Categories: ଜାତୀୟ

ସିଏଏ ହିଂସାରେ ମୃତ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ଦେବ ସମାଜବାଦୀ ପାର୍ଟି

ଲକ୍ଷ୍ନୌ,୫।୧: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ହିଂସାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସାହାଯ୍ୟ ଦେବା ପାଇଁ ସମାଜବାଦୀ ପାର୍ଟି(ଏସ୍‌ପି) ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ପାର୍ଟି ପକ୍ଷରୁ ଟୁଇଟ୍‌ ଯୋଗେ କୁହାଯାଇଛି। ଭାରତ ସମ୍ବିଧାନକୁ ରକ୍ଷା କରିବା ପାଇଁ ନାଗରିକତ୍ୱ ସଂଶୋଧନ ଆଇନ ଓ ଏନ୍‌ଆରସିକୁ ବିରୋଧ କରି ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଆନ୍ଦୋଳନକାରୀଙ୍କ ପରିବାରକୁ ଆମ ଦଳ ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ଟୁଇଟ୍‌ରେ କୁହାଯାଇଛି। ସୂଚନାଯୋଗ୍ୟ, ସିଏଏକୁ ବିରୋଧ କରି ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା।

Share