ସିମେଣ୍ଟ ଗୋଦାମରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବନ୍ତ,୨୦।୧(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ବଜାରରେ ଥିବା ଏକ ସିମେଣ୍ଟ ଗୋଦାମରେ ସୋମବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟଛି। ଏଥିରେ ୧ ହଜାରରୁ ଊର୍ଦ୍ଧ୍ୱ ସିମେଣ୍ଟ ବସ୍ତା ପୋଡିଯାଇଛି। ଖବରପାଇ ଆଗରପଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭାଇବା ଲାଗି ବ୍ୟବହୃତ ପାଣିରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସିମେଣ୍ଟ ନଷ୍ଟ ହୋଇଥିବା ଜଣାପଡ଼ିଛି। ବିଦ୍ୟୁତ୍‌ ଶର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।