Categories: ବାଣିଜ୍ୟ

ସିକେପି ସମବାୟ ବ୍ୟାଙ୍କ ବିରୋଧରେ କଟକଣା

ନୂଆଦିଲ୍ଲୀ,୪। ୫: ବ୍ୟାଙ୍କଗୁଡ଼ିକରେ ଟଙ୍କା ରଖିବା ସୁରକ୍ଷିତ ବୋଲି ବିଚାର କରାଯାଇଥାଏ। ହେଲେ ବର୍ତ୍ତମାନ ଏମିତି କିଛି ଘଟଣା ଘଟୁଛି ଯାହା ଲୋକଙ୍କର ବ୍ୟାଙ୍କ ବ୍ୟବସ୍ଥାକୁ ନେଇ ରହିଥିବା ବିଶ୍ୱାସକୁ ଦୋହଲାଇ ଦେଇଛି। ସିକେପି ସମବାୟ ବ୍ୟାଙ୍କରେ ସେହିଭଳି ଏକ ଘଟଣା ଘଟୁଛି । ଏହି ସମବାୟ ବ୍ୟାଙ୍କ ବିରୋଧରେ ଏବେ ରିଜର୍ଭ ବ୍ୟାଙ୍କ କଟକଣା ଲାଗୁ କରିଛି। ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କରେ ସମାନ ଘଟଣା ଘଟିଥିଲା। ଆର୍‌ବିଆଇ ସିକେପି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିବା ସହ ଏହାର କାର୍ଯ୍ୟ ଉପରେ କଟକଣା ଲଗାଇ ଦେଇଛି। ଏହି ବ୍ୟାଙ୍କର ଆର୍ଥତ୍କ ଅବସ୍ଥା ଏବେ ଖରାପ ହୋଇଛି। ଉକ୍ତ ବ୍ୟାଙ୍କକୁ ଅନ୍ୟ କୌଣସି ବ୍ୟାଙ୍କ ସହ ମିଶ୍ରଣ କରିବା ଯୋଜନା ମଧ୍ୟ ସାମ୍ନାକୁ ଆସିନାହିଁ। ବ୍ୟାଙ୍କର ବୋର୍ଡ ଗ୍ରାହକଙ୍କ ସହ ଧୋକା କରିଥିବା କୁହାଯାଉଛି। ବ୍ୟାଙ୍କର ସମ୍ପତ୍ତିକୁ ବିକ୍ରି କରି ଲୋକଙ୍କୁ ସେମାନଙ୍କ ଜମା ଅର୍ଥ ଫେରାଇବା ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଡିପୋଜିଟ ଇନସ୍ୟୁରାନ୍ସ ତଥା କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେଶନ(ଡିଆଇସିଜିସି)ର ନିୟମ ମୁତାବକ ଜମାକାରୀଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

Share