Categories: ଜାତୀୟ

ସିଏଏକୁ ବିରୋଧ କରି କବର ସ୍ଥାନରେ କଲେ ପ୍ରାର୍ଥନା

ପ୍ରୟାଗରାଜ,୨୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ଓ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରି ଉତ୍ତର ପ୍ରଦେଶର କଂଗ୍ରେସ ନେତା ଭିନ୍ନ ଢଙ୍ଗରେ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ନେତା ହସିବ ଅହମ୍ମଦ ବିରୋଧ ପ୍ରଦର୍ଶନ କରିବାକୁ କବରସ୍ଥାନ ଯାଇଥିଲେ। ସେଠାରେ ସେ ତାଙ୍କ ପୂର୍ବ ପୁରୁଷଙ୍କ କବର ସ୍ଥାନରେ ପ୍ରାର୍ଥନା କରିଥିଲେ। ଗଣମାଧ୍ୟମକୁ ସୂଚନାଦେଇ ହସିବ କହିଛନ୍ତି ସେ ତାଙ୍କ ନାଗରିକତାର ପ୍ରମାଣ ଦେବାକୁ ତାଙ୍କ ପୂର୍ବ ପୁରୁଷଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। କାହିଁ କେଉଁ ଦଶକରୁ ଆମେ ଭାରତରେ ରହି ଆସୁଛୁ ହେଲେ ଆମ ପାଖରେ ଏହାର କୌଣସି ପ୍ରମାଣ ପତ୍ର ନାହିଁ। ତେଣୁ ଏବେ ମୋଦି ସରକାରଙ୍କ ସିଏଏ ପାଇଁ ପ୍ରମାଣ ପତ୍ର ଆବଶ୍ୟକ ଥିବାରୁ ଆମେ ଏହି ଦେଶର ନାଗରିକ ବୋଲି ପ୍ରମାଣ ଦେବାକୁ ଆମ ପୁର୍ବ ପୁରୁଷଙ୍କ ପାଖରେ ପ୍ରାର୍ଥନା କରୁଛୁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯଦି ତାଙ୍କୁ ଡିଟେଂଶନ ସେଣ୍ଟରରେ ରଖାଯିବ ତେବେ ତାଙ୍କ ପୂର୍ବ ପୁରୁଷଙ୍କୁ ମଧ୍ୟ କବର ସ୍ଥାନରୁ ଖୋଳି ନେଇ ଡିଟେଂଶନ ସେଣ୍ଟରରେ ରଖାଯାଉ।

Share