ସାହିତ୍ୟ ଦର୍ପଣ ପକ୍ଷରୁ ମହାବିନାୟକ କବିତା ଉତ୍ସବ

ଚଣ୍ଡିଖୋଲ,୧୯ା୮(ଡି.ଏନ୍‌.ଏ.):  ଚଣ୍ଡିଖୋଲସ୍ଥିତ ବିଜୁ କଲ୍ୟାଣ ମଣ୍ଢପ ପରିସରରେ ସାହିତ୍ୟ ଦର୍ପଣ ପର୍ତିକା ପକ୍ଷରୁ ରବିବାର ରାଜ୍ୟସ୍ତରୀୟ ମହାବିନାୟକ କବିତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ବ୍ୟଙ୍ଗ କବି ଜ୍ଞାନ ହୋତା ଯୋଗଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ପ୍ରଫେସର ଗୌତମ ଜେନା, ସୁଚେତା ମିଶ୍ର, ପ୍ରସନ୍ନ କୁମାର ବେହୁରା ପ୍ରମୁଖ ଯୋଗ ଦେଇଥିଲେ। ସାହିତ୍ୟ ଦର୍ପଣ ପତ୍ରିକାର ମୁଖ୍ୟ ସମ୍ପାଦକ ତ୍ରିଲୋଚନ ରାଉତଙ୍କ ଅଧ୍ୟତାରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ବିମଳ ପତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅଭ୍ୟର୍ଥନା କମିଟିର ସଭାପତି ଗଣେଶ୍ୱର ବରାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଞ୍ଜୟ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ କବି ଭକ୍ତଚରଣ ସାହୁ, ଡ. ପ୍ରଜ୍ଞାପ୍ରବର୍ତ୍ତିକା ଦାସ ଓ ଡ. ପୁଷ୍ପଲତା ରଥଙ୍କ ସଂଯୋଜନାରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ବିଶିଷ୍ଟ କବି ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ପୋଲିସ ଅଧିକାରୀ କେଦାର ନାଥ ସାହୁ, ବରଦା ପ୍ରସନ୍ନ ତ୍ରୀପାଣୀ, ନିର୍ମଳ ମହାରଣା, ସାଗରୀକା ସାହୁ ଓ ସତ୍ୟବ୍ରତ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।