ସୀମା ସିଲ୍‌ ସତ୍ତ୍ୱେ ହାଇଦ୍ରାବାଦରୁ ଆସିଲେ ଶହେରୁ ଉର୍ଦ୍ଧ୍ୱ ପ୍ରବାସୀ

ବାଲେଶ୍ୱର ଅଫିସ,୧୨।୫-ସୀମା ସିଲ୍‌ କରାଯାଇଥିଲେ ମଧ୍ୟ ହାଇଦ୍ରାବାଦରୁ ଶହେରୁ ଊର୍ଦ୍ଧ୍ୱ ପ୍ରବାସୀ ଚାଲି ଚାଲି ଆସି ସୋମବାର ବାଲେଶ୍ୱର ଜିଲା ରେମୁଣା ଗୋଲେଇରେ ପହଞ୍ଚିଥିଲେ। ଏତେସଂଖ୍ୟକ ଲୋକେ ଯାଉଥିବା ଦେଖି କେତେକ ସାମାଜିକ କର୍ମୀ ସନ୍ଦେହରେ ସେମାନଙ୍କୁ ପଚରାଉଚୁରା କରିବା ପରେ ସମସ୍ତ କଥା ଜଣାପଡିଥିଲା। ସ୍ଥାନୀୟ ପ୍ରଶାସନ ସହଯୋଗରେ ସେମାନଙ୍କର ଖାଇବା ଏବଂ ପାନୀୟଜଳ ବ୍ୟବସ୍ଥା କରାଯାଇଥିଲା। ଏମାନେ ସମସ୍ତେ ବସ୍ତା ବ୍ଲକ କୁଶୁଡିହା ପଞ୍ଚାୟତର।
ପ୍ରବାସୀମାନେ ହାଇଦ୍ରାବାଦ ବେଗମ୍‌ପେଟ ଅଞ୍ଚଳର ଗ୍ରାନାଇଡ୍‌ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ୍‌ କାରଣରୁ ସେହି ଫ୍ୟାକ୍ଟ୍ରି ବନ୍ଦ ହୋଇଯାଇଥିଲା। ପାଖରେ ଥିବା ସଞ୍ଚତ୍ତ ଅର୍ଥ ଖର୍ଚ୍ଚ ହୋଇଯିବା ଓ ରାଜ୍ୟ ସରକାରଙ୍କ ପ୍ରବାସୀ ଓଡ଼ିଆଙ୍କୁ ଫେରସ୍ତ ଆଣିବା ଘୋଷଣା ପରେ ସେମାନେ ଘରକୁ ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ। କିଛିଦିନ ଧରି ସେମାନେ ଅପେକ୍ଷା କରି ରହିଥିଲେ। କୌଣସି ସୁବିଧା ସୁଯୋଗ ନ ମିଳିବାରୁ ୭ଦିନ ପୂର୍ବରୁ ହାଇଦ୍ରାବାଦରେ ରହୁଥିବା ସ୍ଥାନରୁ ସେମାନେ ଚାଲିବା ଆରମ୍ଭ କରିଥିଲେ। ରାସ୍ତାର ବିଭିନ୍ନ ସ୍ଥାନରେ କେତେକ ଗାଡ଼ିର ସହାୟତା ନେଇ ଓଡ଼ିଶା ସୀମା ପାରି ହୋଇ ସୋମବାର ପୂର୍ବାହ୍ନ ୧୧ଟାରେ ଶେରଗଡ଼ସ୍ଥିତ ଟୋଲଗେଟ୍‌ ନିକଟରେ ଏକ ଟ୍ରକ୍‌ ଯୋଗେ ପହଞ୍ଚିଥିଲେ। ସେଠାରୁ ୧୬ନଂ. ଜାତୀୟ ରାଜପଥ ଦେଇ ଚାଲି ଚାଲି ରେମୁଣା ଗୋଲେଇ ନିକଟରେ ପହଞ୍ଚିଥିଲେ। କେତେକ ସମାଜସେବୀ ସେମାନଙ୍କୁ ଅଟକାଇ ପଚରାଉଚୁରା କରିବା ପରେ ଶିଳ୍ପାଞ୍ଚଳ ଥାନାକୁ ଖବର ଦେଇଥିଲେ। କିଛି ସମୟ ପରେ ଥାନା କର୍ମଚାରୀ ଓ ରେମୁଣା ତହସିଲଦାର ଚାର୍ଲସ ନାୟକ ଘଟଣାସ୍ଥଳରେ ପହଞ୍ଚି ବସ୍ତା ତହସିଲଦାର କାର୍ତ୍ତିକ ଦାସଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ମଧ୍ୟରେ ଥିବା କେତେକ ଲୋକ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଅଞ୍ଚଳର ହୋଇଥିବାରୁ ସେଠାକାର ବିଡ଼ିଓଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ମଧ୍ୟାହ୍ନ ପରେ ବିଭିନ୍ନ ଗାଡ଼ି ଯୋଗେ ଉକ୍ତ ଲୋକଙ୍କୁ ବସ୍ତା ଏବଂ ରାସଗୋବିନ୍ଦପୁର ଅଞ୍ଚଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଉକ୍ତ ଲୋକମାନେ ଚାଲି ଚାଲି ଆସୁଥିବା ବେଳେ ରାଜ୍ୟ ସୀମା ପାରି ହେବା, ଜିଲା ପରେ ଜିଲା ଅତିକ୍ରମ କରି ବାଲେଶ୍ୱରରେ ପହଞ୍ଚତ୍ବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୪।୫(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ୟଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri