Categories: ଜାତୀୟ

ସିଏଏ-ଏନ୍‌ଆର୍‌ସିକୁ ନେଇ ବଢିଲା ରାଜନୈତିକ ଉଷ୍ମତା

ନୂଆଦିଲ୍ଲୀ,୧୯।୧୨: ସିଟିଜେନଶିପ୍‌ ଆମେଣ୍ଡମେଣ୍ଟ ଆକ୍ଟ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ନେଇ ଏବେ ଉଷ୍ମ ହୋଇଛି ରାଜନୀତି। ସାରା ଦେଶରେ ଏହାକୁ ଏବେ ବିରୋଧ କରାଯାଉଛି। ଏହାକୁ ନେଇ ଏବେ ଦେଶର ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ସବୁଠି ବିରୋଧ ପ୍ରଦର୍ଶନ କରାଯାଉଛି। ବାମଦଳ ପକ୍ଷରୁ ଗୁରୁବାର ସାରା ଦେଶରେ ବନ୍ଦ ଡାକରା ଦିଆଯାଇଛି। ଉତ୍ତର ପ୍ରଦେଶରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସେହିପରି ରାଜଧାନୀ ଦିଲ୍ଲୀରେ ୧୪୪ ଧାରା ଜାରି କରାଯିବା ସହ ପ୍ରାୟ ୧୫ ମେଟ୍ରୋ ଷ୍ଟେଶନକୁ ବନ୍ଦକରି ଦିଆଯାଇଛି। ସେହିପରି ଦରିଆଗଞ୍ଜ, ରିଙ୍ଗରୋଡ ଆଦି ରାସ୍ତାରେ ନ ଯିବାକୁ ଟ୍ରାଫିକ ପୋଲିସ ଜନସାଧାରଣଙ୍କୁ ପରାମର୍ଶ ଦେଉଛି। ଲୋକଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି କେନ୍ଦ୍ର ସରକାର ସିଏଏ ବା ସିଟିଜେନଶିପ୍‌ ଆମେଣ୍ଡମେଣ୍ଟ ଆକ୍ଟ ନ ଆଣି ବରଂ ଯୁବବର୍ଗଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦେବା ଜରୁରୀ। ସେମିତି ବେଙ୍ଗାଲୁରରେ ଐତିହାସିକ ରାମଚନ୍ଦ୍ର ଗୁହା ଓ ସମାଜବିଜ୍ଞାନୀ ଯୋଗେନ୍ଦ୍ର ଯାଦବଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଖବର ମିଳିଛି। ସେହିପରି ବିହାରରେ ମଧ୍ୟ ସିଏଏ-ଏନ୍‌ଆର୍‌ସିକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି। ଏଥିରେ କଂଗ୍ରେସ ନେତା ହରିଶ ରାଓ୍ବତ ଓ ରିପୁନ ବୋରାଙ୍କୁ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।

Share