ସିଡିଏମ୍‌ଓଙ୍କ ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ

ହିଞ୍ଜିଳିକାଟୁ,୫।୧୦(ଡି.ଏନ୍‌.ଏ.): ଗଞ୍ଜାମ ସିଡିଏମ୍‌ଓ (ଜିଲା ମୁଖ୍ୟ ଚିକିତ୍ସାଧିକାରୀ) ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଶନିବାର ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଡାକ୍ତରଖାନାର ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ସରକାରୀ ଯୋଜନାର କାର୍ଯ୍ୟକାରିତା ତଦାରଖ କରିଥିଲେ। ଚିକିତ୍ସା ସମ୍ପର୍କରେ କିଛି ରୋଗୀଙ୍କ ସହ ଆଲୋଚନା କରିବା ପରେ ଆର୍‌ଏମ୍‌ସି ପରିସରରେ ନିର୍ମାଣାଧୀନ ୮୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର କୋଠା ବୁଲି ଦେଖିଥିଲେ। ସେହିପରି ଡାକ୍ତରଖାନାର ନିର୍ମାଣ ନେଇ ଯନ୍ତ୍ରୀ ଉମା ଶଙ୍କର ପାଢ଼ୀ ସିଡିଏମ୍‌ଓ ପାଣିଗ୍ରାହୀଙ୍କୁ ବୁଝାଇଥିଲେ। ହିଞ୍ଜିଳିକାଟୁ ଡାକ୍ତରଖାନାର ଡା. ପ୍ରତିଭା ସାହୁ, ଡା.ମାଧବ କୁମାର ସାହୁ, ଡା. ଦୁର୍ଗା ପ୍ରସାଦ ପଣ୍ଡା, ଡା. ପରିସ୍ମିତା ସାହୁ, ଡା.ପାର୍ଥସାରଥି, ଫାର୍ମାସିଷ୍ଟ କାର୍ତ୍ତିକେଶ୍ୱର ସାହୁ ପ୍ରମୁଖଙ୍କ ସହ ସିଡିଏମ୍‌ଓ ଆଲୋଚନା କରିଥିଲେ।