ସିଏଏ ନେଇ ମାଇକ୍ରୋସଫ୍ଟ ସିିଇଓ ସତ୍ୟ ନଡେଲାଙ୍କ ମନ୍ତବ୍ୟ: ସଫେଇ ଦେଲା ମାଇକ୍ରୋସଫ୍ଟ

ଓ୍ବାଶିଂଟନ, ୧୪।୧: ନାଗରିକତ୍ୱ ସଂଶୋଧନ ଆଇନ( ସିଏଏ) ନେଇ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନଡେଲା ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଭାରତରେ ମୋର ପିଲାଦିନ ବିତିଛି। ସେଠାରେ ଦୀପାବଳି ଏବଂ ଖ୍ରୀଷ୍ଟମାସ ଏକାଠି ପାଳନ କରାଯାଇଥାଏ। ବାଂଲାଦେଶରୁ ଆସିଥିବା ଜଣେ ଛୋଟ ପିଲା ଭାରତରେ ବଡ଼ ହେବାର ଅବସର ପାଇବା ଆବଶ୍ୟକ। ତେବେ ଏବେ ସିଏଏକୁ ନେଇ ଦେଶରେ ଅଶାନ୍ତି ସୃଷ୍ଟି ହୋଇଛି। ଭାରତରେ ଯାହା ସବୁ ଘଟୁଛି ତାହା ଦୁଃଖଦ ବୋଲି ସେ କହିଥିଲେ। ସତ୍ୟଙ୍କ ମନ୍ତବ୍ୟ ନେଇ ବିବାଦ ସୃଷ୍ଟି ହେବାରୁ ଶେଷରେ ସେ ଏନେଇ ସଫେଇ ଦେଇଛନ୍ତି। ସତ୍ୟଙ୍କ ମନ୍ତବ୍ୟକୁ ବିଶ୍ଳେଷଣ କରାଯାଇ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ମାଇକ୍ରୋସଫ୍ଟ ପକ୍ଷରୁ ମଧ୍ୟ ସଫେଇ ଦିଆଯାଇଛି। ମାଇକ୍ରୋସଫ୍ଟ କହିଛି ଯେ, ପ୍ରତି ଦେଶର ରାଷ୍ଟ୍ରୀୟ ସୁରକ୍ଷା ନୀତି, ସୀମା ଏବଂ ପ୍ରବାସୀ ନୀତି ନିଶ୍ଚିତ କରିବାର ଅଧିକାର ରହିଛି। ଗଣତନ୍ତ୍ରରେ ସରକାର ଲୋକଙ୍କ ହିତ ପାଇଁ ନିଷ୍ପତ୍ତି ଗ୍ରହଣ କରିଥାନ୍ତି ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି।

Share