Posted inଖେଳ

ସିନିୟର ପୁରୁଷ ହକି କ୍ୟାମ୍ପ୍‌: ଜାତୀୟ ଶିବିରରେ ୬ ଓଡ଼ିଆ

ନୂଆଦିଲ୍ଲୀ, ୧।୯ (ପି.ଟି.)- ଆଗାମୀ ବେଲ୍‌ଜିୟମ ଓ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଲାଗି ଜାତୀୟ ସିନିୟର ପୁରୁଷ ହକି ଦଳର କୋଚିଂ କ୍ୟାମ୍ପ୍‌ ସେପ୍ଟେମ୍ବର ୨ରୁ ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପରିସରରେ ଆରମ୍ଭ ହେବ। ଏଥିଲାଗି ହକି ଇଣ୍ଡିଆ ପକ୍ଷରୁ ଶନିବାର ୩୩ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଓଡ଼ିଶାର ୬ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଡିଫେଣ୍ଡର୍ସ ତଥା ବରିଷ୍ଠ ଖେଳାଳି ବୀରେନ୍ଦ୍ର ଲାକ୍ରା, ଅମିତ୍‌ ରୋହିଦାସ, ନୀଲମ ସଞ୍ଜୀପ ଖେସ୍‌, ଦୀପସାନ ତିର୍କୀ, ମିଡ୍‌ଫିଲ୍ଡର ଆଶିଷ କୁମାର ଟପ୍ନୋ ଓ ଫର୍‌ଓ୍ବାର୍ଡ ଶିଳାନନ୍ଦ ଲାକ୍ରା।
ସପ୍ତାହବ୍ୟାପୀ ହେବାକୁ ଥିବା ଏହି କ୍ୟାମ୍ପ୍‌ ମୁଖ୍ୟ କୋଚ୍‌ ଗ୍ରାହମ୍‌ ରେଡ୍‌ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ। ନିକଟରେ ଡିଫେଣ୍ଡର ହର୍‌ମନପ୍ରୀତ୍‌ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅଲିମ୍ପିକ ଟେଷ୍ଟ ଇଭେଣ୍ଟର ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା। କ୍ୟାମ୍ପରେ ମଧ୍ୟ ଖେଳାଳିମାନେ ସେମାନଙ୍କ ଏହି ପ୍ରଦର୍ଶନ କିଭଳି ବଜାୟ ରଖିବେ ତାହା ଉପରେ ଧ୍ୟାନ ଦିଆଯିବ ବୋଲି ମୁଖ୍ୟ କୋଚ୍‌ ରେଡ୍‌ କହିଛନ୍ତି। ଏଫ୍‌ଆଇଏଚ୍‌ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ସେପ୍ଟେମ୍ବରରେ ହେବାକୁ ଥିବା ବେଲ୍‌ଜିୟମ ଗସ୍ତ ଦଳର ପ୍ରସ୍ତୁତି ପାଇଁ ଭଲ ହେବ ବୋଲି ସେ ଏହି ଅବସରରେ କହିଛନ୍ତି। ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଅକ୍ଟୋବର ଓ ନଭେମ୍ବରରେ ଅନୁଷ୍ଠିତ ହେବ।
ଭାରତୀୟ ସମ୍ଭାବ୍ୟ ଦଳ: ପି.ଆର୍‌. ଶ୍ରୀଜେଶ, ସୂରଜ କେରକେରା, କ୍ରୀଷ୍ଣା ବାହାଦୂର ପାଠକ (ସମସ୍ତେ ଗୋଲ୍‌କିପର), ହର୍‌ମନପ୍ରୀତ୍‌ ସିଂ, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦର କୁମାର, ଅମିତ୍‌ ରୋହିଦାସ, ବରୁଣ କୁମାର, ରୂପିନ୍ଦର ପାଲ୍‌ ସିଂ, ଗୁରିନ୍ଦର ସିଂ, କୋଥାଜିତ୍‌ ସିଂ ଖଡଙ୍ଗବାମ, ନୀଲମ ସଞ୍ଜୀପ ଖେସ୍‌, ଜରମନପ୍ରୀତ୍‌ ସିଂ ଓ ଦୀପସାନ ତିର୍କୀ (ସମସ୍ତେ ଡିଫେଣ୍ଡର୍ସ), ମନ୍‌ପ୍ରୀତ୍‌ ସିଂ, ସୁମିତ୍‌, ନୀଳକାନ୍ତ ଶର୍ମା, ଜସକରନ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଆଶିଷ କୁମାର ଟପ୍ନୋ, ସୟଦ ନିୟାଜ ରହିମ, ରାଜକୁମାର ପାଲ୍‌ (ସମସ୍ତେ ମିଡ୍‌ଫିଲ୍ଡର), ମନଦୀପ୍‌ ସିଂ, ଆକାଶଦୀପ୍‌ ସିଂ, ଶିଳାନନ୍ଦ ଲାକ୍ରା, ଗୁରସାହିବଜିତ୍‌ ସିଂ, ସିମରନଜିତ୍‌ ସିଂ, ଏସ୍‌.ଭି. ସୁନୀଲ, ଗୁର୍‌ଜାନ୍ତ ସିଂ, ରମନଦୀପ ସିଂ, ଶମଶେର ସିଂ ଓ ଲଳିତ କୁମାର ଉପାଧ୍ୟାୟ (ସମସ୍ତେ ଫର୍‌ଓ୍ବାର୍ଡ)।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri