Posted inଖେଳ

ସିନ୍ଧୁ, ସାଇନା, ଶ୍ରୀକାନ୍ତଙ୍କୁ ସାହାଯ୍ୟ କରିବେ କୋଚ୍‌ ସାଣ୍ଟୋସୋ

ନୂଆଦିଲ୍ଲୀ,୨୮।୨- ଇଣ୍ଡୋନେସିଆର କିମ୍ବଦନ୍ତୀ କୋଚ ଅଗୁସ ଡ୍ବି ସାଣ୍ଟୋସୋ ବହୁ ବିଶ୍ୱ ଚାମ୍ପିୟନ ଓ ଅଲିମ୍ପିକ୍ସ ପଦକଧାରୀ ଶଟଲର ସୃଷ୍ଟି କରିଛନ୍ତି। ଆଗାମୀ କିଛି ସପ୍ତାହରେ ସେ ଭାରତ ଆସିବେ। ଭାରତୀୟ ସିଙ୍ଗଲ୍ସ ଷ୍ଟାର ପି. ଭି. ସିନ୍ଧୁ, ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଲାଗି ସଂଘର୍ଷ କରୁଛନ୍ତି। ଏମାନଙ୍କ ଭାଗ୍ୟ ପରିବର୍ତ୍ତନ କରିପାରନ୍ତି ସାଣ୍ଟୋସୋ। ତାଙ୍କ ନେତୃତ୍ୱରେ ୧୯୯୮ରେ ବ୍ୟାଙ୍କକ୍‌ ପୁରୁଷ ଦଳ ଏସିଆନ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ୨୦୦୦ ସିଡ୍‌ନୀ ଅଲିମ୍ପିକ୍ସ ରୌପ୍ୟ ଓ ୨୦୦୧ ବିଶ୍ୱ ଚାମ୍ପିୟନ ଖେଳାଳିଙ୍କୁ ସେ କୋଚିଂ ଦେଇଥିଲେ। ରିଓ ଅଲିମ୍ପିକ୍ସବେଳେ ସାଣ୍ଟୋସୋ ଦକ୍ଷିଣ କୋରିଆ ଦଳର କୋଚ ଥିଲେ। ତାଙ୍କ କାର୍ଯ୍ୟକାଳରେ ହିଁ ସନ ଓ୍ବାନ ହୋଇ ଶୀର୍ଷ ର଼୍ୟାଙ୍କ ଅଧିକାର କରିଥିଲେ। ନିକଟରେ ସେ ଥାଇଲାଣ୍ଡ ଜାତୀୟ ଦଳ ସହ କାର୍ଯ୍ୟ କରିଥିଲେ। ଏବେ ସେ ଭାରତୀୟ ଦଳର କୋଚ ପାଇଁ ଆବେଦନ କରିଛନ୍ତି। ତାଙ୍କ ନାମକୁ ଭାରତ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ମଞ୍ଜୁରୀ ଦିଆଯାଇଛି। ସାଇର ଏହି ପ୍ରସ୍ତାବକୁ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ ସ୍ବୀକୃତି ଦେଇସାରିଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଜାତୀୟ ଦଳର ମୁଖ୍ୟ କୋଚ୍‌ ପୁଲେଲ୍ଲା ଗୋପୀଚାନ୍ଦଙ୍କ ପରାମର୍ଶ କ୍ରମେ ସାଣ୍ଟୋସୋଙ୍କୁ ନିଯୁକ୍ତ କରାଯାଉଛି। ତାଙ୍କୁ ମାସିକ ୮ ହଜାର ଡଲାର (ଭାରତୀୟ ମୁଦ୍ରାରେ ୫.୭ ଲକ୍ଷ ଟଙ୍କା) ଦରମା ମିଳିବ। ଯଦି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶଟଲରଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହିଲା, ତେବେ ତାଙ୍କ ଚୁକ୍ତିକୁ ପରବର୍ତ୍ତୀ ଅଲିମ୍ପିକ୍ସ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଭାରତୀୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ (ବାଇ)ର ପ୍ରଶାସକମାନେ ବିଶେଷ କରି ସିନ୍ଧୁଙ୍କ ପ୍ରଦର୍ଶନ ନେଇ ଚିନ୍ତିତ। କାରଣ ଦକ୍ଷିଣ କୋରିଆନ କୋଚ୍‌ କିମ ଜି ହ୍ୟୁନଙ୍କ ପଦ ଛାଡ଼ିବା ପରେ ସିନ୍ଧୁ ସଂଘର୍ଷ କରୁଛନ୍ତି। କିମ୍‌ଙ୍କ ନେତୃତ୍ୱରେ ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ ଟାଇଟଲ ହାତେଇଥିଲେ। କିମ୍‌ ପଦ ଛାଡ଼ିବା ପରେ ସିନ୍ଧୁ ଅନ୍ତର୍ଜାତୀୟ ଇଭେଣ୍ଟର ପ୍ରଥମ କିମ୍ବା ଦ୍ୱିତୀୟ ରାଉଣ୍ଡରୁ ଆଗକୁ ବଢ଼ିପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri