Categories: ବାଣିଜ୍ୟ

ସିଷ୍ଟମକୁ ୧ ଲକ୍ଷ କୋଟି ଛାଡିବ ଆର୍‌ବିଆଇ

ମୁମ୍ବାଇ,୨୪-୩: ଦେଶର ଫାଇନାନ୍ସିଆଲ ସିଷ୍ଟମକୁ ଅତିରିକ୍ତ ସହାୟତା କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଅତିରିକ୍ତ ୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ। କରୋନା ଯୋଗୁ ବଜାରରେ ଉପୁଜିଥିବା ସ୍ଥିତିକୁ ଧ୍ୟାନରେ ରଖି ରିଜର୍ଭ ବ୍ୟାଙ୍କ ଏଭଳି ବ୍ୟବସ୍ଥା ହାତକୁ ନେବ। ଟର୍ମ ରେପୋ ଅକ୍ସନ ଦ୍ୱାରା ଏଭଳି ବ୍ୟବସ୍ଥା କରିବା ନେଇ ଆର୍‌ବିଆଇ ନିଷ୍ପତ୍ତି ନେଇଛି। ସୋମବାର ପ୍ରଥମ ପର୍ଯ୍ୟାୟରେ ଟର୍ମ ରେପୋ ବାବଦ ୫୦ ହଜାର କୋଟି ବ୍ୟବସ୍ଥା କରାଯାଇଥିବା ବେଳେ ମଙ୍ଗଳବାର ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯିବ।

Share