Posted inଜାତୀୟ

‘ସିନ୍ଧିଆଙ୍କୁ ଅଣଦେଖା କଲେ ଅଡୁଆରେ ପଡ଼ିବେ କମଲନାଥ’

ଭୋପାଳ,୭ା୩(ପି.ଟି.): ମଧ୍ୟପ୍ରଦେଶରେ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଘୋଡ଼ାବେପାର ଉଦ୍ୟମ ଅଭିଯୋଗ ହେଉଥିବାବେଳେ ସଙ୍କଟର ଖିଅ ଦଳ ଭିତରେ ବୋଲି ସୂଚନା ମିଳିଛି। ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା ଓ ଅସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନେତୃତ୍ୱାଧୀନ ସରକାର ସଙ୍କଟରେ ପଡିବେ ବୋଲି ଶୁକ୍ରବାର ରାଜ୍ୟର ଜଣେ ମନ୍ତ୍ରୀ କହିଛନ୍ତି। ସିନ୍ଧିଆଙ୍କ ସମର୍ଥକ ଭାବେ ଜଣାଶୁଣା ଶ୍ରମମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଡିୟା କହିଛନ୍ତି, ଭାଜପା ରାଜନୈତିକ ଚାପ ପକାଉଛି। ତେବେ ସିନ୍ଧିଆଙ୍କୁ ଅଣଦେଖା କଲେ ସରକାର ନିଶ୍ଚୟ ଅଡୁଆରେ ପଡିବେ। ଲୋକ ସଭା ନିର୍ବାଚନରେ ସିନ୍ଧିଆ ହାରିଯିବା ପରେ ତାଙ୍କୁ ରାଜ୍ୟ କଂଗ୍ରେସ ସଭାପତି କରିବା ଲାଗି ସମର୍ଥକମାନେ ଦାବି କରିଆସୁଛନ୍ତି। ଏମ୍‌ପିରୁ ରାଜ୍ୟ ସଭାରେ ୩ ଆସନ ଖାଲିପଡିବାକୁ ଯାଉଥିବାବେଳେ ସିନ୍ଧିଆଙ୍କୁ ପଠାଇବା ପାଇଁ ଦାବି ହେଉଛି। ଗତ ମାସରେ ସିନ୍ଧିଆ ଶିକ୍ଷକମାନଙ୍କ ଦାବି ନେଇ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବେ ବୋଲି କହିଥିଲେ।

କଂଗ୍ରେସରେ ମିଶିବେ ସଞ୍ଜୟ ପାଠକ

ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ବିଧାୟକମାନଙ୍କୁ ନିଜ ପକ୍ଷକୁ ନେବା ଲାଗି ଉଭୟ ଶାସକ କଂଗ୍ରେସ ଓ ବିରୋଧୀ ଦଳ ଭାଜପା ପକ୍ଷରୁ ମୂଲଚାଲ ଚାଲିଥିବା ଅଭିଯୋଗ ହେଉଛି। ଭାଜପା ବିଧାୟକ ସଞ୍ଜୟ ପାଠକ କଂଗ୍ରେସରେ ଯୋଗଦେଇପାରନ୍ତି ବୋଲି ଜଣାପଡିଛି। ସଞ୍ଜୟଙ୍କ ବାପା ସତ୍ୟେନ୍ଦ୍ର ପାଠକ କଂଗ୍ରେସ ଜିଲା ସଭାପତି ଏବଂ ଦିଗ୍‌ବିଜୟ ସିଂ ସରକାରରେ ମନ୍ତ୍ରୀ ଥିଲେ। ଭାଜପାର ଘୋଡାବେପାର ଉଦ୍ୟମର ଜବାବ ଦେବାକୁ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଓ ମୁଖ୍ୟମନ୍ତ୍ରୀ କମଳନାଥ ‘ଯେସାକୁ ତେସା’ ନୀତି ଆପଣାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri