Categories: ଜାତୀୟ

ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ପୁଣି ଫୁଟିଲା ଗୁଳି: କମ୍ପାନୀ କମାଣ୍ଡରଙ୍କୁ ହତ୍ୟା କରି ନିଜକୁ ଗୁଳି କଲେ ଯବାନ

ରାଞ୍ଚି,୯।୧୨: ଗତ ସପ୍ତାହରେ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବାବେଳେ ପୁଣି ସୋମବାର ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ଖେଳଗାଓ୍ବଁ ସ୍ଥିତ କ୍ୟାମ୍ପ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କମ୍ପାନୀ କମାଣ୍ଡରଙ୍କ ସହିତ ଜଣେ ଯବାନଙ୍କର କୌଣସି କାରଣରୁ ଯୁକ୍ତି ତର୍କ ହୋଇଥିଲା। ଯବାନ ଜଣକ ଉତ୍‌କ୍ଷିପ୍ତ ହୋଇ ନିଜ ରାଇଫଲରୁ କମାଣ୍ଡରଙ୍କୁ ଗୁଳି କରିଥିଲେ। ଏହାପରେ ଯବାନ ଜଣକ ନିଜକୁ ମଧ୍ୟ ଗୁଳି କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଦୁହେଁ ଛତିଶଗଡ଼ର ସିଆର୍‌ପିଏଫ୍‌ ବାଟାଲିୟନ ୪ର କର୍ମଚାରୀ। ମୃତ କମାଣ୍ଡରଙ୍କ ନାମ ମେଲା ରାମକୁରେ ଥିବାବେଳେ ଯବାନଙ୍କ ନାମ ବିକ୍ରମ ରାଜଓ୍ବାଡେ। ସେମାନେ ଇଲେକଶନ୍‌ ଡ୍ୟୁଟିରେ ଝାଡ଼ଖଣ୍ଡ ଆସିଥିଲେ ବୋଲି ସଦର ଡିଏସ୍‌ପି ଦୀପକ ପାଣ୍ଡେ ସୂଚନା ଦେଇଛନ୍ତି।

Share