ସିଲାବସ୍‌-ପାଠପଢ଼ା ସମୟ କମ୍‌ କରାଯିବା ପ୍ରସ୍ତାବ: ମାନବ ସମ୍ବଳ ବିଭାଗ ଖୁବ୍‌ ଶୀଘ୍ର ନେଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ସ୍କୁଲ, କଲେଜ ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜରେ ସିଲାବସ୍‌ ଏବଂ ପାଠପଢ଼ା ସମୟ କମ୍‌ କରିବାକୁ ଯୋଜନା କରାଯାଉଛି। ଏନେଇ ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ମଙ୍ଗଳବାର ଟୁଇଟ କରି ସୂଚନା ଦେଇଛନ୍ତି। ସାମ୍ପ୍ରତିକ ସ୍ଥିତି ଏବଂ ଅଭିଭାବକଙ୍କ ଅନୁରୋଧ କ୍ରମେ ଆସନ୍ତା ଶିକ୍ଷାବର୍ଷରୁ ସିଲାବସ୍‌ କମ୍‌ କରାଯିବାର ଯୋଜନା ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କରାଯାଉଥିବା ସେ କହିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ ସିଲାବସ୍‌ କମ୍‌ କରିବା ଲାଗି ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ପ୍ରତି ଶ୍ରେଣୀର ପାଠପଢ଼ା ସିଲାବସ୍‌ରେ ୧୦ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ କରାଯିବାର ବହୁ ପ୍ରସ୍ତାବ ମନ୍ତ୍ରଣାଳୟ ପାଖକୁ ଆସିଥିବା ମନ୍ତ୍ରୀ କହିଛନ୍ତି।

Share