ସିନ୍ଦୂର ପିନ୍ଧାଇ ବଳାତ୍କାର କରିବା ଘଟଣାର ଭିନ୍ନମୋଡ଼ : ଟଙ୍କା ପାଇଁ ବ୍ଲାକ୍‌ମେଲ୍‌ କରୁଛନ୍ତି ଯୁବତୀ

ଭୁୁବନେଶ୍ୱର,୮।୭(ବ୍ୟୁରୋ) : ଜଣେ ଯୁବତୀଙ୍କୁ ମଥାରେ ସିନ୍ଦୂର ଦେଇ ବଳାତ୍କାର ହୋଇଥିବା ନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଏବେ ଏହି ଘଟଣା ଭିନ୍ନମୋଡ଼ ନେଇଛି। ଯୁବତୀ ଜଣକ ତାଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ପାଇଁ ବ୍ଲାକ୍‌ମେଲ୍‌ କରୁଥିବା ଓ ମିଥ୍ୟା ଅଭିଯୋଗ ଆଣିଥିବା ଅଭିଯୁକ୍ତ ପାଲଟା ଅଭିଯୋଗ ଆଣିଛନ୍ତି। ସେ ଏନେଇ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନାରେ ଉକ୍ତ ଯୁବତୀଙ୍କ ନାମରେ ଏପରି ଅଭିଯୋଗ ଆଣିବା ସହ ଭୁବନେଶ୍ୱର ଡିସିପିଙ୍କୁ ଭେଟି ଜଣାଇଛନ୍ତି। ଫଳରେ ଭୁବନେଶ୍ୱର ମହିଳା ଥାନାରେ ଯୁବତୀଜଣକ କରିଥିବା ଅଭିଯୋଗକୁ ନେଇ ପ୍ରଶ୍ନ ଉଠିଛି।
ଅଭିଯୁକ୍ତ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଅଞ୍ଚଳର ଦେବବ୍ରତ ଦାସଙ୍କ ଅଭିଯୋଗ ମୁତାବକ, ଯୁବତୀ ଜଣକ ଏକ ଏନଜିଓରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସହ ଭେଟ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା। ମାତ୍ର ଯୁବତୀ ଜଣକ ଅନେକ ସମୟରେ ବିଭିନ୍ନ ଆଳ ଦେଖାଇ ତାଙ୍କଠାରୁ ଟଙ୍କା ପଇସା ମାଗିବାରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲେ। ଏପରିକି ବିବାହ ନ କଲେ ବିଷ ପିଇଦେବେ ବୋଲି କହି ତାଙ୍କୁ ଡାକିଥିଲେ। ଦେବବ୍ରତ ପହଞ୍ଚତ୍ବା ପରେ ଯୁବତୀ ଓ ତାଙ୍କ ସହ ଥିବା ପୁରୁଷ ବନ୍ଧୁ ତାଙ୍କୁ ୫ଲକ୍ଷ ଟଙ୍କା ଦେବାକୁ ଧମକ ଦେଇ ବ୍ଲାକ୍‌ମେଲିଂ ଆରମ୍ଭ କରିଥିଲେ। ମାମଲା ରୁଜୁ ପରେ ବି ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଫୋନ୍‌ କରି ଏବେବି ଟଙ୍କା ଦେଇଦେଲେ ରଫାଦଫା କରିଦେବେ ବୋଲି କହୁଥିବା ଦେବବ୍ରତ ଗଣମାଧ୍ୟମକୁ ଜଣାଇଛନ୍ତି। ଏଥିସହ ଯୁବତୀଙ୍କ ସମ୍ପର୍କରେ ଆହୁରି ଅନେକ ଅଭିଯୋଗ ଆଣିଛନ୍ତି ଦେବବ୍ରତ। ସେ କହିଛନ୍ତି, ଯୁବତୀ ଜଣକ ସୋସିଆଲ ମିଡିଆ ଜରିଆରେ ଯୁବକମାନଙ୍କୁ ପ୍ରେମ ଜାଲରେ ଫସାନ୍ତି। ପରେ ଭେଟିବାକୁ ପ୍ରସ୍ତାବ ଦେଇ ସମ୍ପର୍କ ବଢ଼ାନ୍ତି। ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ଭିତରେ ବିବାହ ପ୍ରସ୍ତାବ ଦିଅନ୍ତି। ଏପରିକି ଯୁବକଙ୍କ ହାତରୁ ସିନ୍ଦୂର ପିନ୍ଧିବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋକୁ ନେଇ ବ୍ଲାକ୍‌ମେଲ କରନ୍ତି। ଏହାପରେ ଯୁବତୀ ଜଣକ ନିଜର ଅସଲ ଉଦ୍ଦେଶ୍ୟକୁ ସଫଳ କରନ୍ତି। ମୋଟା ଅଙ୍କର ଅର୍ଥ ଦାବି କରନ୍ତି। ଚାହିଁବା ମୁତାବକ ଅର୍ଥ ନ ମିଳିଲେ ଭିନ୍ନ ଭିନ୍ନ ଥାନାରେ ଅଭିଯୋଗ ଆଣି ସମାଧାନ ପାଇଁ ଆହୁରି ଅଧିକ ଅର୍ଥ ଅସୁଲ କରନ୍ତି। ଟଙ୍କା ନ ମିଳିଲେ ଜେଲ୍‌ ଯିବା ପର୍ଯ୍ୟନ୍ତ ପୋଲିସ ଉପରେ ଚାପ ପକାନ୍ତି। ଏହିପରି ଯୁବତୀ ଜଣକ ପୂର୍ବରୁ ଭୁବନେଶ୍ୱରର ୩ ଥାନାରେ ସମାନ ଅଭିଯୋଗ ଆଣିଛନ୍ତି। ଯୁବତୀଙ୍କ ଅଭିଯୋଗକ୍ରମେ ଜଣେ ଯୁବକ ସରକାରୀ ଚାକିରି ହରାଇବା ସହ ଜେଲ୍‌ ଯାଇଛନ୍ତି। ସେହିଭଳି ଆଉ ଦୁଇଜଣ ଯୁବକ ମଧ୍ୟ ଗିରଫ ହୋଇ ଜେଲ୍‌ ଯାଇଥିବା ସେ କହିଛନ୍ତି। ଏ ସଂକ୍ରାନ୍ତରେ ଡିସିପି ଅନୁପ ସାହୁ କହିଛନ୍ତି , ଯୁବତୀ ଜଣକ ମହିଳା ଥାନାରେ କରିଥିବା ଅଭିଯୋଗ ଓ ଅଭିଯୁକ୍ତ ଯୁବକ ଆଣିଥିବା ଅଭିଯୋଗର ତଦନ୍ତ କରାଯାଉଛି। ଖୁବ୍‌ଶୀଘ୍ର ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri