ସିଆଇଆଇ ଦ୍ୱାରା ଟାଟା ଷ୍ଟିଲ ସମ୍ମାନିତ

ଓଡ଼ାପଡ଼ା,୨୯ା୨(ଡି.ଏନ.ଏ) – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରଠାରେ ଥିବା ଟାଟାଷ୍ଟିଲ ବିଏସ୍‌ଏଲ୍‌କୁ ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ଓଡ଼ିଶା ଶାଖାର ଭୁବନେଶ୍ୱରଠାରେ ଆୟୋଜିତ ବାର୍ଷିକ ଉତ୍ସବ ଅବସରରେ ସମ୍ମାନିତ କରାଯାଇଛି। କମ୍ପାନୀର ପରିବେଶ, ସ୍ବାସ୍ଥ୍ୟ, ସୁରକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଯୋଗୁ ଦ୍ୱିତୀୟ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି । ସିଆଇଆଇ ଚେୟାରମ୍ୟାନ ରଞ୍ଜନ କୁମାର ମହାପାତ୍ରଙ୍କଠାରୁ ଟାଟାଷ୍ଟିଲ ବିଏସ୍‌ଏଲ ପରିବେଶ ବିଭାଗ ମୁଖ୍ୟ ସରୋଜ ବାନାର୍ଜୀ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ଉପସଭାପତି ହରି ମିଶ୍ର, ଅନୁସନ୍ଧାନ ଓ ଉତ୍ପାଦନ ମୁଖ୍ୟ ନରେଶ ଶର୍ମା, ରେଭିନ୍ୟୁ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ବିଦ୍ୟା ପ୍ରସାଦ, କୋକେ ଓଭେନ୍‌-୧ର ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ବୀରେନ୍ଦ୍ର ସିଂ, ଟାଟାଷ୍ଟିଲ ପରିବେଶ ବିଭାଗ ସହକାରୀ ପ୍ରବନ୍ଧକ ସଞ୍ଜୀବ ପାଲଙ୍କ ସମେତ ସିଆଇଆଇର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ବନ୍ଦର, ଆଲୁମିନିୟମ, ତୈଳ ଏବଂ ଗ୍ୟାସ୍‌, ସଫ୍ଟଓୟାର, ହସ୍‌ପିଟାଲ ଭଳି ବିଭିନ୍ନ ସେବା କ୍ଷେତ୍ରରୁ କର୍ପୋରେଟ୍‌ ଓ ରାଜ୍ୟର ପ୍ରମୁଖ କମ୍ପାନୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କମ୍ପାନୀ ପକ୍ଷରୁ ପରିବେଶ ସଂରକ୍ଷଣ ଦିଗରେ ଟାଟାଷ୍ଟିଲ ବିଏସ୍‌ଏଲର ବିବିଧ ପଦକ୍ଷେପ ମଧ୍ୟରେ ଡିଆରଆଇ ପ୍ଲାଣ୍ଟରେ ୱେଷ୍ଟ ହିଟ୍‌ ରିକଭରି ବଏସରଗୁଡିକ ମାଧ୍ୟମରେ ଶକ୍ତି ଉତ୍ପାଦନ, ବର୍ଜ୍ୟ ଗ୍ୟାସକୁ ବ୍ୟବହାର ଯୋଗ୍ୟ କରିବା, ବ୍ଲାଷ୍ଟ ଫର୍ନେସ୍‌ରେ ପିସିଆଇ ମାତ୍ରାକୁ କମ୍‌ କରି କାର୍ବନ ନିର୍ଗମନକୁ କମ୍‌ କରିବା ଏବଂ ସ୍ବତନ୍ତ୍ର ଶକ୍ତି ସଂରକ୍ଷଣ କରିବା, ଷ୍ଟିଲ ନିର୍ମାଣ ପ୍ରକ୍ରିୟା ମାଧ୍ୟମରେ ଷ୍କ୍ରାପର ବହୁଳ ବ୍ୟବହାର ଓ ଦକ୍ଷ ଶକ୍ତି ସମ୍ବଳିତ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ବର୍ଜ୍ୟବସ୍ତୁ ପରିଚାଳନା, ଭୂତଳ ପ୍ରବନ୍ଧନ ଏବଂ ବର୍ଜ୍ୟ ଜଳର ସୁବିନିଯୋଗ, ଗ୍ରୀନ ସପ୍ଲାଇ ଚେନ୍‌ ଅଭିଯାନ ଜାରି ରହିଛି । ଏଥିସହିତ ବୃତ୍ତିଗତ ଶାସନ ଏବଂ ନିରାପତ୍ତା ପରି ସୁରକ୍ଷା ଶାସନ ଗଠନ ଓ ବୃଦ୍ଧି, ନେତୃତ୍ୱ ପ୍ରଶିକ୍ଷଣ, ରେଳ ଏବଂ ସଡକ ସୁରକ୍ଷା, ସଚେତନତା ମାଧ୍ୟମରେ ସୁରକ୍ଷା ସାମର୍ଥ୍ୟ, କର୍ମଚାରୀମାନଙ୍କ ନିମନ୍ତେ ବୃତ୍ତିଗତ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟ ଖୋଲାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri