Posted inଜାତୀୟ

ସିବିଆଇରେ ହାଜର ହେଲେନି ରାଜୀବ କୁମାର

କୋଲକାତା,୨୭।୫: କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ସୋମବାର ସିବିଆଇରେ ହାଜର ହୋଇ ନ ଥିବା ଜଣାପଡ଼ିଛି। ସକାଳ ୧୦ଟାରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହା ପୂର୍ବରୁ କ୍ରାଇମ ଇନଭେଷ୍ଟିଭେସନ୍‌ ଡିପାର୍ଟମେଣ୍ଟ(ସିଆଇଡି)ଏକ ଚିଠି ଯାଞ୍ଚ ଏଜେନ୍ସିଙ୍କୁ ଦେଇଥିଲା। ରାଜୀବ କୁମାର ୬ ଦିନିଆ ଛୁଟିରେ ଅଛନ୍ତି ବୋଲି ଏହି ଚିଠିରେ ଉଲ୍ଲେଖ ରହିଥିଲା। ଯାହା ଫଳରେ ସେ ସିବିଆଇ ପାଖରେ ହାଜର ହୋଇପାରିନାହାନ୍ତି ବୋଲି ସିଆଇଡି କହିଛି। ଅପରପକ୍ଷରେ ରବିବାର ସାରାଦା ଚିଟଫଣ୍ଡ ଦୁର୍ନିତୀରେ ସଂପୃକ୍ତ ଥିବା ରାଜୀବଙ୍କ ବିରୋଧରେ ସିବିଆଇ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଛି। ଏଥିସହ ଏକ ବର୍ଷ ପର୍ଯ୍ୟନ୍ତ ରାଜୀବ ବିଦେଶ ଗସ୍ତ କରିପାରିବେ ନାହିଁ। ଏନେଇ ବିମାନ ବନ୍ଦର ଓ ଇମିଗ୍ରେସନ ଅଧିକାରୀଙ୍କୁ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଠିକ ରାତି ୮ଟା…’, ଟ୍ରମ୍ପ ସ୍ଥିର କଲେ ସମୟ କେତେବେଳେ ଇରାନ ଉପରେ କରିବେ ସବୁଠାରୁ ବଡ଼ ଆକ୍ରମଣ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ ଆହୁରି ତୀବ୍ର ହେବାରେ ଲାଗିଛି। ହର୍ମୁଜ ପ୍ରଣାଳୀକୁ ନେଇ ୱାଶିଂଟନ ଏବଂ ତେହରାନ ମଧ୍ୟରେ ଅଚଳାବସ୍ଥା…

ଇସି ପ୍ରାର୍ଥୀଙ୍କ ଉପରେ ନିର୍ଭରକଲେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ

ନୂଆଦିଲ୍ଲୀ,୬ା୪: ଭୋଟ ପରିଚାଳନା କରୁଥିବା ପଦାଧିକାରୀ ଯଦି ପ୍ରାର୍ଥୀମାନଙ୍କ ଉପରେ ନିର୍ଭର କରନ୍ତି, ତେବେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବି.ଭି. ନାଗରତ୍ନା…

ଝିଅ ଡିଭର୍ସରେ ଖୁସିରେ ବିଭୋର ବାପା, ନାଚଗୀତରେ ଝୁମିଲେ ପୂରା ପରିବାର, ଭିଡିଓ ଦେଖିଲେ…

ମିରଟ,୬ା୪: ଜଣେ ଝିଅ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ବାପଘରକୁ ଫେରିଆସିଲେ ସାଧାରଣ ଭାବେ ଦୁଃଖଦ ପରିବେଶ ସୃଷ୍ଟି ହୋଇଥାଏ। ତେବେ ଉତ୍ତରପ୍ରଦେଶର ମିରଟରେ ଛାଡ଼ପତ୍ର ଦେଇ…

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri