ସିମୁଳିଆରେ ଜମୁଛି ପୂଜା

ସିମୁଳିଆ, ୭।୧୦ (ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ୫ଟି ମଣ୍ଡପରେ ଶାରଦୀୟ ଦୁର୍ଗା ପୂଜା ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହେଉଛି। ବିଭିନ୍ନ ସ୍ଥାନରେ ସୁନ୍ଦର ତୋରଣ ସାଙ୍ଗକୁ ଅତ୍ୟାଧୁନିକ ଆଲୋକମାଳା ବେଶ୍‌ ଆକର୍ଷଣୀୟ ହୋଇଛି। ଏହି ଅଞ୍ଚଳରେ ପୂଜା ବେଶ୍‌ ଜମୁଛି। ମା’ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ସୋମବାର ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି।
ମାର୍କୋଣା ଷ୍ଟେଶନ ବଜାର ଦୁର୍ଗା ମଣ୍ଡପରେ ହେଉଥିବା ପୂଜା ୬୨ ବର୍ଷରେ ପଦାର୍ପଣ କରିଛି। ସେହିପରି ଗତ ୮ ବର୍ଷ ହେଲା କୁଅଁରପୁର ପ୍ରସାଦି ପଣ୍ଡା ଛକ, ୩୨ ବର୍ଷରେ ସହଜପଦା, ୧୨ ବର୍ଷରେ ମାର୍କୋଣା ବସ୍‌ଷ୍ଟାଣ୍ଡ ଓ ପ୍ରାୟ ଶହେ ବର୍ଷରୁ ଊର୍ଦ୍ଧ୍ୱ ହେବ ଚନ୍ଦ୍ରପଡ଼ା ମଣ୍ଡପରେ ଦୁଗର୍ର୍।ପୂଜା ପାଳନ କରାଯାଇଆସୁଛି। ମାର୍କୋଣା ଷ୍ଟେଶନ ବଜାର ମଣ୍ଡପରେ ମା’ଦୁର୍ଗାଙ୍କ ସମେତ ମା’ ଲକ୍ଷ୍ମୀ, ସରସ୍ବତୀ, ପ୍ରଭୁ କାତ୍ତିର୍ର୍କ, ଗଣେଶ ଓ ମହାଦେବ ପୂଜା ପାଉଛନ୍ତି। ପଣ୍ଡିତ ନୀରାକାର ତ୍ରିପାଠୀ, ଲକ୍ଷ୍ମୀଧର ତ୍ରିପାଠୀ ଓ ପଞ୍ଚାନନ ତ୍ରିପାଠୀ ପୂଜା ଦାୟିତ୍ୱରେ ଅଛନ୍ତି। ଅନୁଷ୍ଠାନର ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର, ସମ୍ପାଦକ ଶିବପ୍ରଦାସ ବେହେରାଙ୍କ ସହ ସମସ୍ତ ସଭ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି। କୁଅଁରପୁର ପୂଜା ମଣ୍ଡପରେ ପୂଜକ ବିଶ୍ୱବିହାରୀ ପଣ୍ଡା, ରଘୁନାଥ ପଣ୍ଡାଙ୍କ ତତ୍ତ୍ୱାବଧାନରେ ୪ ଜଣ ପୂଜକ ଦାୟିତ୍ୱ ତୁଲାଉଛନ୍ତି। ସହଜପଦାରେ ପୂଜକ ନାରାୟଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ୫ ପଣ୍ଡିତ ପୂଜାର୍ଚ୍ଚନା କରୁଛନ୍ତି। ଦୁଇଦିନ ବ୍ୟାପୀ ଏଠାରେ ମନୋରଞ୍ଜନ ଅପେରା ମଞ୍ଚସ୍ଥ କାର୍ଯ୍ୟକ୍ରମ ରହିଛି। ଚନ୍ଦ୍ରପଡ଼ା ମଣ୍ଡପରେ ମହେଶ୍ୱର ପଣ୍ଡା, ପ୍ରଭାତ ପଣ୍ଡା, ରଘୁନାଥ କର ଓ ହୃଷୀକେଶ ପାଣିଗ୍ରାହୀ ପୂଜକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଠାରେ ମେଲୋଡ଼ି ଓ ଦଶହରାରେ ବଳଦ ନାଚ ଅନୁଷ୍ଠିତ ହେବ। ସେହିପରି ମାର୍କୋଣା ବସ୍‌ଷ୍ଟାଣ୍ଡ ପୂଜା ମଣ୍ଡପରେ ପଣ୍ଡିତ କଳ୍ପତରୁ ଦାଶ, ବିଜୟ ଦାଶ ଓ ଦୁର୍ଯ୍ୟୋଧନ ପଣ୍ଡା ପୂଜା ଦାୟିତ୍ୱରେ ଅଛନ୍ତି। ଅନୁଷ୍ଠାନର ସଭାପତି ପ୍ରହଲ୍ଲାଦ ବେହେରା, ସମ୍ପାଦକ ଭାଗ୍ୟଧର ପାଢୀ ଓ ବିଜୟ କମିଳାଙ୍କ ତତ୍ତ୍ୱାବଧାନରେ କମିଟିର କର୍ମକତ୍ତର୍ରା ସହଯୋଗ କରୁଛନ୍ତି। ସେହିପରି ମଇତାପୁର ମହାନ୍ତିସାହି, ଈଶ୍ୱରପୁର ଓ ବାଟି ଅଞ୍ଚଳର ବ୍ୟକ୍ତିଗତ ପୂଜା ମଣ୍ଡପରେ ମଧ୍ୟ ଶାରଦୀୟ ଦୁର୍ଗା ପୂଜା ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri