Posted inଜାତୀୟ

ସିବିଏସ୍‌ଇ ବୋର୍ଡ ପରୀକ୍ଷା ଫି ବୃଦ୍ଧି

ନୂଆଦିଲ୍ଲୀ,୧୨ା୮(ପି.ଟି.): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫି ବୃଦ୍ଧି କରିଛନ୍ତି। ଚଳିତ ବର୍ଷଠାରୁ ଏହି ବର୍ଦ୍ଧିତ ଫି ଲାଗୁହେବ। ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି/ଏସ୍‌ଟି) ପିଲାଙ୍କ ଲାଗି ପରୀକ୍ଷା ଫି ୨୪ ଗୁଣ ବୃଦ୍ଧି ପାଇଛି। ସେମାନେ ପୂର୍ବରୁ ୫୦ ଟଙ୍କା ଦେଉଥିବାବେଳେ ଏଣିକି ୧୨୦୦ ଟଙ୍କା ଦେୟ ପୈଠ କରିବେ। ସାଧାରଣ ବର୍ଗର ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି ଦୁଇଗୁଣ କରାଯାଇଛି। ସେମାନଙ୍କୁ ଏଣିକି ୧୫୦୦ ଟଙ୍କା ପୈଠ କରିବାକୁ ପଡ଼ିବ। ପୂର୍ବରୁ ସେମାନେ ପରୀକ୍ଷା ଫି ବାବଦରେ ୭୫୦ ଟଙ୍କା ଦେଉଥିଲେ। ଦଶମ ବୋର୍ଡ ପରୀକ୍ଷା ଲାଗି ନବମ ଶ୍ରେଣୀରୁ ନାମ ପଞ୍ଜୀକରଣ କରିବାକୁ ହେବ। ସେହିପରି ଦ୍ୱାଦଶ ପରୀକ୍ଷା ଦେବାକୁ ଥିବା ପିଲାମାନେ ଏକାଦଶ ଶ୍ରେଣୀରୁ ପଞ୍ଜୀକୃତ ହେବେ। ଯେଉଁ ସ୍କୁଲଗୁଡିକରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ସେମାନେ ପିଲାଙ୍କ ଠାରୁ ବର୍ଦ୍ଧିତ ଦେୟ ସଂଗ୍ରହ କରିବା ଲାଗି ସିବିଏସ୍‌ଇ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି।
ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅତିରିକ୍ତ ବିଷୟ ପରୀକ୍ଷା ଦେବା ପାଇଁ ଅନୁସୂଚିତ ଉପଜାତିର ଛାତ୍ରୀଛାତ୍ରଙ୍କୁ ଦେୟ ଦେବାକୁ ପଡୁ ନ ଥିଲା। ଏଣିକି ସେମାନଙ୍କୁ ଏଥିପାଇଁ ୩୦୦ ଟଙ୍କା ପୈଠ କରିବାକୁ ହେବ। ସାଧାରଣ ବର୍ଗର ପିଲା ପୂର୍ବରୁ ଅତିରିକ୍ତ ବିଷୟ ପାଇଁ ୧୫୦ ଟଙ୍କା ଦେଉଥିବାବେଳେ ଏଣିକି ୩୦୦ ଟଙ୍କା ପୈଠ କରିବେ। ୧୦୦ ପ୍ରତିଶତ ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଫି ଦେବାକୁ ପଡ଼ିବ ନାହିଁ। ଯେଉଁମାନେ ଶେଷ ତାରିଖ ପୂର୍ବରୁ ବର୍ଦ୍ଧିତ ପରୀକ୍ଷା ଦେୟ ପୈଠ କରିବାରେ ବିଫଳ ହେବେ ସେମାନଙ୍କ ନାମ ପଞ୍ଜୀକରଣ ହେବନାହିଁ ଏବଂ ସେହି ପିଲାମାନେ ୨୦୧୯-୨୦ ବର୍ଷ ପାଇଁ ପରୀକ୍ଷା ଦେଇପାରିବେ ନାହିଁ ବୋଲି ସିବିଏସ୍‌ଇ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।
ପୂର୍ବରୁ ମାଇଗ୍ରେଶନ ଫି ୧୫୦ ଟଙ୍କା ଥିଲାବେଳେ ତାକୁ ୩୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଦେଶୀ ଛାତ୍ରୀଛାତ୍ର ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୫ଟି ବିଷୟ ପାଇଁ ୧୦ ହଜାର ଟଙ୍କା ଜମା କରିବେ। ପୂର୍ବରୁ ସେମାନଙ୍କୁ ୫ ହଜାର ଟଙ୍କା ଦେବାକୁ ପଡୁଥିଲା। ଏହା ବ୍ୟତୀତ ଦ୍ୱାଦଶ ଶ୍ରେଣୀରେ ଅତିରିକ୍ତ ବିଷୟ ପାଇଁ ୨୦୦୦ ଟଙ୍କା ଦେବାକୁ ହେବ, ଯାହା ପୂର୍ବରୁ ୧୦୦୦ ଟଙ୍କା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri