Posted inଜାତୀୟ

ସୀମା ଶାନ୍ତ: ଭିତରେ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ, ୯ା୬: କମାଣ୍ଡର ସ୍ତରୀୟ ଆଲୋଚନା ପରେ ଭାରତ-ଚାଇନା ସୀମା ଶାନ୍ତ ରହିଛି। ଲଦାଖ ସୀମାରେ ଚାଇନା ଓ ଭାରତୀୟ ସୈନ୍ୟଙ୍କ ମାସେ ହେଲା ଲାଗି ରହିଥିବା ତିକ୍ତତା ସୋମବାର ଶିଥିଳ ପଡ଼ିଛି। ଲଦାଖ ନିକଟରେ ସେନା ଗତିବିଧି ଦେଖିବାକୁ ମିଳିନାହିଁ। ତେବେ ଲଦାଖ ଘଟଣାରେ ସୀମା ଶାନ୍ତ ଥିବାବେଳେ ଦୁଇଦେଶ ଜୋର୍‌ଦାର ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ସୀମାଠାରୁ ୪୮୦ କି.ମି. ଦୂର କଶ୍‌ଗରଠାରେ ପିଏଲ୍‌ଏ ପ୍ରସ୍ତୁତି ଚଳାଇଛି। ଲଦାଖ୍‌ ସୀମାରେ ଚାଇନା ହେଲିକପ୍ଟର ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଭାରତ ମଧ୍ୟ ଭିତ୍ତିଭୂମି ବିକାଶ କରି ତା’ର ସେନା ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ପ୍ରସ୍ତୁତି ଜାରି ରଖିଥିବା ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ପାଙ୍ଗୋଙ୍ଗ ହ୍ରଦ ନିକଟ ମୋଲ୍‌ଡୋ-ଚୁଶୁଲ ସୀମାକୁ ନେଇ ଶନିବାର ହୋଇଥିବା ଆଲୋଚନା ପରେ ଦୁଇପକ୍ଷ ଶାନ୍ତିରକ୍ଷା ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚାହିଁଛନ୍ତି। ଭାରତ ଓ ଚାଇନା ସେନା କମାଣ୍ଡରଙ୍କ ମଧ୍ୟରେ ଦୀର୍ଘ ୭ ଘଣ୍ଟାର ଆଲୋଚନା ପରେ ଏବେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଶାନ୍ତି ବଜାୟ ରହିଛି।
ଶନିବାର ବୈଠକରେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଚାଇନାର ପ୍ରତିନିଧି ମଣ୍ଡଳୀ ମୁଖ୍ୟ ଭାବେ ମେଜର ଜେନେରାଲ ଲିଉ ଲିନ୍‌ ଯୋଗ ଦେଇଥିଲେ। ବ୍ରିଗେଡ୍‌ ଓ ବାଟାଲିୟନ୍‌ କମାଣ୍ଡରସ୍ତରରେ ଆଲୋଚନା କରାଯାଇ ସମାଧାନ ବାଟ ବାହାର କରିବା ଲାଗି ସ୍ଥିର କରାଯାଇଥିଲା। ଭାରତ ଓ ଚାଇନା ମଧ୍ୟରେ କେତେକ ଘଟଣାକୁ ନେଇ ଭିନ୍ନତା ରହିଥିବା ବେଳେ ଏହା ବିବାଦ ନୁହେଁ ଚାଇନା ମତ ଦେଇଛି। ମୋଦି- ଜିନ୍‌ପିଙ୍ଗ ଆଲୋଚନାକୁ ପାଥେୟ କରି ସମସ୍ୟାର ସମାଧାନ କରିବାକୁ ଉଭୟ ପକ୍ଷ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri