Categories: ଫୁରସତ

ସିରିଏଲ୍‌ କିଲର୍‌ ମୁଣ୍ଡ ୧୫୧ ବର୍ଷରୁ ରଖାଯାଇଛି ସଂରକ୍ଷିତ

ପ୍ରାଚୀନ ମିଶର୍‌ରେ ଶବକୁ ସଂରକ୍ଷିତ କରାଯାଉଥିଲା, ଯାହାଙ୍କ ମମ୍ମି ଏବେ ବି ଦେଖିବାକୁ ମିଳୁଛି। କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ ପୁର୍ତ୍ତୁଗାଲ୍‌ର ୟୁନିଭର୍ସିଟିରେ ଡିଏଗୋ ଏଲ୍ବେସ୍‌ ନାମକ ସିରିଏଲ୍‌ କିଲର୍‌ର ମୁଣ୍ଡ ପ୍ରାୟ ୧୫୦ ବର୍ଷରୁ ସଂରକ୍ଷିତ ହୋଇ ରହିଛି। ଡିଏଗୋ ଚାକିରି ସନ୍ଧାନରେ ଲିସ୍ବନ୍‌ ଆସିଥିଲା; କିନ୍ତୁ ପୁର୍ତ୍ତୁଗାଲ୍‌ର ପରିବେଶରେ ସେ ସାଜିଲା ଏକ ଦୁର୍ଦ୍ଦର୍ଷ ସିରିଏଲ୍‌ କିଲର୍‌। ଚାକିରି ସନ୍ଧାନରେ ବିଫଳ ହେବାରୁ ସେ ଅପରାଧ ଦୁନିଆରେ ପାଦ ଥାପିଲା। ପ୍ରଥମେ ସେ ଲୁଟ୍‌ପାଟ୍‌ କଲା। ଏଥିପାଇଁ ସେ ଏକ ନିଛାଟିଆ ସ୍ଥାନରେ ଥିବା ନଦୀକୂଳ ରାସ୍ତାକୁ ବାଛିଲା। ବିଶେଷକରି ସେ ରାସ୍ତାରେ କୃଷକଙ୍କ ଯିବାଆସିବା ଅଧିକ ଥିଲା। ଯେତେବେଳେ କୌଣସି କୃଷକ ଟଙ୍କା ଦେବାକୁ ମନାକରୁଥିଲେ, ଡିଏଗୋ ସେମାନଙ୍କୁ ହତ୍ୟା କରି ନଦୀକୁ ଫିଙ୍ଗି ଦେଉଥିଲା। ଧୀରେ ଧୀରେ ପୋଲିସ୍‌କୁ ନଦୀରୁ କୃଷକଙ୍କୁ ଶବ ମିଳିଲା। ଋଣ ଯନ୍ତ୍ରଣାରେ ଆମତ୍ହତ୍ୟା କରିଥିବା ଭାବି କେସ୍‌ ବନ୍ଦ ହେଉଥିଲା। କିନ୍ତୁ ପରେ ଏମିତି କିଛି ଶବ ମିଳିଲା, ଯେଉଁମାନଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା। ପୋଲିସ୍‌ ସନ୍ଦେହ କଲା, ଏସବୁ ଆମତ୍ହତ୍ୟା ନୁହଁ ହତ୍ୟା। ପୋଲିସ୍‌ର ତନାଘନା ଆରମ୍ଭ ହେବାରୁ ଡିଏଗୋ ୩ ବର୍ଷ ପାଇଁ ଅଣ୍ଡରଗ୍ରାଉଣ୍ଡ୍‌ ହୋଇଗଲା। ପୁଣି ଫେରିବା ପରେ ବାହାରୁ ଅସ୍ତ୍ରଶସ୍ତ୍ର କିଣି ଶହଶହ ଲୋକଙ୍କୁ ହତ୍ୟା କଲା। କେବଳ ୧୯୪୧ରେ ୭୦ ଜଣଙ୍କୁ କ୍ରୂର ହତ୍ୟା କରିଥିବା ଜଣାଯାଏ। ପୋଲିସ୍‌ ହାତରେ ଧରାପଡ଼ିବା ପରେ ତାକୁ ଫାଶୀ ଦଣ୍ଡାଦେଶ ଦିଆଗଲା। ସେତେବେଳେ ପର୍ତ୍ତୁଗାଲ୍‌ ୟୁନିଭର୍ସିଟିରେ ଫ୍ରୋନୋଲଜି(ମସ୍ତିଷ୍କ ବିଜ୍ଞାନ) ଏକ ଲୋକପ୍ରିୟ ବିଷୟବସ୍ତୁ ଥିଲା। ଏଥିରେ ମସ୍ତିଷ୍କର ଏଭଳି କୋଷିକାର ଯାଞ୍ଚ କରାଯାଏ, ଯାହାଦ୍ୱାରା ମଣିଷ ବ୍ୟକ୍ତିତ୍ୱର ସନ୍ଧାନ କରାଯାଏ। ତେଣୁ ଫାଶୀ ପରେ ଡିଏଗୋର ମୁଣ୍ଡ କାଟି ସଂରକ୍ଷିତ ଅବସ୍ଥାରେ ରଖାଗଲା।

Share