ସୀମାନ୍ତ ଚେକ୍‌ ପଏଣ୍ଟ ପରିଦର୍ଶନ କଲେ ଜିଲାପାଳ

ରାୟଗଡ଼ା ଅଫିସ,୪ା୫: ଆନ୍ଧ୍ର ପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଆନ୍ଧ୍ର-ଓଡ଼ିଶା ସୀମାରେ କଟକଣାକୁ କଡ଼ାକଡ଼ି କରାଯାଇଛି। ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା ରବିବାର ରାତିରେ ସୀମାନ୍ତ କେରେଡ଼ା ଚେକ୍‌ ପଏଣ୍ଟ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବିନା ପାସ୍‌ରେ ବାହାରୁ କୌଣସି ଯାନବାହନ ଏବଂ ବ୍ୟକ୍ତିଙ୍କ ଜିଲା0 ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଛି। ଚେକ୍‌ ପଏଣ୍ଟରେ ପାସ୍‌ ଯାଞ୍ଚ କରାଯିବା ପରେ ହିଁ ଜିଲା ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି। ସୀମାନ୍ତ ନଦୀତଟରୁ କେତେକ ଲୋକ ଜିଲାରେ ପ୍ରବେଶ କରୁଥିବା ନେଇ ଅଭିଯୋଗ ହେବା ପରେ ଜିଲାପାଳ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ପିଡି ଅମୃତ ଋତୁରାଜ, ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।