ସୀମାନ୍ତ ଗାଁ ଗାଙ୍ଗିଯୋଡ଼ିକୁ ଅବହେଳାର ଅନ୍ତ ନାହିଁ: ଘର ଅନୁଗୋଳ, ସ୍କୁଲ ଢେଙ୍କାନାଳ

ବଅଁରପାଳ, ୭।୬ (ଉପେନ୍ଦ୍ର ରାଉତ)- ସଭିଏଁ ପଢ଼ିବେ। ସେଥିପାଇଁ ସ୍କୁଲ ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି ସରକାର। କିନ୍ତୁ ଶିକ୍ଷାନୁଷ୍ଠାନଟିଏ ନ ଥିଲେ କେମିତି ଏହା ସମ୍ଭବ ହେବ? କିପରି ସାକାର ହେବ ବିଦ୍ୟାଳୟ ଶିକ୍ଷାକୁ ନେଇ ସରକାର ରଖିଥିବା ଏହି ଲକ୍ଷ୍ୟ? ଅନୁଗୋଳ ଜିଲାର ସୀମାନ୍ତରେ ଥିବା ବଅଁରପାଳ ବ୍ଲକ ଗାଙ୍ଗିଯୋଡ଼ି ଗ୍ରାମବାସୀଙ୍କ ମନରେ ଦୀର୍ଘବର୍ଷ ହେଲା ଉଙ୍କି ମାରୁଛି ଏପରି ପ୍ରଶ୍ନ। କାରଣ ଏହି ରାଜସ୍ବ ଗଁାର ପିଲାମାନଙ୍କ ପାଇଁ ବିଦ୍ୟାଳୟ କି ଅଙ୍ଗନଓ୍ବାଡିର ସୁବିଧା ନାହିଁ। ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ମଧ୍ୟ ଶୁଣୁନି। ତେଣୁ ସେମାନେ ଅନୁଗୋଳ ଜିଲାର ବାସିନ୍ଦା ହୋଇ ଢେଙ୍କାନାଳ ଜିଲାରେ ଥିବା ପଡ଼ୋଶୀ ଗଁା ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଉଛନ୍ତି। କେବଳ ଶିକ୍ଷା ନୁହେଁ, ରାଜସ୍ବ ଗ୍ରାମ ହୋଇଥିଲେ ବି ଏଠାରେ ପାଇପ୍‌ ଜଳର ବ୍ୟବସ୍ଥା ନାହିଁ। ଜମିକୁ ଜଳସେଚନ ସୁବିଧା ନାହିଁ। ଏପରି ଅବହେଳା ପାଇଁ ପ୍ରଶାସନ ଉପରେ ପୂରା ଖପ୍ପା ହୋଇଛନ୍ତି ଗ୍ରାମବାସୀ।
ଗ୍ରାମର ଅନିଲ ବାରିକ, ଉପେନ୍ଦ୍ର ଭୁକ୍ତା ଓ ୱାର୍ଡ ସଭ୍ୟା ତିଳ ଦେହୁରୀଙ୍କ କହିବା ଅନୁଯାୟୀ, ଗଡ଼ସନ୍ତ୍ରୀ ପଞ୍ଚାୟତ ଅଧୀନରେ ରହିଛି ଏହି ରାଜସ୍ବ ଗ୍ରାମ। ବ୍ଲକ ମହକୁମା ଠାରୁ ଗଁାର ଦୂରତା ମାତ୍ର ୨୦ କିଲୋମିଟର। ହେଲେ ସରକାରୀ ସୁବିଧା ସୁଯୋଗ କ୍ଷେତ୍ରରେ ଗାଙ୍ଗିଯୋଡ଼ି ସମ୍ପୂର୍ଣ୍ଣ ଅବହେଳିତ। ଏଠାରେ ୩ ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। କିନ୍ତୁ ଜିଲା ପ୍ରଶାସନ ସେମାନଙ୍କୁ ଗୁରୁତ୍ୱ ଦେଉନାହିଁ। ଗଁାରେ ସ୍କୁଲ କିମ୍ବା ଅଙ୍ଗନୱାଡି କେନ୍ଦ୍ରଟିଏ ନାହିଁ। ପାନୀୟ ଜଳ ପାଇଁ ୩ଟି ନଳକୂଅକୁ ଛାଡ଼ିଦେଲେ ପାଇପ୍‌ ପାଣିର ସୁବିଧା କରାଯାଇନି। ଜଳସେଚନ ପାଇଁ କିଛି ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ବର୍ଷା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଡ୍ରେନ୍‌ ନ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନି। ଏପରି ଅବସ୍ଥାରେ ସର୍ବନିମ୍ନ ସୁବିଧା ସ୍ବରୂପ ଗଁାରେ ଶିକ୍ଷାନୁଷ୍ଠାନଟିଏ ପାଇଁ ସେମାନେ ବାରମ୍ବାର ଅଭିଯୋଗ କରିଛନ୍ତି। କିନ୍ତୁ ପ୍ରଶାସନର ଅବହେଳାର ଅନ୍ତ ହେଉ ନ ଥିବାରୁ ସେମାନେ ପଡ଼ୋଶୀ ଢେଙ୍କାନାଳ ଜିଲା ହିନ୍ଦୋଳ ସଞ୍ଜପଡ଼ା ଗ୍ରାମରୁ ଉପକୃତ ହେଉଛନ୍ତି। ତେଣୁ ସଞ୍ଜପଡ଼ା ଗ୍ରାମବାସୀଙ୍କ ସହ ଗାଙ୍ଗିଯୋଡ଼ିବାସୀ ଉତ୍ତମ ସମ୍ପର୍କ ସ୍ଥାପନ କରିଛନ୍ତି। ସଞ୍ଜପଡ଼ାରେ ହେଉଥିବା ମେଳା ମହୋତ୍ସବରେ ସେମାନେ ସାମିଲ ହେଉଛନ୍ତି। ଚାନ୍ଦା ମଧ୍ୟ ଦେଉଛନ୍ତି। ସଞ୍ଜପଡ଼ାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ପିଲାମାନଙ୍କୁ ପଢ଼ିବାକୁ ଛାଡ଼ୁଛନ୍ତି। ରାଜସ୍ବ ଗ୍ରାମ ଦୃଷ୍ଟିରୁ ସେମାନେ ସରକାରୀ ସୁବିଧା ସୁଯୋଗ ପାଇବାକୁ ହକ୍‌ଦାର। ମାତ୍ର ଜିଲା ପ୍ରଶାସନ ସେମାନଙ୍କ ସହ ନ୍ୟାୟ କରୁ ନ ଥିବା ଗାଙ୍ଗିଯୋଡ଼ିବାସୀ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବଅଁରପାଳ ବିଡିଓ ଡ. ସ୍ବରୂପାନନ୍ଦ ସାହୁଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri