ସିଗାରେଟ୍‌ : ଜୀବନ ଘାତକ

‘ପ୍ରାୟ ଦୁଇ ଦଶକ ପୂର୍ବେ ସ୍ବାସ୍ଥ୍ୟ ଉପରେ ଧୂମପାନର ଭୟାବହ ପରିଣାମ କ୍ରମେ ଜଣାଗଲା । ସେଥିରୁ ଜଣାପଡ଼ିଲା ଯେ, ସିଗାରେଟ୍‌ ଧୂଆଁରେ ଥାଏ ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ ବିଷାକ୍ତ ରସାୟନ । ତନ୍ମଧ୍ୟରୁ ପ୍ରମୁଖଗୁଡ଼ିକ ହେଲା ନିକୋଟିନ୍‌ ,ଏସିଟୋନ, ଆମୋନିଆ, ଆର୍ସେନିକ, ବ୍ୟୁଟେନ, ଫର୍‌ମାଲ ଡି ହାଇଡ୍‌, କାଡ୍‌ମିୟମ, କାର୍ବନ୍‌ ମନୋକ୍‌ସାଇଡ, ଡିଡିଟି, ହାଇଡ୍ରୋସିୟାନିକ ଏସିଡ୍‌ ଏବଂ ଜୋ ପାଇରିନ୍‌, ଆକ୍ରୋଲିନ ନାଇଟ୍ରୋସାମିନ୍‌, ନାପ୍‌ଥାଲିନ୍‌, ଟଲ୍ୟୁଇନ, ମେଥାନଲ ସହିତ ସୀସା-୨୧୦ ଓ ପୋଲୋନିୟମ-୨୧୦ ଭଳି ତେଜଷ୍କ୍ରିୟ ପଦାଥ । ସେସବୁ ମୁଖ, ଗଳା ଓ ରକ୍ତ କର୍କଟ ସମେତ ୧୯ ପ୍ରକାର କର୍କଟରୋଗ ଏବଂ ମସ୍ତିଷ୍କ ସଂଘାତ, ହୃଦ୍‌ଘାତ, ଯକ୍ଷ୍ମା, ଶ୍ୱାସରୋଗ, ଉଚ୍ଚ ରକ୍ତଚାପ, ରକ୍ତପେଟିକା ସଂକୋଚନ, ବିବିଧ ବୃକ୍‌କ ରୋଗ, ଉଭୟ ନାରୀ ଓ ପୁରୁଷଠାରେ ବନ୍ଧ୍ୟାତ୍ୱ, ରୋଗ ପ୍ରତିରୋଧ ଶକ୍ତି ହ୍ରାସ ଇତ୍ୟାଦିର କାରଣ ହୋଇଥାନ୍ତି।“

ସିଗାରେଟ୍‌ର ଜନ୍ମକାଳରୁ ତାହାର ମୁଖ୍ୟ ଉପାଦାନ ରୂପେ ବ୍ୟବହାର ହେଉଥିଲା ଧୂଆଁପତ୍ର। ଭାରତ ସମେତ ସମଗ୍ର ବିଶ୍ୱରେ ଏ ଶିଳ୍ପ ସମୃଦ୍ଧ ହେବା ସଙ୍ଗେ ସଙ୍ଗେ ଅର୍ଥକରୀ ଫସଲ ରୂପେ ଧୂଆଁପତ୍ର ଚାଷ ମଧ୍ୟ ପ୍ରସାର ଲାଭ କରିଥିଲା। ପ୍ରାୟ ଦୁଇ ଦଶକ ପୂର୍ବେ ସ୍ବାସ୍ଥ୍ୟ ଉପରେ ଧୂମପାନର ଭୟାବହ ପରିଣାମ କ୍ରମେ ଜଣାଗଲା । ସେଥିରୁ ଜଣାପଡ଼ିଲା ଯେ, ସିଗାରେଟ୍‌ ଧୂଆଁରେ ଥାଏ ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ ବିଷାକ୍ତ ରସାୟନ । ତନ୍ମଧ୍ୟରୁ ପ୍ରମୁଖଗୁଡ଼ିକ ହେଲା ନିକୋଟିନ୍‌ ,ଏସିଟୋନ, ଆମୋନିଆ, ଆର୍ସେନିକ, ବ୍ୟୁଟେନ, ଫର୍‌ମାଲ ଡି ହାଇଡ୍‌, କାଡ୍‌ମିୟମ, କାର୍ବନ୍‌ ମନୋକ୍‌ସାଇଡ୍‌, ଡିଡିଟି, ହାଇଡ୍ରୋସିୟାନିକ ଏସିଡ୍‌ ଏବଂ ଜୋ ପାଇରିନ୍‌, ଆକ୍ରୋଲିନ ନାଇଟ୍ରୋସାମିନ୍‌, ନାପ୍‌ଥାଲିନ୍‌, ଟଲ୍ୟୁଇନ, ମେଥାନଲ ସହିତ ସୀସା-୨୧୦ ଓ ପୋଲୋନିୟମ-୨୧୦ ଭଳି ତେଜଷ୍କ୍ରିୟ ପଦାର୍ଥ। ସେସବୁ ମୁଖ, ଗଳା ଓ ରକ୍ତ କର୍କଟ ସମେତ ୧୯ ପ୍ରକାର କର୍କଟରୋଗ ଏବଂ ମସ୍ତିଷ୍କ ସଂଘାତ, ହୃଦ୍‌ଘାତ, ଯକ୍ଷ୍ମା, ଶ୍ୱାସରୋଗ, ଉଚ୍ଚ ରକ୍ତଚାପ, ରକ୍ତପେଟିକା ସଂକୋଚନ, ବିବିଧ ବୃକ୍‌କ ରୋଗ, ଉଭୟ ନାରୀ ଓ ପୁରୁଷଠାରେ ବନ୍ଧ୍ୟାତ୍ୱ, ରୋଗ ପ୍ରତିରୋଧ ଶକ୍ତି ହ୍ରାସ ଇତ୍ୟାଦିର କାରଣ ହୋଇଥାନ୍ତି। ସେଥିପାଇଁ ବହୁ ମହଲରୁ ଏହାକୁ ନିଷେଧ କରିବାକୁ ଦାବି ହେବାରୁ ଆମ ଦେଶ ସମେତ ବିଶ୍ୱର ଅଧିକାଂଶ ସରକାର ଏହାକୁ ନିୟନ୍ତ୍ରଣ କରିବା ଉପରେ ଜୋର ଦେଲେ। ଏଣୁ ସିଗାରେଟ୍‌ ଉପରେ ଟିକସ ବୃଦ୍ଧି କରାଗଲା। ଏହାର ଖୋଳ ଉପରେ ବିପଦ ସୂଚନା ମୁଦ୍ରିତ କରାଗଲା। ଗଣମାଧ୍ୟମରେ ବିଜ୍ଞାପନ ନିଷେଧ କରାଗଲା ଏବଂ ଏହାର ବିକ୍ରୟ ଉପରେ ଆଇନଗତ କଟକଣା ଜାରି କରାଗଲା। ଫଳରେ ସିଗାରେଟ୍‌ ବ୍ୟବହାର କିଛି ମାତ୍ରାରେ କମ୍‌ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଗଣନା ଅନୁସାରେ ପୃଥିବୀରେ ୨୦୦୦ ମସିହା ବେଳକୁ ୨୭ ପ୍ରତିଶତ ଲୋକ ସିଗାରେଟ୍‌ ସେବନ କରୁଥିଲା ବେଳେ ୨୦୧୬ ମସିହା ବେଳକୁ ତାହା ଖସି ଆସିଲା ୧୬ ପ୍ରତିଶତକୁ। ସେହି ସମୟ ମଧ୍ୟରେ ତାହା ଆମ ଦେଶରେ ୧୯ ପ୍ରତିଶତରୁ କମିଛି ପ୍ରାୟ ୧୦ ପ୍ରତିଶତକୁ ଏବଂ ୨୦୨୫ ବେଳକୁ ଏହା ୮.୫ ପ୍ରତିଶତରେ ପହଞ୍ଚିବ ବୋଲି ଆଶା କରାଯାଉଛି। ତଥାପି ଏବେ ମଧ୍ୟ ପ୍ରତିବର୍ଷ ବିଶ୍ୱର ୭ ନିୟୁତ ଲୋକ ଧୂମପାନଜନିତ ରୋଗରେ ପ୍ରାଣ ହରାଉଛନ୍ତି। ଆମ ଦେଶରେ ଏମାନଙ୍କ ସଂଖ୍ୟା ଲକ୍ଷାଧିକ।
ଇ-ସିଗାରେଟ୍‌ : ଏହି କାରଣରୁ ବିଗତ ପ୍ରାୟ ଏକଦଶକ ହେଲା ବିଶ୍ୱ ବଜାରରେ ସିଗାରେଟ୍‌( ତଥା ଅନ୍ୟାନ୍ୟ ତମାଖୁ ଭିତ୍ତିକ ଦ୍ରବ୍ୟ) ବ୍ୟବସାୟ ମାନ୍ଦା ହେବାରେ ଲାଗିଛି। ତେଣୁ ଏହି ଶିଳ୍ପକୁ ପୁନଃ ସକ୍ରିୟ କରିବା ପାଇଁ ବଜାରକୁ ଛଡ଼ାଯାଇଛି ତଥାକଥିତ ଇ-ସିଗାରେଟ୍‌(ଇଲେକଟ୍ରୋନିକ-ସିଗାରେଟ୍‌)। ପ୍ରକୃତରେ ଏହା ହେଉଛି ଏକ ବୈଦ୍ୟୁତିକ ନିକୋଟିନ ପ୍ରଦାନକାରୀ ବ୍ୟବସ୍ଥା(ଇଲେକ୍‌ଟ୍ରୋନିକ ନିକୋଟିନ ଡେଲିଭରି ସିଷ୍ଟମ)। ସାଧାରଣ ସିଗାରେଟ୍‌ ଏବଂ ସମସ୍ତ ପ୍ରକାର ତମାଖୁ ଜାତୀୟ ପଦାର୍ଥରେ ଥିବା ମୁଖ୍ୟ ଅପକାରୀ ତଥା ଅଭ୍ୟାସକାରୀ ଉପାଦାନଟି ହେଲା ନିକୋଟିନ। ତେବେ ସେଥିରେ ମଧ୍ୟ ଥାଏ ଆହୁରି ଅନେକ ବିଷାକ୍ତ ରସାୟନ। ଅନ୍ୟପକ୍ଷରେ ଇ-ସିଗାରେଟ୍‌ରେ ସାଧାରଣତଃ ଦିଆଯାଏ ନିକୋଟିନ, ବିବିଧ ସ୍ବାଦକାରୀ ପଦାର୍ଥ ଆଦିର ମିଶ୍ରଣର ଏକ ଦ୍ରବ୍ୟ। ତନ୍ମଧ୍ୟରୁ ତାହାକୁ ଗରମକରି ନିର୍ଗତ ବାଷ୍ପକୁ ସେବନ କରାଯାଏ। ଏଣୁ ଏଥିରେ ପରୋକ୍ଷ ଧୂମପାନର ସମ୍ଭାବନା କମ୍‌ ଏବଂ ରସାୟନ ଗୁଡ଼ିକର ସଂଖ୍ୟା ଓ ପରିମାଣ ସୀମିତ ହୋଇଥିବାରୁ ଏହା ଅପେକ୍ଷାକୃତ ନିରାପଦ ବୋଲି କହିଆସୁଛନ୍ତି ଉତ୍ପାଦନକାରୀମାନେ। ଅନ୍ୟପକ୍ଷରେ ଏ ସମ୍ପର୍କରେ ଭିନ୍ନ ଭିନ୍ନ ମତ ପୋଷଣକରି ଆସୁଥିଲେ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା, ଦ ବ୍ରିଟିଶ ମେଡିକାଲ ଆସୋସିଏଶନ, ଦ ଆମେରିକାନ ଆସୋସିଏଶନ ଅଫ୍‌ ପବ୍ଲିକ ହେଲ୍‌ଥ ଫିଜିସିଆନ୍ସ ଆଦି ପ୍ରମୁଖ ଆନ୍ତର୍ଜାତିକ ଅନୁଷ୍ଠାନ। କିନ୍ତୁ ଏବେ ୦ଏହା ଅତ୍ୟନ୍ତ ଅଭ୍ୟାସକାରୀ ଏବଂ ସ୍ବାସ୍ଥ୍ୟ ହାନିକାରକ ବୋଲି ନିର୍ଦ୍ଦିଷ୍ଟ ରୂପେ ପ୍ରମାଣିତ ହୋଇଗଲାଣି। ଏଣୁ ୨୦୧୪ରେ ଭାରତ ସରକାର ଏବଂ ୨୦୧୫ରେ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଏହାକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ ଆରମ୍ଭ କଲେ। ନିକଟ(୩୧ା୫ା୧୯)ରେ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ ଦ୍ୱାରା ପ୍ରସ୍ତୁତ ଶ୍ୱେତପତ୍ରରେ ସୂଚିତ କରାଯାଇଛି ଯେ, ସାଧାରଣ ଧୂଆଁପତ୍ର ସିଗାରେଟ୍‌ ଭଳି ଏହା ମଧ୍ୟ ହୃଦ୍‌ଶୂଳ, କର୍କଟ ରୋଗ, ସ୍ନାୟବିକ ଏବଂ ଶ୍ୱାସକ୍ରିୟା ଜନିତ ରୋଗ ତଥା ରୋଗ ପ୍ରତିରୋଧ ଶକ୍ତି ଉପରେ ନକାରାମତ୍କ ପ୍ରଭାବ ପକାଇବା ସଙ୍ଗେ ସଙ୍ଗେ ଡିଏନ୍‌ଏକୁ କ୍ଷତିଗ୍ରସ୍ତକରେ। ପୁନଶ୍ଚ ଗଭର୍ବତୀ ମହିଳାମାନେ ଏହା ସେବନ କଲେ ଭ୍ରୂଣ ଏବଂ ଶିଶୁର ମସ୍ତିଷ୍କର ବିକାଶ ବାଧାପ୍ରାପ୍ତ ହୁଏ। ସେଥିପାଇଁ ଏହାକୁ ଜନସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି ଘୋଷଣା କରିବାକୁ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ ମତବ୍ୟକ୍ତ କରିଛି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା

-ଉଷାନିବାସ, ୧୨୪/୨୪୪୫, ଖଣ୍ଡିଗିରି ବିହାର, ଭୁବନେଶ୍ୱର,
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri