର୍ଣ୍ଣରେଖା କୂଳ ଖାଇ ଗତିପଥ ବଦଳାଇବା ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ ଅଞ୍ଚଳବାସୀ ଭୟରେ ଦିନ ବିତାଉଛନ୍ତି। ସୁବର୍ଣ୍ଣରେଖା କୂଳକ୍ଷୟରୁୁ କଙ୍କଡାପାଳ ଗାଁକୁ ସୁରକ୍ଷା ଦେବା ସକାଶେ ଜଳସେଚନ ବିଭାଗ ତରଫରୁ ପ୍ରସ୍ତୁତ ମାଷ୍ଟରପ୍ଲାନ ଏଯାଏ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରି ନାହିଁ । ଫଳରେ କଙ୍କଡାପାଳ ନଦୀଗର୍ଭକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି।
ଉଲ୍ଲେଖନୀୟ ଯେ, କଙ୍କଡାପାଳ ନିକଟରେ ନଦୀକୂଳ କ୍ଷୟ ହେଉଥିବାରୁ ଏହାକୁ ରୋକିବା ଲାଗି ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୫ଶହ ମିଟର ନଦୀକୂଳକୁ ପଥର ପ୍ୟାକିଂ କରାଯିବା ଲାଗି ୧୫କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ପରେ ଆସିଥିଲା ମାତ୍ର ୩କୋଟି ଟଙ୍କା ା ସେଥିରେ ୪ ଶହ ମିଟର ଯାଏ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ା ଅବଶିଷ୍ଟ କାମ ହୋଇପାରିନାହିଁ ା ଅର୍ଥାଭାବରୁ କାମ ବନ୍ଦ ଥିବା ସମ୍ପର୍କରେ ଜଳସେଚନ ବିଭାଗ ପକ୍ଷରୁ ସରକାରଙ୍କୁ ଜଣାଇ ଦିଆଯାଇଛି। କଙ୍କଡାପାଳ ଗାଁରେ ବସବାସ କରୁଥିବା ୩୨୭ ପରିବାର ମଧ୍ୟରୁ ୧୨୭ ପରିବାରଙ୍କ ଘରଡିହ ନଦୀଗର୍ଭରେ ମିଶ ସାରିଲାଣି । ବାକି ୨ଶହ ପରିବାର ଏବେ ଆଶଙ୍କାରେ ଦିନ ବିତାଉଛନ୍ତି। ଏଠାରେ ପ୍ରସ୍ତାବିତ ବନ୍ଦର ହୋଇଥିଲେ ଗ୍ରାମବାସୀ ବାସଚ୍ୟୁତ ହୋଇ ଘର କରିବାକୁ ସୁରକ୍ଷିତ ସରକାରୀ ଜାଗା ଓ ଆର୍ଥତ୍କ ସହାୟତା ପାଇଥାନ୍ତେ ା ମାତ୍ର ବନ୍ଦର ନିର୍ମାଣ ଯୋଜନାର ଦିନ ଗଡି ଚାଲିଥିବା ବେଳେ ନଦୀକୂଳ ବାସିନ୍ଦା ଏବେ ଅଥୟ ସ୍ଥିତିରେ ରହିଛନ୍ତି।
ସମୁଦ୍ର ଓ ସୁବର୍ଣ୍ଣରେଖା ନଦୀର ମୁହାଣର ଅଳ୍ପ ଦୂରରେ କଙ୍କଡାପାଳ ଗ୍ରାମ ଥିବାରୁ ପ୍ରବଳ ଜୁଆର ମାଡ ହୋଇଥାଏ। ବିଗତ କିଛି ବର୍ଷ ମଧ୍ୟରେ ଗାଁର ଅନେକ ଘରବାଡି ସହିତ ଚାଷ ଜମି ନଦୀରେ ବିଲୀନ ହୋଇଗଲାଣି। ଗାଁର ସୁବଳ ମହାନ୍ତି କହିଛନ୍ତି, ପୂର୍ବରୁ ଗାଁ ଠାରୁ ୨ କି.ମି. ଦୂରରେ ନଈ ଥିଲା। ଏବେ ଗାଁକୁ ନଦୀ ଗିଳିଦେବାକୁ ବସଲାଣି। ତାଙ୍କ ଘର ୩ ଥର ନଈରେ ଭାସିଯିବାରୁ ସେ ଏବେ ଜଣେ ପଡୋଶୀଙ୍କ ଜାଗାରେ ଘର କରି ପିଲାଛୁଆଙ୍କୁ ଧରି ରହୁଛନ୍ତି ା ଗତ ୫ବର୍ଷ ମଧ୍ୟରେ ଲକ୍ଷ୍ମୀକାନ୍ତ ଦାସ, ଶାମ ଗିରି, ବାବୁଲା ମହାନ୍ତି, ପୂର୍ଣ୍ଣ ମହାନ୍ତି ଓ କାହ୍ନୁ ମହାନ୍ତିଙ୍କ ପରି ୧୩୦ ଜଣଙ୍କ ଘର ନଦୀ ଗର୍ଭକୁ ଚାଲି ଯାଇଥିବା ଗ୍ରାମବାସୀ କହିଛନ୍ତି। ଏହି ଗ୍ରାମର ମହେନ୍ଦ୍ର ପାତ୍ରଙ୍କ ଘରବାଡିକୁ ଲାଗି ପୂର୍ବରୁ ୨ ଏକର ଜମି ଥିଲା। ନଈ ଖାଇଯିବାରୁ ଏହି ଜମି ବର୍ତ୍ତମାନ ୧୦ ଡିସିମିଲକୁ ଖସିଆସିଛି ା ଗାଁରେ ୯୦ ପ୍ରତିଶତ ଲୋକ ମତ୍ସ୍ୟଜୀବୀ ା ମାଛ ମାରି ଜୀବିକା ନିର୍ବାହ କରନ୍ତି ା ସେମାନେ କହିଛନ୍ତି, ନଦୀରେ ଆସୁଥିବା ଜୁଆର ପାଣି ଉତ୍ତର ଦିଗ ଭୋଗରାଇ ପଟେ ମାଡ ନ କରି ଦକ୍ଷିଣ ପାଖ କଙ୍କଡାପାଳ ଗାଁ ପାର୍ଶ୍ୱକୁ ଖାଇ ଚାଲିଛି ା ଜନସାଧାରଣ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଶାସନ ଉଦାସୀନ ହୋଇ ରହୁଛି। ୧୫ ଶହ ମିଟର ପଥର ପ୍ୟାକିଂ ଯୋଜନା ହୋଇଥିବା ବେଳେ ମାତ୍ର ୪ଶହ ମିଟର କାମ କରାଯାଇଛି। ଅନ୍ୟପକ୍ଷେ ନିମ୍ନମାନର କାମ ହୋଇଥିବାରୁ ଏହାର ସ୍ଥାୟିତ୍ୱ ନେଇ ସନ୍ଦେହ ପ୍ରକାଶ ପାଉଛି। ଯଦି ସୁବର୍ଣ୍ଣରେଖାରେ ପ୍ରବଳ ବନ୍ୟା ଆସେ ତେବେ ସବୁକିଛି ଭାସି ଯିବ। ବର୍ତ୍ତମାନ ବର୍ଷାଦିନେ ଅଶାନ୍ତ ରୂପ ନେଉଥିବା ନଦୀ ଲୋକଙ୍କ ଆଖିରୁ ନିଦ ହଜାଇଛି। ା ଅତୀତରେ ନିକଟସ୍ଥ ପିପିଲି ମୁହାଣ ପୋତି ହୋଇଯିବା ଯୋଗୁ ଏହି ଅଞ୍ଚଳ ପ୍ରତି ଅଧିକ ବିପଦ ମାଡି ଆସିଛି ବୋଲି ଗ୍ରାମବାସୀ କହିଛନ୍ତି ା ଏ ସମ୍ପର୍କରେ ଜଳସେଚନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଉପରସ୍ତରକୁ ପ୍ରସ୍ତାବ ପଠ


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri