ନୂଆଦିଲ୍ଲୀ,୨୬।୧୨: ପଞ୍ଜାବରେ ଖଲିସ୍ତାନ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ଆଇଏସ୍ଆଇ ପକ୍ଷରୁ କେତେକ ଆତଙ୍କବାଦୀ ସଂଗଠନ ସହିତ ଗୁପ୍ତ ବୈଠକ ମଧ୍ୟ ହୋଇସାରିଛି। ଏସମ୍ପର୍କରେ ଭାରତୀୟ ଗୋଇନ୍ଦା ବିଭାଗକୁ ଗୁପ୍ତ ସୂଚନା ମିଳିଛି। କୁହୁଡ଼ିର ଫାଇଦା ନେଇ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଖଲିସ୍ତାନୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଲାଗି ଯୋଜନା କରୁଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ-ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


