ସିମନବାଡ଼ି ବଜାରରେ ଲୋକେ ମାନୁ ନାହାନ୍ତି ସାମାଜିକ ଦୂରତ୍ୱ: ଅମାନିଆଙ୍କୁ ଅଟକାଇଲେ ଏସ୍‌ଡିପିଓ

ଦାରିଙ୍ଗବାଡ଼ି,୨୧।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ବହୁ ସମୟରେ ଦୋକାନ ବଜାରଗୁଡ଼ିକରେ ଭିଡ଼ ଜମିବା ସହ ସାମାଜିକ ଦୂରତା ପାଳନ ଏବଂ ମାସ୍କ ବ୍ୟବହାର ହେଉ ନ ଥିବା ଦେଖିବାକୁ ମିଳିଛି। ଏ ନେଇ ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଶୁକ୍ରବାର ହଠାତ୍‌ ଚଢ଼ାଉ କରିଛନ୍ତି। ସେ ସିମନବାଡ଼ି ବଜାରରେ ଅମାନିଆ ବାଇକ ଚାଳକଙ୍କୁ ଅଟକାଇବା ସହ କିଛି ଦୋକାନରେ ଭିଡ଼ ଜମିଥିବା ଦେଖିବାକୁ ପାଇଥିଲେ। ଏଣିକି ସାମାଜିକ ଦୂରତ୍ୱ ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହ ସିମନବାଡ଼ି ବ୍ୟାଙ୍କ ପରିଚାଳକଙ୍କୁ ମଧ୍ୟ ଏହି ଦିଗରେ ଦୃଷ୍ଟି ଦେବାକୁ ଏସ୍‌ଡିପିଓ ବାରିକ ପରାମର୍ଶ ଦେଇଛନ୍ତି। ଏହା ସହ ସାମାଜିକ ଦୁରତ୍ୱ ମାନୁ ନ ଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ନିୟମିତ ପାଟ୍ରୋଲିଂ ଲାଗି ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝିଙ୍କୁ ନର୍ଦ୍ଦେଶ ଦେଇିଛନ୍ତି।