Posted inଖେଳ

ସୀମିତ ଓଭରରେ କୋହଲିଙ୍କଠାରୁ ରୋହିତ ଅଧିକ ପ୍ରଭାବୀ: ଗମ୍ଭୀର

ନୂଆଦିଲ୍ଲୀ,୩।୫(ପି.ଟି.): ଧଳା ବଲ୍‌ କ୍ରିକେଟ ବା ସୀମିତ ଓଭର ଫର୍ମାଟରେ ଅଧିନାୟକ ବିରାଟ କୋହଲିଙ୍କ ତୁଳନାରେ ଓପନର ରୋହିତ ର୍ଶମା ଅଧିକ ପ୍ରଭାବୀ ବୋଲି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି। ପରିସଂଖ୍ୟାନ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ କୋହଲି ଆଗରେ ରହିବେ। ଏହା ସତ୍ତ୍ୱେ ରୋହିତ ଦିନିକିଆ ଓ ଟି୨୦ରେ ଅଧିକ ପ୍ରଭାବଶାଳୀ ବୋଲି ସେ କହିଛନ୍ତି। ତେବେ ସୀମିତ ଓଭରରେ କୋହଲି ରୋହିତଙ୍କ ଅପେକ୍ଷ ଅଧିକ ରନ ସଂଗ୍ରହ କରିଛନ୍ତି। ତେବେ ଇମ୍ପାକ୍ଟ ବା ପ୍ରଭାବ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ରୋହିତ ଆଗରେ ରହିବେ। ସୀମିତ ଓଭରରେ କୋହଲି ଏବେ ସର୍ବଶ୍ରେଷ୍ଠ ବିବେଚିତ ହେଉଛନ୍ତି। ତେବେ ଧଳା ବଲ୍‌ରେ ରୋହିତ ଅଧିକ ପ୍ରଭାବ ପକାଇବାରେ ସମର୍ଥ ହୋଇଥାନ୍ତି ବୋଲି ସ୍ପୋଟର୍‌ସ ଟକ୍‌କୁ ସାକ୍ଷାତକାର ଦେଇ କହିଛନ୍ତି।
ଏବେ ରୋହିତ ବିଶ୍ୱରେ ଶ୍ରେଷ୍ଠ ହ୍ବାଇଟ୍‌ ବଲ୍‌ କ୍ରିକେଟର। ମୋଟାମୋଟି ଉପରେ ଶ୍ରେଷ୍ଠ ହୋଇ ନ ଥିଲେ ମଧ୍ୟ ବର୍ତ୍ତମାନ ପାଇଁ ସେ ଶ୍ରେଷ୍ଠ। ବିଶ୍ୱର ଏକାମାତ୍ର ଖେଳାଳି ଭାବେ ସେ ଦିନିକିଆରେ ୩ଟି ଦ୍ୱିଶତକ ଅର୍ଜନ କରି ରେକର୍ଡ କରିଛନ୍ତି। ସେ ମଧ୍ୟ ଗତ ବିଶ୍ୱକପ୍‌ରେ ୫ଟି ଶତକ ହାସଲ କରିଥିଲେ। ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ୫ଟି ଶତକ ହାସଲକରି ରେକର୍ଡ କରିଥିଲେ। ୧୦୦ ରନ ସଂଗ୍ରହ କରିବା ପରେ ସେ ବଡ଼ ଇନିଂସ ସବୁବେଳେ ଖେଳିଥାନ୍ତି। କୋହଲି ଓ ରୋହିତଙ୍କ ମଧ୍ୟ କିଏ ଶ୍ରେଷ୍ଠ ତାହା ବିଚାର କରିବା ନିଶ୍ଚିତ ଭାବେ କଷ୍ଟକର ବୋଲି ସେ କହିଛନ୍ତି।
୩୩ ବର୍ଷୀୟ ରୋହିତ ୨୨୪ଟି ଦିନିକିଆ ଖେଳି ୪୯.୨୭ ରନ ହାରରେ ୮୮.୯୨ ଷ୍ଟ୍ରାଇକ୍‌ରେଟ୍‌ରେ ୯୧୧୫ ରନ ସଂଗ୍ରହ କରିଛନ୍ତି। ଏଥିରେ ୨୯ଟି ଶତକ ଓ ୪୩ଟି ଅର୍ଦ୍ଧଶତକ ସାମିଲ ରହିଛି। ସେହିପରି ଟି୨୦ରେ ସେ ୧୦୮ଟି ମ୍ୟାଚ୍‌ ଖେଳି ୩୨.୬୨ ରନହାରରେ ୧୩୮.୭୮ ରନ ହାରରେ ୨୨୭୩ ରନ ସଂଗ୍ରହ କରିଛନ୍ତି। ଅପରପକ୍ଷରେ କୋହଲି ୨୪୮ଟି ଦିନିକିଆ ଖେଳି ୫୯.୩୩ ରନ ହାରରେ ୧୧,୮୬୭ ରନ ସଂଗ୍ରହ କରିଛନ୍ତି। ଏଥିରେ ୪୩ଟି ଶତକ ଓ ୫୮ଟି ଅର୍ଦ୍ଧଶତକ ସାମିଲ ରହିଛି। ୮୨ଟି ଟି୨୦ ମ୍ୟାଚ୍‌ ଖେଳି କୋହଲି ୫୦.୮୦ ରନ ହାରରେ ୧୩୮.୨୪ ଷ୍ଟ୍ରାଇକ୍‌ରେଟ୍‌ରେ ୨୭୯୪ ରନ ସଂଗ୍ରହ କରିଛନ୍ତି। ରୋହିତଙ୍କ ସଫଳତା ପାଇଁ ଗମ୍ଭୀର ମହେନ୍ଦ୍ର ସିଂ ଧୋନୀଙ୍କୁ ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri